Thursday, April 2, 2026
spot_img
Homeବାଣିଜ୍ୟଯାଜପୁର ଓ କଟକ ଶୋ’ରୁମ ଶୁଭାରମ୍ଭ ସହିତ କିସ୍‌ନାର ଓଡିଶାରେ ଷ୍ଟୋର ସଂଖ୍ୟା ୪ରେ ପହଞ୍ଚିଲା

ଯାଜପୁର ଓ କଟକ ଶୋ’ରୁମ ଶୁଭାରମ୍ଭ ସହିତ କିସ୍‌ନାର ଓଡିଶାରେ ଷ୍ଟୋର ସଂଖ୍ୟା ୪ରେ ପହଞ୍ଚିଲା

ଯାଜପୁର / କଟକ : କିସ୍‌ନା ଡାଇମଣ୍ଡ ଓ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଓଡିଶାରେ ଏହାର ୩ୟ ଓ ୪ର୍ଥ ଶୋ’ରୁମର ବିଶାଳ ଉଦ୍‌ଘାଟନ କରାଯାଇଛି ଯାହା ଯାଜପୁର ଓ କଟକରେ ଅବସ୍ଥିତ। ଯାଜପୁର ଶୋ’ରୁମ ବ୍ୟାସନଗରସ୍ଥିତ ଚୋର୍‌ଦା ବଜାରର ମହାବୀର କଲୋନୀରେ ଅବସ୍ଥିତ ଥିବା ବେଳେ କଟକ ଶୋ’ରୁମ କ୍ୟାଂଟନମେଂଟ ରୋଡ, ଲକ୍ଷ୍ମୀ ଟିଭିଏସ ପାଖ, ବକ୍ସିବଜାରରେ ଅବସ୍ଥିତ। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ ଯୋଗ ଦେଇଛନ୍ତି, ଏହି ଉଦ୍‌ଘାଟନ ଅଂଚଳରେ କିସ୍‌ନାର ଉପସ୍ଥିତିକୁ ଆହୁରି ସୁଦୃଢ କରିଛି।

ଏହି ବିଶାଳ ଶୁଭାରମ୍ଭକୁ ଚିହ୍ନିତ କରିବା ପାଇଁ କିସ୍‌ନା ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍‌ଘାଟନୀ ଅଫର ଆରମ୍ଭ କରାଯାଇଛି, ଯେଉଁଥିରେ ହୀରା ଅଳଙ୍କାର ଉପରେ ୫%ର ଅତିରିକ୍ତ ରିହାତି ଅନ୍ତର୍ଭୁକ୍ତ। ଏହି ଅଫର କେବଳ ଶୋ’ରୁମ ଲଂଚ ଦିବସରେ ସ୍ୱତନ୍ତ୍ର ଭାବେ ବୈଧ ଥିଲା। ବର୍ତମାନ ଜାରି ରହିଥିବା ପାର୍ବଣ ଋତୁର ଅଂଶ ଭାବେ କିସ୍‌ନା ‘ଅକ୍ଷୟ ହାପିନେସ୍ କ୍ୟାମ୍ପେନ’ ଅଧିନରେ ‘ଦ ବିଗେଷ୍ଟ ଫେଷ୍ଟିଭ ଅଫର’ର ଘୋଷଣା କରାଯାଇଛି ଯେଉଁଥିରେ ହୀରା ଓ ସୁନା ଅଳଙ୍କାର ଉପରେ ଏକାଧିକ ଉତ୍ସାହଜନକ ଅଫର ଅନ୍ତର୍ଭୁକ୍ତ କରିଛି ।

ଏହି ଅବସରରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ କହିଛନ୍ତି, “ଓଡିଶାରେ ଗୋଟିଏ ଦିନରେ ଦୁଇଟି ଏକ୍ସକ୍ଲୁସିଭ ଶୋ’ରୁମର ଶୁଭାରମ୍ଭ ଉଚ୍ଚ-ସମ୍ଭାବନାପୂର୍ଣ୍ଣ ଅଂଚଳଗୁଡିକରେ ବଜାର ସମ୍ପ୍ରସାରଣ ପାଇଁ କିସ୍‌ନାର ମୂଳ ଆଭିମୁଖ୍ୟକୁ ଆଲୋକପାତ କରୁଛି। ଯାଜପୁର ଓ କଟକ ଶୋ’ରୁମ ବିକଶିତ ଉପଭୋକ୍ତା ପସନ୍ଦ ଦ୍ୱାରା ପରିଚାଳିତ ମଜବୁତ ଅଭିବୃଦ୍ଧି ସମ୍ଭାବନା ଦେଉଛି ଏବଂ ଏହି ସମ୍ପ୍ରସାରଣ ଉପଲବ୍ଧତା ଓ ପହଂଚ ବୃଦ୍ଧି କରି ‘ହର୍ ଘର୍ କିସ୍‌ନା’ର ଆମର ଦୃଷ୍ଟିକୋଣ ସହ ଜଡିତ ରହିଛି।”

କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ସିଇଓ ପରାଗ ଶାହ କହିଛନ୍ତି, “ଯାଜପୁର ଓ କଟକରେ ଆମର ଶୋ’ରୁମଗୁଡିକୁ ଏକ ସହଜ ଓ ନିୟୋଜିତ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ଆକର୍ଷଣୀୟ ଫେଷ୍ଟିଭ ଅଫର ଏବଂ ହୀରା ଓ ସୁନା ଅଳଙ୍କାର କଲେକ୍ସନର ଏକ ବିସ୍ତୃତ ଶୃଙ୍ଖଳା ପ୍ରଦାନ କରୁଛି।”

ସେହିପରି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ପାର୍ଟନର ଶେଖ ଗୁଲାମ ମୁସ୍ତାଫା ଓ ଶେଖ ନିସାର ମୁସ୍ତାଫା କହିଛନ୍ତି, “ଆମେ ଯାଜପୁର ଓ କଟକରେ ଆମର ଦୁଇଟି ଶୋ’ରୁମର ଶୁଭାରମ୍ଭ ପାଇଁ କିସ୍‌ନା ସହ ସହଭାଗିତା କରି ଆନନ୍ଦିତ।” କିସ୍‌ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୪୦% ରିହାତି ଓ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୩୦%ର ରିହାତି ପ୍ରଦାନ କରାଯାଉଛି। ଉପଭୋକ୍ତାମାନେ ହୀରା ଓ ସୁନା ଅଳଙ୍କାରର ନିର୍ଦ୍ଧିଷ୍ଟ କ୍ରୟ ଉପରେ ୧୦ ଗ୍ରାମ ଓ ୨୦ ଗ୍ରାମର ସିଲଭର କଏନ ମାଗଣାରେ ପାଇପାରିବେ ଏବଂ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ।

ସପିଂ ଅନୁଭୂତିକୁ ଆହୁରି ଉନ୍ନତ କରି କିସ୍‌ନା ଆଇସିଆଇସିଆଇ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ୫%ର ତତ୍କାଳ ରିହାତି ସହିତ ଏକ ଡବଲ ରେଟ ସୁରକ୍ଷା ଲାଭ ପ୍ରଦାନ କରୁଛି, ଯାହା ଉପଭୋକ୍ତାଙ୍କୁ କେବଳ ୨୫%ର ଡାଉନ ପେମେଂଟ ସହ ସୁନା ରେଟ ଲକ୍ କରିବା ପାଇଁ ଅନୁମତିଦେଉଛି। ହୀରା ଅଳଙ୍କାର କ୍ରୟ ଉପରେ ସ୍ୱତନ୍ତ୍ର ଗିଫ୍ଟ ଭାଉଚର ଏହି ପାର୍ବଣ ଋତୁକୁ ଗ୍ରାହକଙ୍କ ପାଇଁ ଆହୁରି ପୁରସ୍କୃତ କରିଛି। ଏହି ବ୍ରାଣ୍ଡ ଶୁଭାରମ୍ଭ ଅବସରରେ ଅବହେଳିତ ଲୋକଙ୍କ ପାଇଁ ଏକ ଖାଦ୍ୟ ବିତରଣ କାର୍ଯ୍ୟକ୍ରମର ଆୟୋଜନ କରିଛି। ଏହି ଅଭିଯାନରେ ସ୍ୱଚ୍ଛ ଭାରତ ଅଭିଯାନ ସମର୍ଥନରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ଏକ ରକ୍ତଦାନ ଶିବିର ଅନ୍ତର୍ଭୁକ୍ତ ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments