Homeଜାତୀୟ ଖବରରାଜ୍ୟର ଆର୍ଥିକ ପ୍ରଗତି ଓ ସୁଶାସନ ପାଇଁ ସମର୍ପିତ ହେବାକୁ ନବନିଯୁକ୍ତ ଓଏଫଏସ୍ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ...

ରାଜ୍ୟର ଆର୍ଥିକ ପ୍ରଗତି ଓ ସୁଶାସନ ପାଇଁ ସମର୍ପିତ ହେବାକୁ ନବନିଯୁକ୍ତ ଓଏଫଏସ୍ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୧୨: ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୩ ବ୍ୟାଚ୍‌ର ନବନିଯୁକ୍ତ ଓଡ଼ିଶା ଅର୍ଥ ସେବା (ଓଏଫଏସ୍) ଅଧିକାରୀମାନଙ୍କୁ ଆଜି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭେଟିବା ସହ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ନବନିଯୁକ୍ତ ଅଧିକାରୀମାନଙ୍କୁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ଦିଗରେ ସମ୍ପୂର୍ଣ୍ଣ ନିଷ୍ଠା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି।

ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଲୋକସେବା କ୍ଷେତ୍ରରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ କର୍ତ୍ତବ୍ୟନିଷ୍ଠାର ଅପରିହାର୍ଯ୍ୟତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟର ଆର୍ଥିକ ପ୍ରଗତିକୁ ସୁଦୃଢ଼ କରିବା ଏବଂ ସୁଶାସନ ପ୍ରତିଷ୍ଠା କରିବା ଦିଗରେ ଯୁବ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ନିର୍ଣ୍ଣାୟକ। ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଏହି ସାକ୍ଷାତକାର ନବନିଯୁକ୍ତ ଓଡ଼ିଶା ଅର୍ଥ ସେବା ଅଧିକାରୀମାନଙ୍କ ପାଇଁ ଏକ ଅଭୁଲା ଓ ପ୍ରେରଣାଦାୟୀ ଅନୁଭୂତି ହୋଇରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments