Homeଶିକ୍ଷାସୋଆର ‘ଆଲିସିପ୍++ ୨.୦’ ସମ୍ମିଳନୀ: କର୍ପୋରେଟ୍ କାର୍ଯ୍ୟକ୍ଷେତ୍ରରେ ସମାବେଶୀ ନେତୃତ୍ୱ ଓ ନବସୃଜନ ଉପରେ ଚେନ୍ନାଇରେ...

ସୋଆର ‘ଆଲିସିପ୍++ ୨.୦’ ସମ୍ମିଳନୀ: କର୍ପୋରେଟ୍ କାର୍ଯ୍ୟକ୍ଷେତ୍ରରେ ସମାବେଶୀ ନେତୃତ୍ୱ ଓ ନବସୃଜନ ଉପରେ ଚେନ୍ନାଇରେ ମନ୍ଥନ

ଭୁବନେଶ୍ୱର, ଅଗଷ୍ଟ ୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଚେନ୍ନାଇଠାରେ ‘ଆଲିସିପ୍++ ୨.୦’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ‘ପ୍ରାକ୍ଟିସିଂ ଆଲିସିପ୍’ ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ଏହି ସମ୍ମିଳନୀରେ ୬୦ରୁ ଊର୍ଦ୍ଧ୍ୱ ଶିଳ୍ପପତି, ମାନବ ସମ୍ବଳ ବିଶେଷଜ୍ଞ, ଶିକ୍ଷାବିତ୍ ଓ କର୍ପୋରେଟ୍ ନେତା ଯୋଗଦେଇ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗକୁ ସୁଦୃଢ଼ କରିବା ସହ କାର୍ଯ୍ୟକ୍ଷେତ୍ରରେ ସମାବେଶୀ ନେତୃତ୍ୱ ପ୍ରତିଷ୍ଠା ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଭାରତୀୟ ସ୍ପ୍ରିଣ୍ଟ ଦଳର କୋଚ୍ ତଥା ପୂର୍ବତନ ଆନ୍ତର୍ଜାତିକ ଆଥଲେଟ୍ ପ୍ରେମାନନ୍ଦ ଜେ.ଙ୍କ ସହ ଏକ ବିଶେଷ ‘ଫାୟାରସାଇଡ୍‌ ଚାଟ୍‌’, ଯେଉଁଥିରେ ସେ ଦୃଢ଼ତା, ଅନୁଶାସନ ଓ ମାର୍ଗଦର୍ଶନର ପ୍ରଭାବ ସମ୍ପର୍କରେ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ।

ଏହା ବ୍ୟତୀତ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡର ଗ୍ଲୋବାଲ୍‌ ହେଡ୍‌ ଶ୍ରୀମତୀ ଅର୍ଚ୍ଚନା ଗ୍ଲୋବର୍‌ଙ୍କ ପରିଚାଳନାରେ ‘ସମାବେଶୀ ଓ ଭବିଷ୍ୟତ-ପ୍ରସ୍ତୁତ କାର୍ଯ୍ୟକ୍ଷେତ୍ର ଗଠନରେ ଆଲିସିପ୍‌ର ଭୂମିକା’ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପ୍ୟାନେଲରେ ରେକିଟ୍‌ ଇଣ୍ଡିଆର ସୁଗନ୍ୟା ବୀରରାଘବନ୍‌, ଫୁଡ୍‌ ହବ୍‌ର ସୁରେଶ ଆଦେ, ନୋର୍ଡେକ୍ସ ଗ୍ରୁପ୍‌ର ଅର୍ଚ୍ଚନା ମୁକୁନ୍ଦନ୍‌, କାର୍‌ଟେକ୍‌ର ଆର୍‌. କେ. ରାମଚନ୍ଦ୍ରନ୍‌ ଏବଂ ଏମ୍‌ଫାସିସ୍‌ର ଏମ୍‌. ଡି. ଜୋଶୁଆ ଡେଭିଡ୍‌ ଅଂଶଗ୍ରହଣ କରି ସଂଗଠନ ମଧ୍ୟରେ ବିଶ୍ୱାସ ଓ ନବସୃଜନ ବୃଦ୍ଧିରେ ଆଲିସିପ୍‌ର ଗୁରୁତ୍ୱ ଦର୍ଶାଇଥିଲେ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଆଗାମୀ ଦିନର କାର୍ଯ୍ୟକ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ ଗଠନରେ ଶିଳ୍ପ-ଶିକ୍ଷା ସହଯୋଗର ଆବଶ୍ୟକତା ସମ୍ପର୍କରେ କହିଥିବା ବେଳେ କର୍ପୋରେଟ୍‌ ରିଲେସନ୍ସ ଡିନ୍‌ ଡକ୍ଟର ରାଜ କୁମାର ହୋତା ଦୈନନ୍ଦିନ ନେତୃତ୍ୱରେ ଆଲିସିପ୍‌କୁ ସାମିଲ କରିବାକୁ ଗୁରୁତ୍ୱାରୋପ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments