Homeରାଜ୍ୟ ଖବରବାତ୍ୟା ଦୁର୍ବଳ ହେଲେ ବି ସତର୍କ ରହିଛି ଜଳ ସମ୍ପଦ ବିଭାଗ: ଆଗାମୀ ୨୪ ଘଣ୍ଟା...

ବାତ୍ୟା ଦୁର୍ବଳ ହେଲେ ବି ସତର୍କ ରହିଛି ଜଳ ସମ୍ପଦ ବିଭାଗ: ଆଗାମୀ ୨୪ ଘଣ୍ଟା ନିର୍ଣ୍ଣାୟକ, ଜଳଭଣ୍ଡାର ଓ ନଦୀବନ୍ଧ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୦ ନଭେମ୍ବର ୨୦୨୬: ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଉଥିଲେ ମଧ୍ୟ ବନ୍ୟା ପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ଚବିଶ ଘଣ୍ଟିଆ ସତର୍କତା ଏବଂ ପ୍ରସ୍ତୁତି ଅବ୍ୟାହତ ରହିଛି। ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ବର୍ଷା ପରିସ୍ଥିତି, ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଏବଂ ବନ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି।

ବୈଠକରେ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ହୋଇଥିବା ବର୍ଷା, ଜଳଭଣ୍ଡାରକୁ ଜଳ ପ୍ରବେଶ ଓ ନିଷ୍କାସନର ପରିମାଣ ଏବଂ ପ୍ରମୁଖ ଜଳ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବର୍ଷାର ପରିବର୍ତ୍ତିତ ସ୍ଥିତି, ଜଳଭଣ୍ଡାରକୁ ଆସୁଥିବା ଜଳ ଏବଂ ନିଷ୍କାସିତ ଜଳ ଉପରେ ନିରନ୍ତର ନଜର ରଖିବା ସହ ପ୍ରଚଳିତ ନିୟମ ଓ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଜଳଭଣ୍ଡାର ପରିଚାଳନା କରିବାକୁ ଶ୍ରୀମତୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲେ ହେଁ ବନ୍ୟା ମୁକାବିଲା ପ୍ରସ୍ତୁତିରେ କୌଣସି ପ୍ରକାର ଶିଥିଳତା ନ ଆଣିବାକୁ ସେ ସ୍ପଷ୍ଟ କରିଛନ୍ତି।

ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଦିନରାତି ସଜାଗ ରହିବା, ଜଳ ପ୍ରବାହର ପରିବର୍ତ୍ତିତ ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଏବଂ ଯେକୌଣସି ସମ୍ଭାବ୍ୟ ବିପଦ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ବିଶେଷ କରି ଜଳଭଣ୍ଡାରକୁ ହଠାତ୍ ଅଧିକ ଜଳ ପ୍ରବେଶ କରିବାର ସମ୍ଭାବନା, ତଳମୁଣ୍ଡ ଅଞ୍ଚଳର ସ୍ଥିତି ଆକଳନ ଏବଂ ଆବଶ୍ୟକ ସ୍ଥଳେ ତ୍ୱରିତ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସକ୍ରିୟ ବନ୍ୟା ପରିଚାଳନା ନିମନ୍ତେ କ୍ଷେତ୍ରସ୍ତରୀୟ ଅଧିକାରୀ, ଅବବାହିକା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରନ୍ତର ନିରୀକ୍ଷଣ, ସମୟୋଚିତ ସୂଚନା ଆଦାନପ୍ରଦାନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଦ୍ୱାରା ଜନଜୀବନ, ଜୀବିକା ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ବାତ୍ୟାର ପ୍ରଭାବ କମୁଥିଲେ ମଧ୍ୟ ରାଜ୍ୟରେ ଚବିଶ ଘଣ୍ଟିଆ ନିରୀକ୍ଷଣ, ସତର୍କତା ଓ ସମନ୍ୱିତ ପ୍ରସ୍ତୁତି ଜାରି ରହିବ ବୋଲି ବିଭାଗ ପକ୍ଷରୁ ଦୋହରାଯିବା ସହ ସମ୍ଭାବ୍ୟ ବିପଦର ପୂର୍ବ ଆକଳନ ଏବଂ ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments