Homeଜାତୀୟ ଖବରଜନଜାତି ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ନୂଆ କୀର୍ତ୍ତିମାନ: ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲା ଓମ୍‌ଟେସ୍

ଜନଜାତି ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ନୂଆ କୀର୍ତ୍ତିମାନ: ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲା ଓମ୍‌ଟେସ୍

ଭୁବନେଶ୍ୱର, ୧୩ ନଭେମ୍ବର ୨୦୨୬: ରାଜ୍ୟର ଜନଜାତି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସମୃଦ୍ଧ କରିବା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରି ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (ଓମ୍‌ଟେସ୍) ଜାତୀୟ ସ୍ତରରେ ବିଶେଷ ସମ୍ମାନର ଅଧିକାରୀ ହୋଇଛି। ଜନଜାତୀୟ ଗୌରବ ପକ୍ଷ ପାଳନ ଅବସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରୁ ଓମ୍‌ଟେସ୍ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏହି ଗୌରବମୟ ସ୍ୱୀକୃତି ପତ୍ର ଗ୍ରହଣ କରିଛନ୍ତି। ଜନଜାତି ପିଲାଙ୍କ ଶୈକ୍ଷିକ ଉନ୍ନତି ନିମନ୍ତେ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମକୁ ସ୍ୱୀକୃତି ଦେବା ସହ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରାଙ୍କି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କରଞ୍ଜିଆ ଏବଂ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସମର୍ପିତ ଅବଦାନକୁ ମଧ୍ୟ ବିଶେଷ ପ୍ରଶଂସା କରାଯାଇଛି।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ଏହି ସଂସ୍ଥା ରାଜ୍ୟରେ ଜନଜାତି ଶିକ୍ଷାର ବିକାଶ ଓ ସମ୍ପ୍ରସାରଣରେ ଅଗ୍ରଣୀ ଭୂମିକା ତୁଲାଇ ଆସୁଛି। ଓମ୍‌ଟେସ୍‌ର ନିରନ୍ତର ପ୍ରୟାସ ଏବଂ ଉତ୍ତମ ପରିଚାଳନା ଯୋଗୁଁ ବର୍ତ୍ତମାନ ଓଡ଼ିଶାରେ ମୋଟ ୭୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିଛି, ଯାହା ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments