Homeରାଜ୍ୟ ଖବରୱାମିସ୍ ଜରିଆରେ ଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ପ୍ରଶାସନ ଓ ତଦାରଖ ବ୍ୟବସ୍ଥା ଅଧିକ କ୍ରିୟାଶୀଳ

ୱାମିସ୍ ଜରିଆରେ ଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ପ୍ରଶାସନ ଓ ତଦାରଖ ବ୍ୟବସ୍ଥା ଅଧିକ କ୍ରିୟାଶୀଳ

ଭୁବନେଶ୍ୱର, ୧୦/୧୧: ରାଜ୍ୟର ଜଳ ସମ୍ପଦ କ୍ଷେତ୍ରରେ ସ୍ୱଚ୍ଛତା, ଦକ୍ଷତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ୱାର୍କସ୍ ଆଣ୍ଡ ଆକାଉଣ୍ଟସ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍’ (ୱାମିସ୍) ମାଧ୍ୟମରେ ଡିଜିଟାଲ୍ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏହି ବ୍ୟବସ୍ଥା ଅଧୀନରେ ପ୍ରକଳ୍ପ ପରିଚାଳନା, ଆର୍ଥିକ ପ୍ରଶାସନ ଓ କାର୍ଯ୍ୟର ଅନୁଧ୍ୟାନକୁ ଏକକ ଡିଜିଟାଲ୍ ପ୍ଲାଟଫର୍ମରେ ସମନ୍ୱିତ କରାଯାଇଛି। ଏହି ପଦକ୍ଷେପର ଅଂଶସ୍ୱରୂପ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୨୫ଟି ପ୍ରଶିକ୍ଷଣ ଅଧିବେଶନ ମାଧ୍ୟମରେ ୭୦୦ରୁ ଊର୍ଦ୍ଧ୍ୱ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, ଯେଉଁଥିରେ ବଜେଟ୍ ପରିଚାଳନା, ପ୍ରକଳ୍ପ ଯୋଜନା, କାର୍ଯ୍ୟ ସମ୍ପାଦନ, ବିଲ୍ ପ୍ରସ୍ତୁତି ଓ ଟ୍ରେଜେରୀ ସମନ୍ୱୟ ଆଦି ଅନ୍ତର୍ଭୁକ୍ତ।

ୱାମିସ୍ ମାଧ୍ୟମରେ ପ୍ରକଳ୍ପର ଭୌତିକ ଅଗ୍ରଗତି ସହ ଆର୍ଥିକ ବ୍ୟୟର ନିରନ୍ତର ଅନୁଧ୍ୟାନ ସମ୍ଭବ ହୋଇପାରୁଛି। ଏହାର ମୋବାଇଲ୍ ଆଧାରିତ ଯାଞ୍ଚ ବ୍ୟବସ୍ଥା ଜିଓ-ଟ୍ୟାଗ୍ ଫଟୋ ସହ କ୍ଷେତ୍ରସ୍ତରରେ କାର୍ଯ୍ୟର ସ୍ଥିତି ଯାଞ୍ଚ କରିବାରେ ବେଶ୍ ସହାୟକ ହେଉଛି। ସେହିପରି ସରକାରୀ ଇ-ପ୍ରୋକ୍ୟୁରମେଣ୍ଟ୍ ପ୍ଲାଟଫର୍ମ (GePNIC) ସହ ଏହାର ସମନ୍ୱୟ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଅଧିକ ସରଳ ଓ ସ୍ୱଚ୍ଛ ହୋଇପାରିଛି, ଯାହାକି ପୁନରାବୃତ୍ତି ତଥ୍ୟ ଏଣ୍ଟ୍ରି ଓ ମାନବୀୟ ତ୍ରୁଟିକୁ ହ୍ରାସ କରୁଛି।

ଏହାସହ ୱାମିସ୍‌ର ଏଜେନ୍ସି ଇଣ୍ଟରଫେସ୍ ଜରିଆରେ ଠିକାଦାରମାନେ କାର୍ଯ୍ୟ ଯୋଜନା, ମାପ ଦାବି, ଜିଏସ୍‌ଟି ଇନଭଏସ୍ ଓ ଅନ୍ୟାନ୍ୟ ଆବଶ୍ୟକ ଆବେଦନ ଡିଜିଟାଲ୍ ମାଧ୍ୟମରେ ଦାଖଲ କରୁଛନ୍ତି। ମହାଲେଖାକାରଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଟ୍ରେଜେରୀ ସହ ସମନ୍ୱୟ ଦ୍ୱାରା ହିସାବର ମେଳକ ଓ ଆର୍ଥିକ ରିପୋର୍ଟିଂ ବ୍ୟବସ୍ଥା ମଧ୍ୟ ଅଧିକ ଦୃଢ଼ ହୋଇଛି। ଡିଜିଟାଲ୍ ଅଡିଟ୍ ଟ୍ରେଲ୍ ଏବଂ ରିଅଲ୍-ଟାଇମ୍ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ମାନୁଆଲ୍ ପ୍ରକ୍ରିୟା ହ୍ରାସ ପାଇବା ସହ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ଫଳପ୍ରଦ ହୋଇପାରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments