Homeରାଜନୀତିମୋଦୀ ସରକାରଙ୍କ ୨୦୦ ଅଧିକାରୀ ଆମ ସଂସ୍ପର୍ଶରେ ଅଛନ୍ତି: ରାହୁଲ ଗାନ୍ଧୀ

ମୋଦୀ ସରକାରଙ୍କ ୨୦୦ ଅଧିକାରୀ ଆମ ସଂସ୍ପର୍ଶରେ ଅଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୨ ଅକ୍ଟୋବର ୨୦୨୬: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଏକ ବଡ଼ ଚେତାବନୀ ଦେଇ ଦାବି କରିଛନ୍ତି ଯେ, ସରକାରଙ୍କର ପ୍ରାୟ ୨୦୦ ଜଣ ଅଧିକାରୀ ବିରୋଧୀ ଦଳଙ୍କ ସଂସ୍ପର୍ଶରେ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ତଥ୍ୟ ଯୋଗାଉଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇଡି, ସିବିଆଇ ଏବଂ ବୈଦେଶିକ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଭିତରୁ ସୂଚନା ପ୍ରଦାନ କରୁଛନ୍ତି।

ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଉଦ୍ଦେଶ୍ୟ କରି କହିଛନ୍ତି, “ମୋଦୀ ଜୀ, ଆପଣ ଯାହା ଚାହାଁନ୍ତି କରନ୍ତୁ, ସତ୍ୟ ଆମ ପକ୍ଷରେ ଅଛି।” ଏହାସହ ସେ ଦାବି କରିଛନ୍ତି ଯେ, ପ୍ରାୟ ୫୦ ପ୍ରତିଶତ ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କୁ ଜଣାଉଛନ୍ତି ଯେ ବିରୋଧୀ ଦଳମାନେ ଯାହା କରୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ଅଛି ଏବଂ ସେମାନେ ଏହାକୁ ଜାରି ରଖିବା ଉଚିତ୍।

ଏହି ସାମ୍ବାଦିକ ସମ୍ମିଳନୀରେ ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କଡ଼ା ସମାଲୋଚନା କରିବା ସହ ତାଙ୍କୁ ଇସ୍ତଫା ଦେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନକୁ ରକ୍ଷା କରିବା, ନିର୍ବାଚନ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦତ୍ୟାଗ ପର୍ଯ୍ୟନ୍ତ ଦେଶର ଯୁବପିଢ଼ି କିମ୍ବା ବିରୋଧୀ ଦଳ ପଛକୁ ହଟିବେ ନାହିଁ। ଇଣ୍ଡିଆ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ହେଇଥିବା ଶୋଭାଯାତ୍ରା ଓ ବିରୋଧ ପ୍ରଦର୍ଶନ ପୂର୍ବରୁ ରାହୁଲ ଗାନ୍ଧୀ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments