Homeଶିକ୍ଷାସମ୍ ନର୍ସିଂ କଲେଜରେ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳନ: ନବଜାତ ଶିଶୁ ସ୍ୱାସ୍ଥ୍ୟ ଓ ସଚେତନତା...

ସମ୍ ନର୍ସିଂ କଲେଜରେ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳନ: ନବଜାତ ଶିଶୁ ସ୍ୱାସ୍ଥ୍ୟ ଓ ସଚେତନତା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ଅଗଷ୍ଟ ୮: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଅଧୀନସ୍ଥ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) କ୍ୟାମ୍ପସ୍-୧ର ଶିଶୁ ସ୍ୱାସ୍ଥ୍ୟ ନର୍ସିଂ ବିଭାଗ ଦ୍ୱାରା ଦୁଇଦିନିଆ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳିତ ହୋଇଯାଇଛି। “ବ୍ରେଷ୍ଟଫିଡିଂ ଫର ଏ ସଷ୍ଟେନବଲ ଷ୍ଟାର୍ଟ ଇନ୍ ଲାଇଫ୍: ଷ୍ଟ୍ରେନ୍‌ଦେନ୍ ୱାଟ୍ ୱାର୍କସ” ଶୀର୍ଷକ ପ୍ରସଙ୍ଗକୁ ନେଇ ଅଗଷ୍ଟ ୬ ଓ ୭ ତାରିଖରେ ଏହି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ଅଗଷ୍ଟ ୬ରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ଓପିଡିରେ କାର୍ଯ୍ୟରତ ନର୍ସିଂ କର୍ମଚାରୀମାନଙ୍କୁ ସ୍ତନ୍ୟପାନର ଆବଶ୍ୟକତା, ଉପକାରିତା ଓ ନବଜାତ ଯତ୍ନ ସମ୍ପର୍କରେ ସଚେତନ କରାଯାଇଥିଲା।

ଦ୍ୱିତୀୟ ଦିନରେ କଲେଜ ପରିସରରେ ଅନୁଷ୍ଠିତ ମୁଖ୍ୟ ଅଧିବେଶନରେ ଏସ୍‌ଏନ୍‌ସି କ୍ୟାମ୍ପସ୍-୧ର ଡିନ୍ ପ୍ରଫେସର (ଡାକ୍ତର) ସସ୍ମିତା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଶୁ ସ୍ୱାସ୍ଥ୍ୟ ନର୍ସିଂ ବିଭାଗର ଆସୋସିଏଟ୍ ପ୍ରଫେସର ଶ୍ରୀମତୀ ରୁବି ପ୍ରଧାନ ବିଷୟବସ୍ତୁ ଉପରେ ସବିଶେଷ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ଉପଦେଷ୍ଟା ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅରଖିତ ସ୍ୱାଇଁ ମୁଖ୍ୟ ଅତିଥି, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ଡାକ୍ତର ଆଦିତ୍ୟ ମହାପାତ୍ର ଏବଂ ଭୁବନେଶ୍ୱର ଏମ୍ସର ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସମରେନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏନ୍‌ସି ନିର୍ଦ୍ଦେଶକ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଉପସ୍ଥିତ ଥିବା ବେଳେ ଶିଶୁ ନର୍ସିଂ ବିଭାଗର ଅସିଷ୍ଟାଣ୍ଟ ପ୍ରଫେସର ଶ୍ରୀମତୀ ମନିଷା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶିଶୁରୋଗ ଓ ନବଜାତ ବିଭାଗର ବିଶେଷଜ୍ଞମାନେ ସେମାନଙ୍କର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments