Homeଶିକ୍ଷାଆଇ.ଏଚ୍.ଏସ୍.ସି. ଯୁକ୍ତଦୁଇ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା "ମାଇଣ୍ଡ ମ୍ୟାଟର୍ସ"

ଆଇ.ଏଚ୍.ଏସ୍.ସି. ଯୁକ୍ତଦୁଇ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା “ମାଇଣ୍ଡ ମ୍ୟାଟର୍ସ”

ଭୁବନେଶ୍ୱର, ସେପ୍ଟେମ୍ବର ୨୭: ଶିକ୍ଷା ଓ ଅନୁସନ୍ଧାନ (ଏସଓଏ) ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇ.ଏଚ୍.ଏସ୍.ସି. ଯୁକ୍ତଦୁଇ ମହାବିଦ୍ୟାଳୟରେ ଗ୍ଲୋବାଲ ଆସୋସିଏସନ ଅଫ୍ ଇଣ୍ଡିଆନ୍ ମେଡିକାଲ ଷ୍ଟୁଡେଣ୍ଟସ (ଜିଏଏଆଇଏମ୍‌ଏସ୍)ର ମିଳିତ ଆନୁକୂଲ୍ୟରେ “ମାଇଣ୍ଡ ମ୍ୟାଟର୍ସ” ଶୀର୍ଷକ ମାନସିକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଏଏଆଇଏମ୍‌ଏସ୍‌ର ମୁଖ୍ୟ ଡା. ମୌସୁମୀ ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇ.ଏଚ୍.ଏସ୍.ସି.ର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଦିଲୀପ ସାହୁ, ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ରବୀନ୍ଦ୍ର କୁମାର କର ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ସନ୍ତୋଷ ପାଣିଗ୍ରାହୀ ବକ୍ତା ଭାବେ ଯୋଗଦେଇଥିଲେ। କିଶୋର-କିଶୋରୀମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଚାପ, ଆଶଙ୍କା ଏବଂ ମାନସିକ ଅସ୍ଥିରତାକୁ ଓଡ଼ିଆ ଭାଗବତ ଓ ଯୋଗ ଦର୍ଶନର ବ୍ୟାବହାରିକ ଶିକ୍ଷା ମାଧ୍ୟମରେ କିପରି ସୁଫଳ ଭାବେ ନିୟନ୍ତ୍ରଣ କରାଯାଇପାରିବ, ସେ ନେଇ ବକ୍ତାମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ “ମନକୁ ବୁଝିବା, ମନକୁ ସମ୍ଭାଳିବା ଓ ଆଶାକୁ ଜାଗ୍ରତ କରିବା” ବିଷୟବସ୍ତୁକୁ ନେଇ ସବିଶେଷ ଚର୍ଚ୍ଚା କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜ ମନରେ ଥିବା ବିଭିନ୍ନ ଦ୍ୱନ୍ଦ୍ୱ ଓ ସନ୍ଦେହ ବାବଦରେ ଉପସ୍ଥିତ ମନୋଚିକିତ୍ସକଙ୍କ ସହ ସିଧାସଳଖ ଆଲୋଚନା କରି ଉଚିତ ମାର୍ଗଦର୍ଶନ ପାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଏଏଆଇଏମ୍‌ଏସ୍‌ର ବରିଷ୍ଠ ଅଧିକାରୀ ଡା. ସତ୍ୟ ସାର୍ଥକ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ବିଦ୍ୟାର୍ଥୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments