Homeଆନ୍ତର୍ଜାତୀୟଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଜୟପୁରରେ ଜରୁରୀକାଳୀନ ଅବତରଣ

ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଜୟପୁରରେ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ/ଜୟପୁର: ଅକ୍ଟୋବର ୧୪, ୨୦୨୬: ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମା ଧମକ ମିଳିବା ପରେ ଏହାକୁ ରାଜସ୍ଥାନର ଜୟପୁର ବିମାନବନ୍ଦରକୁ କରାଯାଇଛି। ଫ୍ଲାଇଟ୍ ନମ୍ବର ଏଆଇ ୨୦୩୦, ଯାହାକି ଏକ ବୋଇଙ୍ଗ ୭୮୭ ଡ୍ରିମ୍‌ଲାଇନର୍ ଥିଲା, ସେଥିରେ ବୋମା ଥିବା ନେଇ ଏକ ଗୁଜବ ଧମକ ଆସିବା ପରେ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ବିମାନଟି ଏହାର ଗନ୍ତବ୍ୟସ୍ଥଳ ଠାରୁ ପ୍ରାୟ ୨୮୦ କିଲୋମିଟର ଦୂରରେ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଜୟପୁରରେ ସୁରକ୍ଷିତ ଭାବେ ସକାଳ ୯:୪୫ ସମୟରେ ଜରୁରୀକାଳୀନ ଅବତରଣ କରିଥିଲା।

ଏହି ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ବୋଚ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଯାହା ସାଧାରଣତଃ ଅପହରଣ କିମ୍ବା ଏଭଳି ଗମ୍ଭୀର ପରିସ୍ଥିତିରେ ସକ୍ରିୟ କରାଯାଇଥାଏ। ବିମାନଟି ଭୂପୃଷ୍ଠରେ ଅବତରଣ କରିବା ପରେ ସୁରକ୍ଷାକର୍ମୀମାନେ ଏହାକୁ ତୁରନ୍ତ ଘେରାଉ କରିସାର୍ଚ୍ଚ ଅଭିଯାନ ଚଳାଇଥିଲେ। ତନାଘନା ପରେ ଏହା ଏକ ମିଥ୍ୟା ଧମକ ବୋଲି ଜଣାପଡ଼ିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷା ଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଅଣାଯିବା ସହ ସେମାନଙ୍କୁ ବିକଳ୍ପ ଯାତ୍ରା ବ୍ୟବସ୍ଥା କିମ୍ବା ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପ୍ରଦାନ କରାଯାଉଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments