ଭୁବନେଶ୍ୱର, ଜୁଲାଇ ୨୦୨୬: ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ବିଏସଇ: ୫୪୨୯୦୪, ଏନଏସଇ: UJJIVANSFB) ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଜୁନ୍ ୨୦୨୬) ପାଇଁ ନିଜର ଆର୍ଥିକ ପ୍ରଦର୍ଶନ ରିପୋର୍ଟ ପ୍ରକାଶ କରିଛି। ଏହି ତ୍ରୈମାସିକରେ ବ୍ୟାଙ୍କର ସାମଗ୍ରିକ ବ୍ୟବସାୟ ଓ ଲାଭଜନକତାରେ ଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ବ୍ୟାଙ୍କର ନିଟ୍ ଲାଭ (ପିଏଟି) ବାର୍ଷିକ ଆଧାରରେ ୨୦୬.୭% ବୃଦ୍ଧି ପାଇ ୩୧୭ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟବସାୟିକ ଅଭିବୃଦ୍ଧି ଏବଂ ସମ୍ପତ୍ତି ଗୁଣବତ୍ତାରେ ସୁଧାରକୁ ଦୃଷ୍ଟିରେ ରଖି ବ୍ୟାଙ୍କ ୨୦୨୬-୨୭ ବର୍ଷ ପାଇଁ ତାର ଆରଓଏ ମାର୍ଗଦର୍ଶିକାକୁ ୧.୮%ରୁ ୨.୦%କୁ ସଂଶୋଧନ କରିଛି।
ତ୍ରୈମାସିକ ସମୟ ମଧ୍ୟରେ ବ୍ୟାଙ୍କର ନେଟ୍ ଇଣ୍ଟରେଷ୍ଟ ଇନକମ୍ ବାର୍ଷିକ ୩୮.୬% ବୃଦ୍ଧି ପାଇ ୧୧୮୬ କୋଟି ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ନେଟ୍ ଇଣ୍ଟରେଷ୍ଟ ମାର୍ଜିନ୍ ୮.୫% ରହିଛି। ଅପରେଟିଂ ପ୍ରଫିଟ୍ ୫୨.୦% ବୃଦ୍ଧି ସହ ୫୪୮ କୋଟି ଟଙ୍କା ହୋଇଛି। ବ୍ୟାଙ୍କର କଷ୍ଟ-ଟୁ-ଇନକମ୍ ଅନୁପାତ ୬୨.୦%କୁ ହ୍ରାସ ପାଇଛି, ଯାହା ଗତବର୍ଷର ସମାନ ତ୍ରୈମାସିକରେ ୬୭.୦% ଥିଲା। ଏହା ବ୍ୟାଙ୍କର ପରିଚାଳନାଗତ ଦକ୍ଷତାକୁ ଦର୍ଶାଉଛି। ବାର୍ଷିକ ଆଧାରରେ ଆରଓଏ ୧୩୧ ବିପିଏସ ବୃଦ୍ଧି ପାଇ ୨.୨% ଏବଂ ଆରଓଇ ୧୧୪୫ ବିପିଏସ ବୃଦ୍ଧି ପାଇ ୧୮.୨% ହୋଇଛି।
ଡିପୋଜିଟ୍ ବା ଜମା ସଂଗ୍ରହ କ୍ଷେତ୍ରରେ ବ୍ୟାଙ୍କର ମୋଟ ଜମା ପରିମାଣ ବାର୍ଷିକ ୨୪.୬% ଏବଂ ତ୍ରୈମାସିକ ଆଧାରରେ ୫.୪% ବୃଦ୍ଧି ପାଇ ୪୮,୧୨୯ କୋଟି ଟଙ୍କା ହୋଇଛି। କାସା ଜମା ବାର୍ଷିକ ୩୭.୮% ବୃଦ୍ଧି ପାଇ ୧୨,୯୩୦ କୋଟି ଟଙ୍କାରେ ପହଞ୍ଚିଛି, ଯାହା ମୋଟ ଜମାର ୨୬.୯%। ବ୍ୟାଙ୍କର ପାଣ୍ଠି ମୂଲ୍ୟ ବାର୍ଷିକ ଭିତ୍ତିରେ ୭୧ ବିପିଏସ ଏବଂ ତ୍ରୈମାସିକ ଭିତ୍ତିରେ ୧୧ ବିପିଏସ ହ୍ରାସ ପାଇ ୬.୯% ରହିଛି। ସ୍ଥିର ଲିକ୍ୱିଡିଟି ବଜାୟ ରଖି ବ୍ୟାଙ୍କ ନିଜର ସିଡି ଅନୁପାତ ପ୍ରାୟ ୮୯%ରେ ନିୟନ୍ତ୍ରିତ ରଖିଛି। ଗ୍ରାହକମାନଙ୍କ ସୁବିଧା ପାଇଁ ଡିଜିଟାଲ୍ ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡ ବିତରଣ ଏବଂ ନୂତନ କୋ-ବ୍ରାଣ୍ଡେଡ କ୍ରେଡିଟ୍ କାର୍ଡ ଅଫରିଂ ପରି ସେବା ବିତରଣ ସୁଦୃଢ଼ କରାଯାଇଛି।
ସମ୍ପତ୍ତି ଓ ଋଣ ପୋର୍ଟଫୋଲିଓ ବିଷୟରେ କହିଲେ, ଗ୍ରସ୍ ଲୋନ୍ ବୁକ୍ ବାର୍ଷିକ ୨୮.୯% ବୃଦ୍ଧି ପାଇ ୪୨,୯୦୩ କୋଟି ଟଙ୍କା ହୋଇଛି। ଚଳିତ ତ୍ରୈମାସିକରେ ୯,୨୪୫ କୋଟି ଟଙ୍କାର ସର୍ବୋଚ୍ଚ ଋଣ ବିତରଣ କରାଯାଇଛି, ଯାହା ଗତବର୍ଷ ତୁଳନାରେ ୪୧.୪% ଅଧିକ। ସିକ୍ୟୋର୍ଡ ଲୋନ୍ ବୁକ୍ ୪୨.୭% ବୃଦ୍ଧି ସହ ୨୧,୬୩୮ କୋଟି ଟଙ୍କାରେ ପହଞ୍ଚିଛି, ଯାହା ମୋଟ ଋଣ ବୁକ୍ର ୫୦.୪%। ବ୍ୟାଙ୍କର ନୂତନ ବ୍ୟବସାୟିକ ସେଗମେଣ୍ଟ ଯେପରିକି ସୁନା ଋଣ (୧,୦୨୦ କୋଟି ଟଙ୍କା) ଏବଂ ଯାନବାହନ ଋଣ (୧,୦୩୬ କୋଟି ଟଙ୍କା) ପ୍ରତ୍ୟେକ ୧,୦୦୦ କୋଟି ଟଙ୍କାର ବ୍ୟବସାୟ ଅତିକ୍ରମ କରିଛନ୍ତି। ହାଉସିଂ ଋଣ ୪୦.୮% ବୃଦ୍ଧି ସହ ୧୧,୨୧ୋ କୋଟି ଟଙ୍କା ଏବଂ ଏମଏସଏମଇ ଋଣ ୫୪% ବୃଦ୍ଧି ସହ ୩,୪୭୦ କୋଟି ଟଙ୍କା ହୋଇଛି। ମାଇକ୍ରୋ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓ ୧୬.୮% ବୃଦ୍ଧି ପାଇ ୨୧,୩୭୧ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁଥିରେ ବକେଟ-ଏକ୍ସ କଲେକ୍ସନ ଏଫିସିଏନ୍ସି ୯୯.୬୮% ରହିଛି।
ସମ୍ପତ୍ତି ଗୁଣବତ୍ତାରେ ବ୍ୟାଙ୍କ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଜିଏନପିଏ ୨.୧୭% ଏବଂ ଏନଏନପିଏ ୦.୩୪%କୁ ହ୍ରାସ ପାଇଛି, ଯାହା ମାର୍ଚ୍ଚ ୨୦୨୬ରେ ଯଥାକ୍ରମେ ୨.୨୭% ଓ ୦.୪୩% ଥିଲା। ପୋର୍ଟଫୋଲିଓ ଆଟ୍ ରିସ୍କ ୩.୫୮%କୁ କମିଛି ଏବଂ ପ୍ରୋଭିଜନ୍ କଭରେଜ୍ ରେସିଓ ୮୫%କୁ ବୃଦ୍ଧି ପାଇଛି। ବ୍ୟାଙ୍କର ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ ୨୦.୩୬% ଏବଂ ହାରାହାରି ଏଲସିଆର ୧୩୨% ରହିଛି।
ଜୁନ୍ ୨୦୨୬ ସୁଦ୍ଧା ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୮୧୪କୁ ବୃଦ୍ଧି ପାଇଛି। ବ୍ୟାଙ୍କର ଇଡି କାରୋଲ ଫୁର୍ଟାଡୋ ପ୍ରକାଶ କରିଛନ୍ତି ଯେ ଆରବିଆଇ ନିରପେକ୍ଷ ସ୍ଥିତି ସହ ରେପୋ ରେଟ୍ ୫.୨୫%ରେ ଅପରିବର୍ତ୍ତିତ ରଖିଛି ଏବଂ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଜିଡିପି ଅଭିବୃଦ୍ଧି ୬.୬% ଓ ମୁଦ୍ରାସ୍ଫୀତି ୫.୧% ରହିବା ନେଇ ଆକଳନ କରିଛି। ବ୍ୟାଙ୍କର ୨୫% ସମ୍ପତ୍ତି ଅଭିବୃଦ୍ଧି ଲକ୍ଷ୍ୟ ହାସଲ ନେଇ ସେ ଆଶାବାଦୀ ଅଛନ୍ତି। କମ୍ ଋଣ ଖର୍ଚ୍ଚ (୦.୯%) କାରଣରୁ ୨୦୨୬-୨୭ ପାଇଁ ଋଣ ଖର୍ଚ୍ଚ ଗାଇଡାନ୍ସକୁ ୦.୯%-୧.୦% ଏବଂ ଆରଓଏ ଗାଇଡାନ୍ସକୁ ୧.୮%-୨.୦%କୁ ସଂଶୋଧନ କରାଯାଇଛି।



