କାଠମାଣ୍ଡୁ, ଅକ୍ଟୋବର ୧୨, ୨୦୨୬: ମଧ୍ୟ ନେପାଳର ଗୋର୍ଖା ଜିଲ୍ଲାରେ ବୁଢ଼ୀ ଗଣ୍ଡକୀ ନଦୀରେ ପ୍ରବଳ ଜଳସ୍ରୋତ ଓ ବନ୍ୟା ଆସିବା ଫଳରେ ଅତି କମ୍ରେ ୧୨ଟି ଘର ଏବଂ କେତେକ ଝୁଲା ପୋଲ ଭାସିଯାଇଛି। ଏହାସହ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର କିଛି ଅଂଶ କ୍ଷତିଗ୍ରସ୍ତ ହେବା ସହ କିଛି ନିର୍ମାଣ ସାମଗ୍ରୀ ବୋହିଯାଇଛି। ନେପାଳ ସେନା ପକ୍ଷରୁ ନଦୀକୂଳରୁ ପ୍ରାୟ ୫୦ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି। ନେପାଳର ପ୍ରମୁଖ ପର୍ବ ଦଶହରାର ପ୍ରଥମ ଦିନରେ ଏହି ଅଭାବନୀୟ ଘଟଣା ଘଟିଥିବାରୁ ଅନେକ ପରିବାର ନିଜ ଘରଛାଡ଼ି ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। କିଛି ବିଶେଷଜ୍ଞଙ୍କ ମତରେ ପାହାଡ଼ ଧସି ନଦୀର ଗତିପଥ ବନ୍ଦ ହେବା କିମ୍ବା ହିମବାହ ଭାଙ୍ଗିଯିବା ଯୋଗୁଁ ଏହି ଜଳସ୍ତର ହଠାତ୍ ବୃଦ୍ଧି ପାଇଛି।
ନେପାଳରେ ବୁଢ଼ୀ ଗଣ୍ଡକୀ ନଦୀରେ ବନ୍ୟା: ୧୨ ଘର ଓ ପୋଲ ଭାସିଗଲା, ୫ ନିଖୋଜ
RELATED ARTICLES



