ନୂଆଦିଲ୍ଲୀ, ୨୦ ଅଗଷ୍ଟ ୨୦୨୬: ଆମାଜନ ୱେବ୍ ସର୍ଭିସେସ (ଏଡବ୍ଲ୍ୟୁଏସ) ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ଆମାଜନ ବେଡ୍ରକ୍ରେ ଓପନଏଆଇ ଜିପିଟି-୫.୬ ଟେରା ଏବଂ ଲୁନା ମଡେଲର ସାଧାରଣ ଉପଲବ୍ଧତା ଘୋଷଣା କରିଛି। ଇନ୍-କଂଟ୍ରି ଇନ୍ଫରେନ୍ସିଙ୍ଗ ସୁବିଧା ସହିତ ଆସୁଥିବା ଏହି ମଡେଲଗୁଡ଼ିକ କମ୍ ଲାଟେନ୍ସି, ଉନ୍ନତ ପ୍ରାଇସ-ପର୍ଫର୍ମାନ୍ସ ଏବଂ ଏଂଟରପ୍ରାଇଜ-ଗ୍ରେଡ ସୁରକ୍ଷା ପ୍ରଦାନ କରିବ। ଏହା ଦ୍ୱାରା ବ୍ୟାଙ୍କିଙ୍ଗ, ଆର୍ଥିକ ସେବା, ସ୍ୱାସ୍ଥ୍ୟସେବା, ସାର୍ବଜନୀନ କ୍ଷେତ୍ର ଏବଂ ଷ୍ଟାର୍ଟଅପଗୁଡ଼ିକ ନିଜର ସୁରକ୍ଷା ଓ ଶାସନଗତ ନିୟନ୍ତ୍ରଣ ବଜାୟ ରଖି ସ୍ଥାନୀୟ ସ୍ତରରେ ସୁରକ୍ଷିତ ଭାବେ ଏଆଇ ଆପ୍ଲିକେଶନ ନିର୍ମାଣ କରିପାରିବେ।
ଏହି ମଡେଲଗୁଡ଼ିକ ମଧ୍ୟରେ ଜିପିଟି-୫.୬ ଟେରା ହେଉଛି ଦୈନନ୍ଦିନ ଉଦ୍ୟୋଗ କାର୍ଯ୍ୟଭାର ପାଇଁ ଏକ ସନ୍ତୁଳିତ, ସାଧାରଣ-ଉଦ୍ଦେଶ୍ୟ ବିଶିଷ୍ଟ ମଡେଲ ଯାହା ସ୍ୱଳ୍ପ ମୂଲ୍ୟରେ ଉଚ୍ଚ କାର୍ଯ୍ୟଦକ୍ଷତା ଦେଇଥାଏ। ଅନ୍ୟପଟେ, ଜିପିଟି-୫.୬ ଲୁନା ହେଉଛି ସମରାଇଜେଶନ ଓ କ୍ଲାସିଫିକେଶନ ଭଳି ଅଧିକ ପରିମାଣର, ଲାଟେନ୍ସି-ସେନ୍ସିଟିଭ କାର୍ଯ୍ୟ ପାଇଁ ସବୁଠାରୁ ଦ୍ରୁତ ଓ କମ୍ ଖର୍ଚ୍ଚଯୁକ୍ତ ମଡେଲ। ଓପନଏଆଇର ନୂତନ ମୂଲ୍ୟ ହ୍ରାସ ନୀତି ପରେ ଜିପିଟି-୫.୬ ଲୁନାର ମୂଲ୍ୟ ୮୦% ଏବଂ ଜିପିଟି-୫.୬ ଟେରାର ମୂଲ୍ୟ ୨୦% ପର୍ଯ୍ୟନ୍ତ ହ୍ରାସ ପାଇଛି, ଯାହା ଆମାଜନ ବେଡ୍ରକ୍ରେ ସିଧାସଳଖ ଲାଗୁ ହୋଇଛି।
ଓପନଏଆଇ ଭାରତର ଏଂଟରପ୍ରାଇଜ ସେଲ୍ସ ମୁଖ୍ୟ ନିତିନ ବାୱନକୁଲେ କହିଛନ୍ତି ଯେ ଭାରତରେ ଏଆଇ ଏବେ କେବଳ ପରୀକ୍ଷଣରେ ସୀମିତ ନରହି ବ୍ୟବହାରିକ ପରିଚାଳନା ଆଡ଼କୁ ଗତି କରିଛି, ଯେଉଁଠାରେ ଲୋକାଲ ଇନ୍ଫରେନ୍ସିଙ୍ଗ ଆତ୍ମବିଶ୍ୱାସର ସହ ଏଆଇ ଗ୍ରହଣ କରିବାର ପ୍ରମୁଖ ଅଂଶ ସାଜିଛି। ଏଡବ୍ଲ୍ୟୁଏସ ଇଣ୍ଡିଆ ଓ ସାଉଥ ଏସିଆର ସଲ୍ୟୁଶନ ଆର୍କିଟେକ୍ଚର ନିର୍ଦ୍ଦେଶକ ସତିନ୍ଦର ପାଲ ସିଂହ ଦର୍ଶାଇଛନ୍ତି ଯେ ଭାରତୀୟ ଉଦ୍ୟୋଗଗୁଡ଼ିକ ସେମାନଙ୍କ ଡାଟା ପରିସର ମଧ୍ୟରେ ବିଶ୍ୱସନୀୟ ଏଡବ୍ଲ୍ୟୁଏସ ଭିତ୍ତିଭୂମି ବ୍ୟବହାର କରି ଆଡ୍ଭାନ୍ସଡ ଏଆଇ ଆପ୍ଲିକେଶନ ନିର୍ମାଣ କରିବାକୁ ସକ୍ଷମ ହେଉଛନ୍ତି।
ଗ୍ରାହକମାନେ ଆମାଜନ ବେଡ୍ରକ୍ର ସିଙ୍ଗଲ ଏପିଆଇ ମାଧ୍ୟମରେ ବିନା କୌଣସି ଭିତ୍ତିଭୂମି ପରିବର୍ତ୍ତନରେ ଏହି ମଡେଲଗୁଡ଼ିକୁ ଆକ୍ସେସ କରିପାରିବେ। ଏହା ଦ୍ୱାରା ଦୈନନ୍ଦିନ କାର୍ଯ୍ୟକୁ ଟେରା ଏବଂ ଅଧିକ ପରିମାଣର କାର୍ଯ୍ୟକୁ ଲୁନା ମଡେଲ ଦ୍ୱାରା ସମ୍ପାଦନ କରାଯାଇପାରିବ। ଏହି ମଡେଲଗୁଡ଼ିକ ଏଜେଟିକ କୋଡିଙ୍ଗ, ସ୍ୱୟଂଚାଳିତ ଡାଟା ଆନାଲିସିସ, ଚାଟ୍ଜିପିଟି ୱର୍କଫ୍ଲୋ, ସଫ୍ଟୱେୟାର ଡେଭ୍ଲପମେଣ୍ଟ, କେୱାଇସି ଯାଞ୍ଚ, ରେଗୁଲେଟୋରୀ ଫାଇଲିଂ, ହାଇ-ଭଲ୍ୟୁମ କଷ୍ଟମର ଆପ୍ଲିକେଶନ ଏବଂ ସେନ୍ସିଟିଭ ଡାଟା ଆନାଲିସିସ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟଗୁଡ଼ିକୁ ସହଜ ଓ ଅଟୋମେଟ୍ କରିବାରେ ବ୍ୟାପକ ସାହାଯ୍ୟ କରିବ।



