HomeUncategorizedଜିଓର ‘ହାପି ନ୍ୟୁ ଇୟର ୨.୦’ ଧମାକା: ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି...

ଜିଓର ‘ହାପି ନ୍ୟୁ ଇୟର ୨.୦’ ଧମାକା: ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା ସହ ମାଗଣା କାନଭା ପ୍ରୋ ଏବଂ ଜିଓହଟଷ୍ଟାର

ମୁମ୍ବାଇ, ୨୩ ନଭେମ୍ବର ୨୦୨୬: ନୂଆ ବର୍ଷ ଆସିବାକୁ ଆହୁରି କିଛି ଦିନ ବାକି ଥିବାବେଳେ ରିଲାଏନ୍ସ ଜିଓ ନିଜର ଦଶମ ବାର୍ଷିକୀ ଉତ୍ସବକୁ ଆଗକୁ ବଢ଼ାଇ ଗ୍ରାହକଙ୍କ ପାଇଁ ‘ନୋ ଡାଟା ଲିମିଟ୍’ ବା ଅସୀମିତ ଡାଟା ସୁବିଧା ସହ ‘ହାପି ନ୍ୟୁ ଇୟର ୨.୦’ ଅଫର ଆଣିଛି। ଏହି ନୂଆ ପ୍ଲାନ୍ ଅଧୀନରେ କମ୍ପାନୀ ଅସୀମିତ ୪ଜି ଓ ୫ଜି ଡାଟା ସୁବିଧା ଥିବା ଦୁଇଟି ମୂଳ ପ୍ଲାନ୍ ଏବଂ ଏକାଧିକ ଆଡ୍-ଅନ୍ ପ୍ୟାକ୍ ଲଞ୍ଚ କରିଛି। ଏଥିରେ ସବୁଠାରୁ ଆକର୍ଷଣୀୟ ହେଉଛି ୩୯୯ ଟଙ୍କା ମୂଲ୍ୟର ନୂଆ ଫ୍ଲାଗସିପ୍ ପ୍ଲାନ୍, ଯେଉଁଥିରେ ୨୮ ଦିନ ଯାଏଁ ବିନା କୌଣସି ଦୈନିକ ଡାଟା ସୀମାରେ ଅସୀମିତ ୪ଜି ଓ ୫ଜି ଇଣ୍ଟରନେଟ୍, ମାଗଣା ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ୍ ସୁବିଧା ମିଳିବ। ଫଳରେ ଭିଡିଓ ଷ୍ଟ୍ରିମିଂ, ଗେମିଂ ହେଉ କି ସୋସିଆଲ୍ ମିଡିଆ ବ୍ୟବହାର, ଡାଟା ସରିଯିବା ନେଇ ଗ୍ରାହକଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।

ପ୍ରତି ମାସରେ ରିଚାର୍ଜ କରିବାରୁ ମୁକ୍ତି ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓ ୩,୯୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍ ମଧ୍ୟ ଆଣିଛି। ଥରେ ଏହି ରିଚାର୍ଜ କଲେ ପୂରା ୩୬୫ ଦିନ ଯାଏଁ ଅସୀମିତ ୪ଜି ଓ ୫ଜି ଡାଟା, ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ୍‌ର ସୁବିଧା ମିଳିବ। ଏହି ଉଭୟ ପ୍ଲାନ୍‌ର ମୁଖ୍ୟ ବିଶେଷତ୍ୱ ହେଉଛି, ଏଥିରେ ୪ଜି ଓ ୫ଜି ଉଭୟ ନେଟୱର୍କରେ ବିନା କୌଣସି ସୀମାରେ ଡାଟା ବ୍ୟବହାର କରିହେବ। ଏଥିସହ ମନୋରଞ୍ଜନ, ଡିଜାଇନ୍, ଗେମିଂ ଏବଂ କ୍ଲାଉଡ୍ ଷ୍ଟୋରେଜ୍ ଭଳି ବିଭିନ୍ନ ଡିଜିଟାଲ୍ ସେବା ମଧ୍ୟ ମାଗଣାରେ ଉପଲବ୍ଧ ହେବ।

ଜିଓର ଅନ୍ୟ ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ହଠାତ୍ ଅଧିକ ଡାଟା ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ୧୫ ଟଙ୍କା ଏବଂ ୨୫ ଟଙ୍କାର ଦୁଇଟି ଅସୀମିତ ୫ଜି ଆଡ୍-ଅନ୍ ପ୍ୟାକ୍ ଆଣିଛି। ୧୫ ଟଙ୍କାର ପ୍ୟାକ୍‌ରେ ଗୋଟିଏ ଦିନ ଏବଂ ୨୫ ଟଙ୍କାର ପ୍ୟାକ୍‌ରେ ଦୁଇ ଦିନ ଯାଏଁ ଅସୀମିତ ୫ଜି ଡାଟା ମିଳିବ। କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ଆଡ୍-ଅନ୍ ପ୍ୟାକ୍‌ଗୁଡ଼ିକରେ ଡାଉନଲୋଡ୍ କିମ୍ବା ଡାଟା ବ୍ୟବହାର ଉପରେ କୌଣସି ସୀମା ରହିବ ନାହିଁ ଏବଂ ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ କମିବ ନାହିଁ। ସେହିପରି ବିଳମ୍ବିତ ରାତି ଯାଏଁ ଗେମିଂ କରୁଥିବା, ରିଲ୍ସ କିମ୍ବା ଲଗାତାର ଭିଡିଓ ଦେଖୁଥିବା ଏବଂ ନାଇଟ୍-ସିଫ୍ଟରେ କାମ କରୁଥିବା ଗ୍ରାହକ ଓ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ଟଙ୍କାର ନାଇଟ୍ ଡାଟା ଆଡ୍-ଅନ୍ ପ୍ୟାକ୍ ଆରମ୍ଭ କରାଯାଇଛି। ୨୮ ଦିନର ବୈଧତା ଥିବା ଏହି ପ୍ୟାକ୍‌ରେ ପ୍ରତି ରାତି ୧୨ଟାରୁ ସକାଳ ୫ଟା ଯାଏଁ ଅସୀମିତ ୪ଜି ଓ ୫ଜି ଡାଟା ମିଳିବ ଏବଂ ରାତିରେ ବ୍ୟବହୃତ ଡାଟା ମୁଖ୍ୟ ପ୍ଲାନ୍‌ର ଡାଟା ବାଲାନ୍ସରୁ କଟିବ ନାହିଁ।

ଡିଜିଟାଲ୍ ସୁବିଧା ସମ୍ପର୍କରେ କହିବାକୁ ଗଲେ, ୩୯୯ ଟଙ୍କାର ଫ୍ଲାଗସିପ୍ ପ୍ଲାନ୍‌ରେ ପ୍ରାୟ ୪,୦୦୦ ଟଙ୍କା ମୂଲ୍ୟର ୧୨ ମାସର କାନଭା ପ୍ରୋ ସବସ୍କ୍ରିପ୍‌ସନ୍ ମାଗଣା ମିଳିବ। ଏଥିସହ ଜିଓହଟଷ୍ଟାର ମୋବାଇଲ୍ ଓ ହଲିଉଡ୍, ଜିଓଟିଭି ମାଧ୍ୟମରେ ଫ୍ୟାନକୋଡ୍, ଜିଓଗେମ୍ସ ମୋବାଇଲ୍ ସବସ୍କ୍ରିପ୍‌ସନ୍ ଏବଂ ଜିଓଏଆଇକ୍ଲାଉଡ୍‌ରେ ୫୦ ଜିବି ମାଗଣା ଷ୍ଟୋରେଜ୍ ସୁବିଧା ଦିଆଯାଉଛି। ଏହାବ୍ୟତୀତ ଜଷ୍ଟଡାଏଲ୍ ଲାଇଟ୍, ହାଇପରଲୋକାଲ୍ କୁପନ୍ ଏବଂ ଡିଜିଟାଲ୍ ଡାଏରୀ ଭଳି ବ୍ୟବସାୟିକ ସୁବିଧା ମଧ୍ୟ ଏଥିରେ ସାମିଲ ରହିଛି। ଅନ୍ୟପକ୍ଷରେ, ୩,୯୯୯ ଟଙ୍କାର ବାର୍ଷିକ ପ୍ଲାନ୍‌ରେ ୧,୫୯୦ ଟଙ୍କା ମୂଲ୍ୟର ୧୨ ମାସର କାନଭା ପ୍ରୋ ଲାଇଟ୍ ସବସ୍କ୍ରିପ୍‌ସନ୍ ସହ ଜିଓହଟଷ୍ଟାର ମୋବାଇଲ୍ ଓ ହଲିଉଡ୍, ଫ୍ୟାନକୋଡ୍ ଏବଂ ଜିଓଏଆଇକ୍ଲାଉଡ୍‌ରେ ୫୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ସୁବିଧା ମିଳିବ।

ଉପଲବ୍ଧତା ଅନୁଯାୟୀ, ୩୯୯ ଟଙ୍କା ଓ ୩,୯୯୯ ଟଙ୍କାର ନୂଆ ଅସୀମିତ ପ୍ଲାନ୍ ଏବଂ ୨୫ ଟଙ୍କାର ୫ଜି ଆଡ୍-ଅନ୍ ପ୍ୟାକ୍ ଆସନ୍ତା ନଭେମ୍ବର ୨୪ ତାରିଖରୁ ମାଇଁଜିଓ ଆପ୍, ଜିଓ ୱେବସାଇଟ୍ ଏବଂ ଦେଶବ୍ୟାପୀ ଜିଓ ଷ୍ଟୋର୍ ଓ ରିଟେଲରମାନଙ୍କ ନିକଟରେ ରିଚାର୍ଜ ପାଇଁ ଉପଲବ୍ଧ ହେବ। ତେବେ ୧୫ ଟଙ୍କା ମୂଲ୍ୟର ୫ଜି ଆଡ୍-ଅନ୍ ପ୍ୟାକ୍ ପୂର୍ବରୁ ହିଁ ଲାଇଭ୍ ହୋଇସାରିଛି। ସେହିପରି ୫୦ ଟଙ୍କାର ନାଇଟ୍ ଡାଟା ପ୍ୟାକ୍ ନଭେମ୍ବର ୨୬ ତାରିଖରୁ ସମସ୍ତ ଡିଜିଟାଲ୍ ଓ ଅଫଲାଇନ୍ ମାଧ୍ୟମରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments