Thursday, April 2, 2026
spot_img
Homeଆଂଚଳିକ ଖବରନୂଆପଡ଼ାର ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୬ ପୋଷ୍ଟର ଉନ୍ମୋଚିତ

ନୂଆପଡ଼ାର ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୬ ପୋଷ୍ଟର ଉନ୍ମୋଚିତ

ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, କଳା ଓ ସଂସ୍କୃତିର ମହାପର୍ବ ‘ମାରାଗୁଡ଼ା ଲୋକ ମହୋତ୍ସବ’ ସ୍ଥାନୀୟ ନ୍ୟାସନାଲ କଲେଜ ପଡ଼ିଆଠାରେ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି କ୍ରମରେ ମହୋତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ନିର୍ମିତ ପ୍ରଥମ ପୋଷ୍ଟରକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ନୂଆପଡ଼ା ଏସପି ଅମ୍ରିତପାଳ ସିଂହ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା ଏବଂ ଆଇନଜୀବୀ ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧଙ୍କର, ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ସରୋଜ ସାହୁ, ଅବସରପ୍ରାପ୍ତ ଶିକ୍ଷାବିତ ଶିବପ୍ରସାଦ ବେହେରା, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସାନିଆ ଜୈନ, ଜିଲ୍ଲା କ୍ରୀଡ଼ାଧିକାରୀ ରାଜେନ୍ଦ୍ର ବଢ଼ାଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମଧ୍ୟ ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଜିଲ୍ଲାପାଳ କହିଛନ୍ତି ଯେ, ଇତିହାସ ପ୍ରସିଦ୍ଧ ମାରାଗୁଡ଼ା ସଭ୍ୟତା କେବଳ ନୂଆପଡ଼ାର ଗର୍ବ ଓ ଗୌରବ ନୁହେଁ, ଏହା ସମଗ୍ର ରାଜ୍ୟ ତଥା ମାନବ ସଭ୍ୟତାର ପୁରାତନ ସଂସ୍କୃତିର ବାର୍ତ୍ତାବହ। ମାରାଗୁଡ଼ା ଲୋକ ମହୋତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ନବଜାଗରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ମହୋତ୍ସବ ଅବସରରେ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ମଧ୍ୟ ସ୍ଥାନ ପାଇବ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟି ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments