Homeବାଣିଜ୍ୟଆଇଟିଆଇଆରରେ ଏନ୍‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ: ବୈଷୟିକ ଜ୍ଞାନ ଓ ସାମରିକ ଦକ୍ଷତା...

ଆଇଟିଆଇଆରରେ ଏନ୍‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ: ବୈଷୟିକ ଜ୍ଞାନ ଓ ସାମରିକ ଦକ୍ଷତା ଦେଖାଇଲେ ୫୦୦ କ୍ୟାଡେଟ୍‌

ଭୁବନେଶ୍ୱର, ଅଗଷ୍ଟ ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଠାରେ ଅନୁଷ୍ଠିତ ୧୦ ଦିନିଆ ଏନ୍‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। କଟକସ୍ଥିତ ୪ କମ୍ପ୍ୟୁଟର ଟେକ୍ନିକାଲ୍ କମ୍ପାନୀ ଦ୍ୱାରା ଆୟୋଜିତ ଏହି ଶିବିରରେ ଆଇଟିଆଇଆର ସମେତ ସି. ଭି. ରମଣ ଗ୍ଲୋବାଲ ୟୁନିଭରସିଟି ଏବଂ ଆର୍ଯ୍ୟନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ପ୍ରାୟ ୫୦୦ ଜଣ ସିନିୟର ଓ ଜୁନିୟର କ୍ୟାଡେଟ୍ ସାମିଲ ହୋଇଥିଲେ। ଯୁବ କ୍ୟାଡେଟ୍‌ମାନଙ୍କୁ ଭବିଷ୍ୟତର ସଫଳ ଟେକ୍ନୋପ୍ରେନ୍ୟୁଅର୍, କୃଷି ଉଦ୍ୟୋଗୀ, ବୈଜ୍ଞାନିକ, ଟେକ୍ନୋକ୍ରାଟ୍, ପ୍ରାଣୀ ଚିକିତ୍ସକ ଓ ଗବେଷକ ଭାବେ ଗଢ଼ି ତୋଳିବା ଏବଂ ସେମାନଙ୍କୁ ସଶକ୍ତ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଆଭିମୁଖ୍ୟ ଥିଲା।

ଶିବିରର କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ କର୍ନେଲ ଆର୍. କେ. ଯୋଶୀ ଓ ଉପ-କମାଣ୍ଟାଣ୍ଟ ମେଜର ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ କ୍ୟାଡେଟ୍‌ମାନଙ୍କୁ କଠୋର ଡ୍ରିଲ୍, ଗାର୍ଡ ଓ ପାଇଲଟ୍ ଚୟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା ସଚେତନତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନେତୃତ୍ୱ ବିକାଶ ସମ୍ପର୍କିତ ବିବିଧ ସାମରିକ ତାଲିମ ପ୍ରଦାନ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୯ ଜଣ ଆସୋସିଏଟ୍ ଏନ୍‌ସିସି ଅଫିସର ଏବଂ ୮ ଜଣ ସ୍ଥାୟୀ ପ୍ରଶିକ୍ଷକ ସକ୍ରିୟ ପରିଚାଳନା ଭୂମିକା ଗ୍ରହଣ କରିଥିଲେ। ଏହାସହ ଶ୍ରେଷ୍ଠ କ୍ୟାଡେଟ୍ ଏବଂ ଶ୍ରେଷ୍ଠ ଡ୍ରିଲ୍ ପ୍ରତିଯୋଗିତା ମଧ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହି ଶିବିରର ପ୍ରମୁଖ ଆକର୍ଷଣ ପାଲଟିଥିଲା ‘ଇଗ୍ନାଇଟିଂ ମାଇଣ୍ଡ’ ଶୀର୍ଷକ ଟେକ୍ ଫେଷ୍ଟ, ଯେଉଁଥିରେ ସିନିୟର ଡିଭିଜନ କ୍ୟାଡେଟ୍‌ମାନେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ରୋବୋଟିକ୍ସ, ଅଟୋମେସନ୍, ନବୀକରଣ ଯୋଗ୍ୟ ଶକ୍ତି ଓ ବିଭିନ୍ନ ଇଞ୍ଜିନିୟରିଂ ପ୍ରୟୋଗ ସମ୍ବନ୍ଧୀୟ ୨୦ରୁ ଅଧିକ କାର୍ଯ୍ୟକ୍ଷମ ପ୍ରକଳ୍ପ ପ୍ରଦର୍ଶନ କରି ନିଜର ବୈଷୟିକ ଦକ୍ଷତାର ପରିଚୟ ଦେଇଥିଲେ। କଟକ ଏନ୍‌ସିସି ଗ୍ରୁପ୍ ମୁଖ୍ୟାଳୟର ଗ୍ରୁପ୍ କମାଣ୍ଡର କର୍ନେଲ ଏସ୍. ଜି. ସୁଧାଂଶୁ ଶେଖର ଶିବିରର ଉଚ୍ଚ ମାନର ଶୃଙ୍ଖଳା, ଅଭିନବ ପ୍ରଦର୍ଶନ ଏବଂ କର୍ମଚାରୀ ଓ କ୍ୟାଡେଟ୍‌ମାନଙ୍କ ଉତ୍ସର୍ଗୀକୃତ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments