କଟକ, ନଭେମ୍ବର ୨୫, ୨୦୨୬: ଐତିହାସିକ ବାଲିଯାତ୍ରା ଆରମ୍ଭ ହେବା ସହିତ ମହାନଦୀ କୂଳରେ ବିସ୍ତୃତ ବାଲିଯାତ୍ରା ପଡ଼ିଆରେ ୪ଜି ଓ ୫ଜି ନେଟୱର୍କ ସଂଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଓ ପକ୍ଷରୁ ବ୍ୟାପକ ନେଟୱର୍କ ସମ୍ପ୍ରସାରଣ ଓ ଉନ୍ନତୀକରଣ ପଦକ୍ଷେପ ନିଆଯାଇଛି। ବାଲିଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ, ବ୍ୟବସାୟୀ, ପ୍ରଶାସନିକ ଅଧିକାରୀ ଓ ସୁରକ୍ଷା କର୍ମୀମାନଙ୍କୁ ନିରବଚ୍ଛିନ୍ନ ମୋବାଇଲ୍ ନେଟୱର୍କ ସେବା ଯୋଗାଇଦେବା ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ବାଲିଯାତ୍ରାରେ ବିପୁଳ ଜନସମାଗମ ଯୋଗୁଁ ନେଟୱର୍କରେ ଅତ୍ୟଧିକ ଚାହିଦାକୁ ଦୃଷ୍ଟିରେ ରଖି ଜିଓ ନିଜର ନେଟୱର୍କ କ୍ଷମତା ବୃଦ୍ଧି କରିବା ଲାଗି ବାଲିଯାତ୍ରା ପଡ଼ିଆରେ ପାଞ୍ଚଟି ଅସ୍ଥାୟୀ ମୋବାଇଲ୍ ଟାୱାର (ସେଲ୍ ଅନ୍ ହ୍ୱିଲ୍ସ) ସ୍ଥାପନ କରିଛି। ଏହି ଅତିରିକ୍ତ ମୋବାଇଲ୍ ନେଟୱର୍କ ସାଇଟ୍ଗୁଡ଼ିକ ମେଳା ପଡ଼ିଆର ଅଧିକ ଜନସମାଗମ ହେଉଥିବା ଅଞ୍ଚଳଗୁଡ଼ିକରେ ଉନ୍ନତ ୪ଜି ଓ ୫ଜି ସଂଯୋଗ ଯୋଗାଇଦେଉଛି, ଯାହାଦ୍ୱାରା ଅଧିକ ଭିଡ଼ ସମୟରେ ମଧ୍ୟ ପରିଦର୍ଶକ ଓ ବ୍ୟବସାୟୀମାନେ ନିଜ ପରିବାର ଓ ପ୍ରିୟଜନଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଡ଼ି ହୋଇ ରହିପାରିବେ। ଏହାବ୍ୟତୀତ, ଜିଓ ଆଖପାଖ ଅଞ୍ଚଳ ତଥା ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ରହିଥିବା ନେଟୱର୍କକୁ ମଧ୍ୟ ଅଧିକ ସୁଦୃଢ଼ କରିବା ସହିତ କ୍ଷମତା ବୃଦ୍ଧି କରିଛି। ଏହାଦ୍ୱାରା କେବଳ ମେଳା ପଡ଼ିଆ ଭିତରେ ନୁହେଁ, ବରଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ନେଟୱର୍କ ଉପଲବ୍ଧତା ଓ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଏବଂ ମେଳାକୁ ଆସୁଥିବା ଓ ଫେରୁଥିବା ଲୋକମାନେ ଉନ୍ନତ ମୋବାଇଲ୍ ସଂଯୋଗର ସୁବିଧା ପାଇପାରିବେ।
ଉନ୍ନତ ନେଟୱର୍କ ଭିତ୍ତିଭୂମି ବାଲିଯାତ୍ରାରେ ବିଭିନ୍ନ ଦୈନନ୍ଦିନ ଡିଜିଟାଲ୍ କାମକୁ ସହଜ କରିବା ସହ ମେଳା ପରିଦର୍ଶନକୁ ଅଧିକ ସୁବିଧାଜନକ ଓ ସୁଗମ କରିବ। ପରିଦର୍ଶକ ଓ ବ୍ୟବସାୟୀମାନେ ବିଭିନ୍ନ ଷ୍ଟଲ୍ରେ କିଣାକିଣି, ଖାଦ୍ୟପେୟ ଓ ବ୍ୟବସାୟିକ କାରବାର ସମୟରେ ୟୁପିଆଇ ଏବଂ ଅନ୍ୟାନ୍ୟ ମୋବାଇଲ୍ ପେମେଣ୍ଟ ପ୍ଲାଟଫର୍ମ ଜରିଆରେ ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ। ସେହିପରି, ଭରସାଯୋଗ୍ୟ ମୋବାଇଲ୍ ନେଟୱର୍କ ସଂଯୋଗ ଯୋଗୁଁ ପରିଦର୍ଶକମାନେ ଅନଲାଇନ୍ ମ୍ୟାପ୍ ଓ ନାଭିଗେସନ୍ ସେବା ବ୍ୟବହାର କରି ଷ୍ଟଲ୍, ଫୁଡ୍ କୋର୍ଟ, ସାଂସ୍କୃତିକ ଆକର୍ଷଣ ଓ ମେଳା ପଡ଼ିଆରେ ଉପଲବ୍ଧ ଅନ୍ୟାନ୍ୟ ସୁବିଧାଗୁଡ଼ିକୁ ସହଜରେ ଖୋଜି ପାରିବେ, ଫଟୋ ଓ ଭିଡିଓ ସେୟାର କରିପାରିବେ, ଅନଲାଇନ୍ରେ ଆବଶ୍ୟକ ସୂଚନା ପାଇପାରିବେ ଏବଂ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଯୋଡ଼ି ହୋଇ ରହିପାରିବେ।
ଓଡ଼ିଶାର ଗୌରବମୟ ଇତିହାସ ବହନ କରୁଥିବା ଏକ ପ୍ରମୁଖ ସାଂସ୍କୃତିକ ଓ ବାଣିଜ୍ୟିକ ଉତ୍ସବ ବାଲିଯାତ୍ରା, ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣ-ପୂର୍ବ ଏସିଆ ସହ ରହିଥିବା ବାଣିଜ୍ୟିକ ସମ୍ପର୍କର ଗୌରବ ବହନ କରେ। ପ୍ରାଚୀନ ଓଡ଼ିଆ ସାଧବମାନେ ବୋଇତରେ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ଶ୍ରୀଲଙ୍କା ଭଳି ଦୂରଦୂରାନ୍ତ ସ୍ଥାନକୁ ଯାତ୍ରା କରି ବ୍ୟାପକ ବାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନ ମାଧ୍ୟମରେ ପ୍ରାଚୀନ ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସିଆ ଏବଂ ଅନ୍ୟାନ୍ୟ ଅଞ୍ଚଳ ସହ ଯୋଡ଼ିଥିଲେ। ଏହି ପରମ୍ପରାର ନିଦର୍ଶନ ବାଲିଯାତ୍ରାରେ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଜିଓ ଏହାର ନିରନ୍ତର ପ୍ରୟାସ ଜାରି ରଖିଛି।
ଟ୍ରାଇ ପକ୍ଷରୁ ସେପ୍ଟେମ୍ବର ୨୦୨୬ ପାଇଁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଦବଦବା ଜାରି ରଖିବା ସହିତ ସର୍ବାଧିକ ୧.୮୮ କୋଟି ମୋବାଇଲ୍ ଗ୍ରାହକ ଏବଂ ୮.୩୩ ଲକ୍ଷରୁ ଅଧିକ ହୋମ୍ ବ୍ରଡ୍ବ୍ୟାଣ୍ଡ ଗ୍ରାହକଙ୍କ ସହ ନେତୃତ୍ୱ ସ୍ଥାନ ସୁଦୃଢ଼ ରଖିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୪ ଲକ୍ଷ ୮୦ ହଜାର ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ସମସ୍ତ ଟେଲିକମ୍ ଅପରେଟର ସେହି ସମୟ ମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି। ଅତ୍ୟାଧୁନିକ ପ୍ରଯୁକ୍ତି, ସୁଦୃଢ଼ ଭିତ୍ତିଭୂମି, ଗ୍ରାହକ-ପ୍ରଥମ ଆଭିମୁଖ୍ୟ ଏବଂ ସର୍ବବୃହତ ୪ଜି ଓ ୫ଜି ନେଟୱର୍କ ବଳରେ ଜିଓ ଓଡ଼ିଶାର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏଁ ଡିଜିଟାଲ୍ ରୂପାନ୍ତରଣ ଓ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ନିରନ୍ତର ଭାବେ ଆଗେଇ ନେଉଛି।



