/* SC_TH_END:4.0.3:d099fa56 */ ‘ଆନ୍ଥେ ୨୦୨୬’ର ଶୁଭାରମ୍ଭ କଲା ଆକାଶ: ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦% ବୃତ୍ତି ଓ ୨.୫ କୋଟିର ନଗଦ ପୁରସ୍କାର - Bikalpa.in
Friday, August 28, 2026
spot_img
Homeଶିକ୍ଷା ଓ ସମାଜ'ଆନ୍ଥେ ୨୦୨୬'ର ଶୁଭାରମ୍ଭ କଲା ଆକାଶ: ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦% ବୃତ୍ତି ଓ ୨.୫...

‘ଆନ୍ଥେ ୨୦୨୬’ର ଶୁଭାରମ୍ଭ କଲା ଆକାଶ: ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦% ବୃତ୍ତି ଓ ୨.୫ କୋଟିର ନଗଦ ପୁରସ୍କାର

ଭୁବନେଶ୍ୱର, ୧୮ ଅଗଷ୍ଟ ୨୦୨୬: ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ପକ୍ଷରୁ ଏହାର ବାର୍ଷିକ ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଂଟ ହଂଟ ଏଗ୍‌ଜାମ’ (ଆନ୍ଥେ) ୨୦୨୬ର ଆନୁଷ୍ଠାନିକ ଉନ୍ମୋଚନ କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାମୂଳକ ପ୍ଲାଟଫର୍ମ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି, ଯାହା ଏହାକୁ ଭାରତର ଅନ୍ୟତମ ବୃହତ୍ତମ ଓ ଦୀର୍ଘତମ ଷ୍ଟୁଡେଂଟ ଆସେସମେଂଟ ପୋର୍ଟାଲ ଭାବେ ସ୍ୱୀକୃତି ଦେଇଛି। ଚଳିତ ବର୍ଷ ଆନ୍ଥେ ୨୦୨୬ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଅଫିସିଆଲ ଆନ୍ଥେ ପୋର୍ଟାଲ ସମେତ ଦେଶସାରା ଥିବା ଆକାଶ ସେଂଟରଗୁଡ଼ିକରେ ଖୋଲା ରହିଛି। ପରୀକ୍ଷା ସୂଚୀ ଅନୁଯାୟୀ, ଅନ୍‌ଲାଇନ ପରୀକ୍ଷା ଆସନ୍ତା ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ପରିଚାଳିତ ହେବ। ଅପରପକ୍ଷରେ, ଅଫ୍‌ଲାଇନ ପରୀକ୍ଷା ଅକ୍ଟୋବର ୧୧, ୨୫ ଏବଂ ନଭେମ୍ବର ୧ ତାରିଖ ୨୦୨୬ରେ ଅନୁଷ୍ଠିତ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ଥେର ଗୁରୁତ୍ୱ ଆଲୋଚନା କରି ଏଇଏସଏଲର ଏମ୍‌ଡି ତଥା ସିଇଓ, ଚନ୍ଦ୍ର ଶେଖର ଗରିସା ରେଡ୍ଡୀ କହିଛନ୍ତି ଯେ, ଆନ୍ଥେ କେବଳ ବୃତ୍ତି ପ୍ରଦାନ କରୁଥିବା ଏକ ପରୀକ୍ଷା ନୁହେଁ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ନିଜର ଶିକ୍ଷାଗତ ଦକ୍ଷତା ଓ ସାମର୍ଥ୍ୟକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ବୁଝିବାରେ ସାହାଯ୍ୟ କରିବା। ବିଗତ ୧୬ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ପିଲା ଆନ୍ଥେକୁ ନିଜର ପ୍ରସ୍ତୁତି ପରଖିବାର ଏକ ବିଶ୍ୱସନୀୟ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଏହି ପରୀକ୍ଷା ଜରିଆରେ ମିଳୁଥିବା ମୂଲ୍ୟାଙ୍କନ କେବଳ ନମ୍ବର ଭିତ୍ତିକ ନୁହେଁ, ବରଂ ଏହା ଛାତ୍ରଛାତ୍ରୀଙ୍କ ଶକ୍ତି, ଦୁର୍ବଳତା ଏବଂ ଅଧିକ ଧ୍ୟାନ ଦେବାକୁ ଥିବା ବିଷୟଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥାଏ, ଯାହା ସେମାନଙ୍କୁ ଭବିଷ୍ୟତ ପାଇଁ ଏକ ସଠିକ ମାର୍ଗ ଦେଖାଇଥାଏ।

ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଏଇଏସଏଲର ରିଜିଓନାଲ ଡାଇରେକ୍ଟର ଶ୍ରୀ ଅଜୟ ବାହାଦୁର ସିଂହ, ଇଷ୍ଟ-ଜୋନ ଡେପୁଟି ଡାଇରେକ୍ଟର ଶ୍ରୀ ସୂର୍ଯ୍ୟଭାନୁ ସିଂହ, ଭୌମନଗର ଶାଖା ମୁଖ୍ୟ ଶ୍ରୀ ସୁଭ୍ରଜିତ ସରକାର, ଚନ୍ଦ୍ରଶେଖରପୁର ଶାଖା ମୁଖ୍ୟ ଶ୍ରୀ ମନୀଶ ପାତ୍ର ଏବଂ ଇଷ୍ଟ ଜୋନର ରିଜିଓନାଲ ଅପରେସନ୍ସ ହେଡ୍ ଶ୍ରୀ ଜୟଦୀପ ମୁଖାର୍ଜୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପରୀକ୍ଷା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଆକାଶର କ୍ଲାସରୁମ, ହାଇବ୍ରିଡ ଓ ଡିଜିଟାଲ କୋର୍ସ ପାଇଁ ୧୦୦% ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯିବ। ଏଥିସହିତ କୃତୀ ପ୍ରତିଯୋଗୀଙ୍କ ପାଇଁ ମୋଟ ୨.୫ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଛି। ୫ମରୁ ୧୨ଶ ଶ୍ରେଣୀର ପିଲାମାନେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ନିଟ୍ ୟୁଜି ୨୦୨୬ ପରୀକ୍ଷାରେ ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଆକାଶର ୪୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧ ଜଣ ପୂର୍ବରୁ ଆନ୍ଥେ ଜରିଆରେ କ୍ୱାଲିଫାଏ କରିଥିଲେ। ସେହିପରି ଜେଇଇ ଆଡ୍‌ଭାନ୍ସଡ ୨୦୨୬ରେ ଟପ୍ ୧୦୦ ମଧ୍ୟରେ ଥିବା ୧୧ ଜଣ ଆକାଶ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ଆନ୍ଥେ ଦେଇ କ୍ୱାଲିଫାଏ କରିଥିଲେ। ଏହି ସଫଳତା ପ୍ରାରମ୍ଭିକ ମୂଲ୍ୟାଙ୍କନ ଓ ସଂଗଠିତ ଶିକ୍ଷାର ମହତ୍ତ୍ୱକୁ ସୂଚାଉଛି। ଜାତୀୟ ସ୍ତରର ବେଂଚମାର୍କିଙ୍ଗ ଜରିଆରେ ଆନ୍ଥେ ପିଲାମାନଙ୍କୁ ଦେଶ ଓ ରାଜ୍ୟ ସ୍ତରରେ ସେମାନଙ୍କର ପ୍ରକୃତ ସ୍ଥିତି ଜାଣିବା ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments