ନୂଆଦିଲ୍ଲୀ, ୨୪ ଜୁଲାଇ, ୨୦୨୬: ଦେଶର ଅଗ୍ରଣୀ ଅଟୋମୋବାଇଲ୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍, ନୂଆ ଦିଲ୍ଲୀଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନିଜର ବହୁ ପ୍ରତିକ୍ଷୀତ ଏସୟୁଭି—New Brezza Turbo Boosterjet ର ଶୁଭାରମ୍ଭ କରିବାକୁ ଘୋଷଣା କରିଛି। ‘Spontaneous Play’ ର ନୂତନ ଧାରଣା ଉପରେ ଆଧାରିତ ଏହି ଏସୟୁଭିକୁ ବିଶେଷ ଭାବରେ ଆଜିର ଗତିଶୀଳ ଏବଂ ମହତ୍ୱାକାଂକ୍ଷୀ ଯୁବ ଭାରତକୁ ଆକୃଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁମାନେ ନିଜ ଗାଡ଼ିରୁ କେବଳ ପରିବହନ ନୁହେଁ, ବରଂ ନିଜର ବହୁମୁଖୀ ଜୀବନଶୈଳୀ ସହିତ ଖାପ ଖାଉଥିବା ଏକ ଶକ୍ତିଶାଳୀ ଓ ଯୁବସୁଲଭ ପରିଚୟ ଚାହାଁନ୍ତି। ଏକାଧିକ ବ୍ୟକ୍ତିତ୍ୱକୁ ପାଇଁ ପରିକଳ୍ପିତ ନୂତନ ବ୍ରେଜା, ଭାରତର ସବୁଠାରୁ ପ୍ରିୟ କମ୍ପାକ୍ଟ ଏସୟୁଭି ଭାବରେ ଏହାର ଐତିହ୍ୟକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ। ନୂତନ ବ୍ରେଜା ଟର୍ବୋ ବୁଷ୍ଟରଜେଟ୍ ର ପ୍ରାରମ୍ଭିକ ମୂଲ୍ୟ 7,39,900 ଟଙ୍କାରୁ ଆରମ୍ଭ ହେଉଛି।
ନୂତନ ବ୍ରେଜା ଏସୟୁଭିରେ ଏକ ଅଧିକ ବୋଲ୍ଡ ଏବଂ ଯୁବସୁଲଭ ବାହ୍ୟ ଡିଜାଇନ୍ ଦିଆଯାଇଛି, ଯାହା ଏହାର ସିଗ୍ନେଚର ରୂପକୁ ବୃଦ୍ଧି କରିଛି। performance ବିଷୟରେ କହିଲେ, New Brezza Turbo Boosterjet ରେ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍ ଇଞ୍ଜିନ୍ ସହିତ 6-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଏବଂ ପ୍ରୋଗ୍ରେସିଭ୍ ସ୍ମାର୍ଟ ହାଇବ୍ରିଡ୍ ଟେକ୍ନୋଲୋଜିର ସଂଯୋଜନା ରହିଛି, ଯାହା ଏକ ଦମ୍ଦାର ଡ୍ରାଇଭିଂ ଅଭିଜ୍ଞତା ପ୍ରଦାନ କରେ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଖେଳାଳି ମନୋଭାବ ଏବଂ ସାହସ ଖୋଜୁଥିବା ଯୁବ ଟ୍ରେଣ୍ଡସେଟରମାନଙ୍କ ପାଇଁ ଏହା ଉତ୍ସାହ ପ୍ରଦାନ କରିବାକୁ ଇଞ୍ଜିନିୟରିଂ କରାଯାଇଛି। କେବଳ ଟର୍ବୋ ନୁହେଁ, ନୂତନ ବ୍ରେଜା ପ୍ରୋଗ୍ରେସିଭ୍ ସ୍ମାର୍ଟ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ କମ୍ପାନୀର ପ୍ରମାଣିତ ଏବଂ Refined K15C Dual Jet Dual VVT ଇଞ୍ଜିନ୍ ସହିତ ମଧ୍ୟ ଉପଲବ୍ଧ, ଯାହା ‘Strategic Play’ ପୋଜିସନିଂ ସହିତ ମହତ୍ୱାକାଂକ୍ଷୀ ବୃତ୍ତିଗତମାନଙ୍କ ପାଇଁ ଏକ ଆଦର୍ଶ ପସନ୍ଦ ପାଲଟିଛି। ଏହି ମୋଡେଲରେ ଏକ ନୂତନ 6-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ଷ୍ଟିଅରିଂ-ମାଉଣ୍ଟେଡ୍ ପ୍ୟାଡଲ୍ ସିଫ୍ଟର୍ସ ବିଶିଷ୍ଟ 6-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିଛି, ଯାହା ସହର ତଥା ହାଇୱେରେ ସହଜ ଚାଳନା ପାଇଁ ସୁବିଧା ଦିଏ।
ଏହାସହ New Brezza S-CNG ଗ୍ରାହକମାନେ ନୂତନ underbody CNG ଟ୍ୟାଙ୍କ କନଫିଗୁରେସନ୍ ସହିତ ସମ୍ପୂର୍ଣ୍ଣ ଏସୟୁଭି ଅଭିଜ୍ଞତାର ଆନନ୍ଦ ନେଇପାରିବେ। ଏହି ବିଶେଷ ଡିଜାଇନ୍ ବୁଟ୍ ସ୍ପେସ୍ (Boot Space) ରେ କୌଣସି ପ୍ରକାର ସାଲିସ୍ ନକରି ଗ୍ରାହକଙ୍କୁ ସୁବିଧା ଏବଂ ପ୍ରାକ୍ଟିକାଲିଟି ପ୍ରଦାନ କରେ, ଯାହା ଏହାକୁ ଏକ ବହୁମୁଖୀ ପରିବାର ଗାଡ଼ି ଭାବରେ ସ୍ଥାପିତ କରେ।
New Brezza ର ଉନ୍ମୋଚନ ଅବସରରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ମାର୍କେଟିଂ ଏବଂ ସେଲ୍ସର ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ପାର୍ଥ ବାନାର୍ଜୀ ନିଜର ମତ ରଖି କହିଛନ୍ତି, “New Brezza ହେଉଛି ଏକ ଏଭଳି ଏସୟୁଭି ଯାହା ଯୁବ ଭାରତର ଆକାଂକ୍ଷାକୁ ପ୍ରକୃତରେ ପ୍ରତିଫଳିତ କରେ। New Brezza Turbo Boosterjet ସହିତ ଆମେ ଡ୍ରାଇଭିଂର ଏକ ନୂତନ ଉତ୍ସାହ ଯୋଡ଼ିଛୁ, ଯାହା ଯୁବ ଭାରତର ଶକ୍ତି ଏବଂ ଭାଇବ୍ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି। ନୂତନ ବ୍ରେଜାକୁ ବିଭିନ୍ନ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, କାରଣ ଏହା ଗ୍ରାହକଙ୍କ ବିଭିନ୍ନ ମନୋଭାବ ଏବଂ ଅବସର ଅନୁଯାୟୀ ନିଜକୁ ସହଜରେ ପରିବର୍ତ୍ତନ କରିପାରେ। ଏହା ଏକ ଏଭଳି ଏସୟୁଭି ଯାହା ଗ୍ରାହକଙ୍କ ବ୍ୟକ୍ତିତ୍ୱର ପ୍ରତ୍ୟେକ ଦିଗକୁ ଆକୃଷ୍ଟ କରେ, ତାହା କାମ ହେଉ କିମ୍ବା ଖେଳ, ଏହା ସେମାନଙ୍କ ଜୀବନଶୈଳୀର ବିଭିନ୍ନ ଦିଗକୁ ଆକୃଷ୍ଟ କରି ସେମାନଙ୍କୁ ‘ଲିଡ୍ ଏଭ୍ରି ପ୍ଲେ’ କରିବାରେ ସକ୍ଷମ କରେ। ଏହା ଏକ ମହାନ ଉତ୍ପାଦର ପ୍ରକୃତ ପରିଚୟ, ଯାହା ଗ୍ରାହକଙ୍କ ଅନୁଯାୟୀ ନିଜକୁ ଖାପ ଖୁଆଇ ନିଏ ଏବଂ ବ୍ରାଣ୍ଡର ଐତିହ୍ୟକୁ ଆଗକୁ ବଢ଼ାଇବ।”



