ଭୁବନେଶ୍ୱର, ୫ ଅଗଷ୍ଟ ୨୦୨୬: ମଧ୍ୟପ୍ରାଚ୍ୟ ତଥା ଗଲ୍ଫ ରାଷ୍ଟ୍ରଗୁଡ଼ିକରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଭୂରାଜନୈତିକ ସଙ୍କଟ ଓ ଅସ୍ଥିରତା ବିଶ୍ୱର ସାମରିକ ପ୍ରାଥମିକତାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଏହି ସ୍ଥିତିରେ ସାରା ବିଶ୍ୱରେ ଲଙ୍ଗ୍-ରେଞ୍ଜ ଅଟୋନୋମସ ଷ୍ଟ୍ରାଇକ୍ ସିଷ୍ଟମଗୁଡ଼ିକର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହି ବୈଶ୍ୱିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ପ୍ରତିରକ୍ଷା ସଂସ୍ଥା ‘ଆଇଜି ଡିଫେନ୍ସ’ ଏହାର ଭାରତର ପ୍ରଥମ ସ୍ୱଦେଶୀ ସାହେଦ-କ୍ଲାସ ଲଙ୍ଗ-ରେଞ୍ଜ ୱାନ-ୱେ ଆଟାକ୍ ଡ୍ରୋନ୍ ‘କାଲ୍’କୁ ଆନ୍ତର୍ଜାତୀୟ ରପ୍ତାନୀ ପାଇଁ ସଜାଡ଼ିଛି । ଭାରତ ସରକାରଙ୍କ ଆବଶ୍ୟକୀୟ ରପ୍ତାନୀ ନିୟମାବଳୀ ଓ ନିୟାମକୀୟ ଅନୁମୋଦନ ଅନୁସାରେ ଏହି ଅତ୍ୟାଧୁନିକ ସାମରିକ ପ୍ଲାଟଫର୍ମକୁ ବିଦେଶୀ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଯୋଗାଇ ଦେବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଭାରତରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ନିର୍ମିତ ହୋଇଥିବା ‘କାଲ୍’ ହେଉଛି ଦେଶର ପ୍ରଥମ ୧୦୦୦ କିଲୋମିଟର-କ୍ଲାସ ଲଙ୍ଗ-ରେଞ୍ଜ ୱାନ-ୱେ ଆଟାକ୍ ଡ୍ରୋନ୍ । ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ତଥା ସୁରକ୍ଷିତ ରଣନୈତିକ ଲକ୍ଷ୍ୟଗୁଡ଼ିକ ବିରୁଦ୍ଧରେ ଗଭୀର ଅନୁପ୍ରବେଶ ମିଶନ୍ ପରିଚାଳନା କରିବା ପାଇଁ ଏହାର ନିର୍ମାଣ କରାଯାଇଛି । ଏହି ଡ୍ରୋନ୍ ପ୍ଲାଟଫର୍ମ ଦୀର୍ଘ ସହନଶୀଳତା, ଆଡଭାନ୍ସଡ୍ ସ୍ୱୟଂଚାଳିତ ନାଭିଗେଶନ୍ ଏବଂ ଅଚ୍ୟୁତ ଲକ୍ଷ୍ୟବେଧୀ ପ୍ରଯୁକ୍ତିବିଦ୍ୟାକୁ ଏକ ସୁଲଭ ଓ ବ୍ୟୟସାପେକ୍ଷ ନୁହେଁ ଏପରି ସମାଧାନ ମଧ୍ୟରେ ଏକୀକୃତ କରିଛି, ଯାହା ସାମ୍ପ୍ରତିକ ଯୁଦ୍ଧକ୍ଷେତ୍ରର ନୂତନ ଜରୁରୀ ଆବଶ୍ୟକତାକୁ ପୂରଣ କରିଥାଏ । ମୁଖ୍ୟତଃ ସାହେଦ-୧୩୬-ଟାଇପ୍ ଲଙ୍ଗ-ରେଞ୍ଜ ଆଟାକ୍ ଡ୍ରୋନ୍ର ଉଦୀୟମାନ ଶ୍ରେଣୀରେ ଆସୁଥିବା ‘କାଲ୍’ ଏହାର ବର୍ଦ୍ଧିତ ରେଞ୍ଜ, ସଠିକ୍ ଷ୍ଟ୍ରାଇକ୍ କ୍ଷମତା, ପରିଚାଳନାଗତ ସହଜତା ଏବଂ ସୁଲଭତାର ମିଶ୍ରଣ ଦ୍ୱାରା ଆଧୁନିକ ଯୁଦ୍ଧ କୌଶଳକୁ ଏକ ନୂଆ ମୋଡ଼ ଦେଇଛି ।
ଏସମ୍ପର୍କରେ ଆଇଜି ଡିଫେନ୍ସର ପ୍ରତିଷ୍ଠାତା ତଥା ସିଇଓ ବୋଧିସତ୍ୱ ସଂଘପ୍ରିୟ ସୂଚନା ଦେଇଛନ୍ତି ଯେ, ଆଗାମୀ ଭବିଷ୍ୟତର ଯୁଦ୍ଧକ୍ଷେତ୍ର ବହୁମାତ୍ରାରେ ଅଟୋନୋମସ, ଲଙ୍ଗ-ରେଞ୍ଜ ପ୍ରେସିଜନ୍ ଷ୍ଟ୍ରାଇକ୍ ସାମର୍ଥ୍ୟ ଦ୍ୱାରା ପରିଚାଳିତ ହେବ । ‘କାଲ୍’ ଅତି ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଏକ ଯୁଗାନ୍ତକାରୀ ସଫଳତା ଏବଂ ବିଶ୍ୱସ୍ତରୀୟ ସ୍ୱଦେଶୀ ସିଷ୍ଟମ୍ ଡିଜାଇନ୍ ଓ ନିର୍ମାଣ କରିବାର ଭାରତୀୟ ଦକ୍ଷତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରୁଛି । ସାରା ବିଶ୍ୱର ବନ୍ଧୁ ରାଷ୍ଟ୍ରଗୁଡ଼ିକ ନିଜର ପ୍ରତିରକ୍ଷା କ୍ଷମତାର ଆଧୁନୀକରଣ କରୁଥିବା ବେଳେ ଭାରତ ନିର୍ଭରଯୋଗ୍ୟ, ସୁଲଭ ଏବଂ ମିଶନ୍-ପ୍ରସ୍ତୁତ ଅନ୍ମ୍ୟାନ୍ଡ ପ୍ଲାଟଫର୍ମଗୁଡ଼ିକ ପାଇଁ ଏକ ବିଶ୍ୱସନୀୟ ଭାଗୀଦାରୀ ହେବା ପାଇଁ ଶକ୍ତିଶାଳୀ ସ୍ଥିତିରେ ରହିଛି ।
ଯୁଦ୍ଧ ପରିବେଶରେ ଦୂରଗାମୀ ପ୍ରେସିଜନ୍ ଷ୍ଟ୍ରାଇକ୍ ମିଶନ୍ ପରିଚାଳନା ପାଇଁ ‘କାଲ୍’କୁ ସ୍ୱଶେଷ ଭାବେ ନିର୍ମାଣ କରାଯାଇଛି, ଯେଉଁଥିରେ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଅପରେଶ୍ନାଲ ରେଞ୍ଜ, ୭ରୁ ୮ ଘଣ୍ଟାର ସହନଶୀଳତା ଏବଂ ୫୦ କିଲୋଗ୍ରାମ ପେଲୋଡ୍ ବହନ କରିବାର କ୍ଷମତା ରହିଛି । ଏହି ସାମରିକ ପ୍ଲାଟଫର୍ମ ସୈନ୍ୟବଳକୁ ଏକ ବର୍ଦ୍ଧିତ ଦୂରତାରେ ରଣନୈତିକ ଟାର୍ଗେଟ ସହ ନିୟୋଜିତ ହେବା ପାଇଁ ଭରସାଯୋଗ୍ୟ ସାମର୍ଥ୍ୟ ଯୋଗାଉଛି, ଯାହା ପରିଚାଳନାଗତ ସହଜତା ଓ ମୂଲ୍ୟ ଦକ୍ଷତା ମଧ୍ୟ ବଜାୟ ରଖିଥାଏ । ବର୍ତ୍ତମାନର ଯୁଦ୍ଧକ୍ଷେତ୍ରରେ ଲଙ୍ଗ-ରେଞ୍ଜ ୱାନ-ୱେ ଆଟାକ୍ ଡ୍ରୋନ୍ଗୁଡ଼ିକ ଏକ ପରିଭାଷିତ ପ୍ରଯୁକ୍ତିବିଦ୍ୟା ଭାବେ ଉଭା ହୋଇଛନ୍ତି, ଯାହା ପାରମ୍ପରିକ ମିସାଇଲ୍ ସିଷ୍ଟମ୍ ତୁଳନାରେ ଅତି କମ୍ ଖର୍ଚ୍ଚରେ ରଣନୈତିକ ଲକ୍ଷ୍ୟ ହାସଲ କରିବାରେ ସୈନ୍ୟବାହିନୀକୁ ସକ୍ଷମ କରିଥାଏ । ଏଗୁଡ଼ିକର ରଣାଙ୍ଗନ ପ୍ରଭାବଶାଳୀତା ଗ୍ଲୋବାଲ୍ ଡିଫେନ୍ସ ମୋଡର୍ନାଇଜେସନ୍ କାର୍ଯ୍ୟକ୍ରମକୁ ଦ୍ରୁତଗାମୀ କରୁଛି । ଭାରତ ସରକାରଙ୍କ ସମସ୍ତ ବୈଧାନିକ ଓ ରପ୍ତାନୀ ମଞ୍ଜୁରୀ ଅନୁଯାୟୀ, ‘କାଲ୍’ ମାଧ୍ୟମରେ ଆଇଜି ଡିଫେନ୍ସ ବିଦେଶୀ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସ୍ୱଦେଶୀ ଟେକ୍ନୋଲୋଜି ଯୋଗାଇବା ସହ ‘ଆତ୍ମନିର୍ଭର ଭାରତ’ର ଲକ୍ଷ୍ୟକୁ ଆଗକୁ ବଢ଼ାଉଛି ଏବଂ ଭାରତକୁ ଏକ ଗ୍ଲୋବାଲ୍ ଡିଫେନ୍ସ ମାନୁଫ୍ୟାକ୍ଚରିଂ ଓ ଏକ୍ସପୋର୍ଟ ହବ୍ ଭାବେ ସୁଦୃଢ଼ କରୁଛି ।



