ଭୁବନେଶ୍ୱର, ୪ ଅଗଷ୍ଟ ୨୦୨୬: ତାଇୱାନର ଲୋକପ୍ରିୟ ଟେକ୍ନୋଲୋଜି କମ୍ପାନୀ ଆସସ୍ ଭାରତୀୟ ବଜାରରେ ନିଜର କ୍ରୋମବୁକ୍ ପୋର୍ଟଫୋଲିଓକୁ ଆହୁରି ମଜବୁତ କରି ନୂଆ ‘ଆସସ୍ କ୍ରୋମବୁକ୍ ସିଏକ୍ସ୧୫’ (CX1505CTA)ର ଶୁଭାରମ୍ଭ କରିଛି। ମୁଖ୍ୟତଃ ଛାତ୍ରଛାତ୍ରୀ, ଯୁବ ପେସାଦାର ଏବଂ ପ୍ରଥମ ଥର ଲାପଟପ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏକ ଉତ୍କୃଷ୍ଟ କ୍ଲାଉଡ୍-ଫାଷ୍ଟ କମ୍ପ୍ୟୁଟିଂ ଅନୁଭବ ଦେବା ପାଇଁ ଏହାକୁ ବଜାରକୁ ଅଣାଯାଇଛି। କ୍ରୋମ୍ଓଏସ୍ ଦ୍ୱାରା ପରିଚାଳିତ ଏବଂ ଗୁଗୁଲ୍ ଏଆଇ ସୁବିଧା ସହିତ ସସଜ୍ଜିତ ଏହି ଡିଭାଇସ୍ରେ ଭରସାଯୋଗ୍ୟ କାର୍ଯ୍ୟଦକ୍ଷତା, ଇଣ୍ଟେଲିଜେଣ୍ଟ ପ୍ରଡକ୍ଟିଭିଟି, ଇମର୍ସିଭ୍ ମନୋରଞ୍ଜନ, ଦୀର୍ଘସ୍ଥାୟୀ ବ୍ୟାଟେରୀ ଏବଂ ଏଣ୍ଟରପ୍ରାଇଜ୍-ଗ୍ରେଡ୍ ସୁରକ୍ଷାର ସମ୍ମିଶ୍ରଣ ଦେଖିବାକୁ ମିଳିଛି। ଏହି ଲଞ୍ଚିଂ ମାଧ୍ୟମରେ ଆସସ୍ ଭାରତର ଅଫଲାଇନ୍ ରିଟେଲ୍ ମାର୍କେଟରେ ନିଜର କ୍ରୋମବୁକ୍ ବିସ୍ତାର ଆରମ୍ଭ କରିଛି।
ଭାରତରେ ଆସସ୍ କ୍ରୋମବୁକ୍ ସିଏକ୍ସ୧୫ର ମୂଲ୍ୟ ₹ ୪୭,୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଗ୍ରାହକମାନେ ଏହାକୁ ସମଗ୍ର ଭାରତରେ ଥିବା ଆସସ୍ ଏକ୍ସକ୍ଲୁସିଭ୍ ଷ୍ଟୋର୍, ଆରଓଜି ଷ୍ଟୋର୍, ଅଥୋରାଇଜ୍ଡ ରିଟେଲ୍ ପାର୍ଟନର, ରିଲାଏନ୍ସ ଡିଜିଟାଲ୍, ଆସସ୍ ଇ-ଷ୍ଟୋର୍ ଏବଂ ଅନ୍ୟାନ୍ୟ ପ୍ରମୁଖ ରିଟେଲ୍ ଶୋ’ରୁମ୍ରୁ କିଣିପାରିବେ। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ‘ଆସସ୍ ଇଜି ପେ’ ମାଧ୍ୟମରେ ମାସିକ ₹୩,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ୦% ବିନା ମୂଲ୍ୟର ଇଏମଆଇ ଅଫର ମଧ୍ୟ ଉପଲବ୍ଧ ଅଛି। ଉପଭୋକ୍ତାଙ୍କୁ ଅଧିକ ସୁରକ୍ଷା ଯୋଗାଇବା ପାଇଁ କମ୍ପାନୀ ୧ ବର୍ଷର ଷ୍ଟାଣ୍ଡାର୍ଡ ୱାରେଣ୍ଟି ସହିତ ୧ ବର୍ଷର ଦୁର୍ଘଟଣାଜନିତ କ୍ଷତି ସୁରକ୍ଷା ମଧ୍ୟ ପ୍ରଦାନ କରୁଛି।
ଗୁଗୁଲ୍ର ଇକୋସିଷ୍ଟମ୍ ସହ ସହଜରେ ଯୋଡ଼ିହୋଇ ରହୁଥିବାରୁ ଏହି କ୍ରୋମବୁକ୍ରେ ସୁରକ୍ଷିତ କ୍ଲାଉଡ୍ ଅନୁଭୂତି, ନିରବିଚ୍ଛିନ୍ନ ସହଯୋଗ ଓ ଏଆଇ-ପରିଚାଳିତ ପ୍ରଡକ୍ଟିଭିଟି ମିଳିଥାଏ। ରିସର୍ଚ୍ଚ କରିବା, ପ୍ରେଜେଣ୍ଟେସନ ପ୍ରସ୍ତୁତ କରିବା, ଅନଲାଇନ୍ କ୍ଲାସ୍ରେ ଯୋଗଦେବା କିମ୍ବା ଅଫିସ୍ ସହକର୍ମୀଙ୍କ ସହ ମିଶି କାମ କରିବା ଭଳି ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ଏହା ବହୁତ ସହଜ କରିଦିଏ, ଯାହା ଗ୍ରାହକଙ୍କୁ ଆଗାମୀ ଭବିଷ୍ୟତ ପାଇଁ ବ୍ୟବହାରିକ ଏଆଇ ଦକ୍ଷତା ପ୍ରଦାନ କରିବାରେ ସାହାଯ୍ୟ କରିବ।
ଏହି ସ୍ପେଶାଲ ଲଞ୍ଚ ଅବସରରେ ଆସସ୍ ଇଣ୍ଡିଆ (କଞ୍ଜୁମର୍ ଆଣ୍ଡ ଗେମିଂ ବିଜିନେସ୍ ସିଷ୍ଟମ୍)ର ଭାଇସ୍ ପ୍ରେସିଡେଣ୍ଟ ଆର୍ନୋଲ୍ଡ ସୁ କହିଛନ୍ତି ଯେ, ଡିଜିଟାଲ୍ ଲର୍ଣ୍ଣିଂ, ହାଇବ୍ରିଡ୍ ୱାର୍କ ଏବଂ ଏଆଇ ଯୋଗୁଁ ଆଜିର କମ୍ପ୍ୟୁଟିଂ ଅନୁଭବ ବଦଳିବାରେ ଲାଗିଛି। ବ୍ୟବହାରକାରୀମାନେ ଏବେ ଅନାବଶ୍ୟକ ଜଟିଳତା ବଦଳରେ ସରଳ, ସୁରକ୍ଷିତ ଓ ଇଣ୍ଟେଲିଜେଣ୍ଟ ଡିଭାଇସ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି, ଯେଉଁଥିପାଇଁ କ୍ରୋମବୁକ୍ ଏକ ଜବରଦସ୍ତ ବିକଳ୍ପ ଭାବେ ଉଭା ହୋଇଛି। ଏହି ନୂଆ ଏଆଇ-ପରିଚାଳିତ କ୍ରୋମବୁକ୍ ଜରିଆରେ କମ୍ପାନୀ ଅଫଲାଇନ୍ ରିଟେଲ୍ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ କରୁଛି, ଯାହା ଫଳରେ ସାରା ଭାରତର ଅଧିକରୁ ଅଧିକ ଗ୍ରାହକ କ୍ରୋମ୍ଓଏସ୍ ଏବଂ ଗୁଗୁଲ୍ ଏଆଇର ବାସ୍ତବ ଅନୁଭୂତି ନେଇପାରିବେ



