Homeଶିକ୍ଷାକିଟ୍‍ ଓ କିସ୍‍‌ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ; ଗାନ୍ଧୀଜୀଙ୍କ ଜନଜାତି ବିକାଶ ସ୍ୱପ୍ନକୁ...

କିଟ୍‍ ଓ କିସ୍‍‌ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ; ଗାନ୍ଧୀଜୀଙ୍କ ଜନଜାତି ବିକାଶ ସ୍ୱପ୍ନକୁ ଆଗେଇ ନେଉଛି କିସ୍‍

ଭୁବନେଶ୍ୱର, ୨ ଅକ୍ଟୋବର: କିଟ୍‍ ଓ କିସ୍‍ ପକ୍ଷରୁ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧାପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। କିସ୍‍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ ଯେ, ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ମହାନ ବିଚାର ଓ ଆଦର୍ଶ ସଦାସର୍ବଦା ପ୍ରେରଣାଦାୟୀ। ଭାରତ ସମେତ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ଗାନ୍ଧୀଜୀଙ୍କ ସିଦ୍ଧାନ୍ତକୁ ଉଚ୍ଚ ସମ୍ମାନ ପ୍ରଦାନ କରାଯାଏ। ବିଶେଷ କରି ଜନଜାତି ସମାଜର ବିକାଶ ଓ ସଶକ୍ତୀକରଣ ନିମନ୍ତେ ଗାନ୍ଧୀଜୀ ଯେଉଁ ଲକ୍ଷ୍ୟ ରଖିଥିଲେ, କିସ୍‍ ଆଜି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରୁଛି ବୋଲି ସେ ପ୍ରକାଶ କରିଥିଲେ।

ଏହି ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କିସ୍‍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାମଧୂନ ଗାନ କରାଯିବା ସହ ଶେଷରେ ସମସ୍ତ ପିଲାଙ୍କ ମଧ୍ୟରେ ଲଡୁ ବଣ୍ଟନ କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments