Monday, February 16, 2026
spot_img
Homeରାଜନୀତିଅଖିଳେଶ-ନବୀନ ଭେଟଘାଟ: କଣ ରହିଛି ଏହି ବୈଠକ ପଛର ବଡ଼ ରହସ୍ୟ?

ଅଖିଳେଶ-ନବୀନ ଭେଟଘାଟ: କଣ ରହିଛି ଏହି ବୈଠକ ପଛର ବଡ଼ ରହସ୍ୟ?

ଭୁବନେଶ୍ୱର: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (SP) ସଭାପତି ଅଖିଳେଶ ଯାଦବ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ‘ନବୀନ ନିବାସ’ରେ ବିରୋଧୀ ଦଳ ନେତା ଥତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶିଷ୍ଠାଚାର ସାକ୍ଷାତ କରିଛନ୍ତି। ଏହି ବୈଠକ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସାକ୍ଷାତକାର ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଖିଳେଶ ଯାଦବ ନବୀନ ପଟ୍ଟନାୟକଙ୍କୁ ଦେଶର ଜଣେ ବରିଷ୍ଠ ତଥା ସମ୍ମାନଜନକ ନେତା ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ବିକାଶରେ ନବୀନ ବାବୁ ଏବଂ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶାରେ ଯେଉଁ ରୂପାନ୍ତର ହୋଇଛି, ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି।

ଅଖିଳେଶ ପୁରୁଣା ଦିନର ସ୍ମୃତି ମନେ ପକାଇ କହିଥିଲେ ଯେ, ତାଙ୍କ ପିତା ମୁଲାୟମ ସିଂ ଯାଦବ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ସେ କହିଛନ୍ତି ଯେ ବର୍ତ୍ତମାନ ସେ ଏବଂ ନବୀନ ବାବୁ ଉଭୟ ବିଜେପି ବିରୋଧରେ ଲଢ଼େଇ କରୁଛନ୍ତି। ଅଖିଳେଶ ଏହାକୁ ଏକ ବ୍ୟକ୍ତିଗତ ଏବଂ ଶିଷ୍ଠାଚାର ସାକ୍ଷାତ ବୋଲି କହିଥିଲେ ମଧ୍ୟ ଜାତୀୟ ରାଜନୀତି ଓ ସାମ୍ପ୍ରତିକ ସ୍ଥିତି ଉପରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି।

ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି ଯେ ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଏହି ବିଷୟରେ ରାଜନୀତି କରାଯିବା ଉଚିତ ନୁହେଁ। ଓଡ଼ିଶା ଗସ୍ତ ସମୟରେ ଅଖିଳେଶ ବିଜେପିର “ବିଭାଜନକାରୀ ରାଜନୀତି”କୁ କଡ଼ା ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଅଖିଳେଶ ଯାଦବ ଏକ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଅଖିଳେଶଙ୍କ ସହ ହୋଇଥିବା ଆଲୋଚନାକୁ “ଅର୍ଥପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments