Monday, December 15, 2025
spot_img
Homeବାଣିଜ୍ୟଭୁବନେଶ୍ୱରରେ ଏଚସିଏଲଟେକ୍‌ର ଫ୍ଲାଗସିପ ଟେକ୍‌ବି ପ୍ରୋଗ୍ରାମ

ଭୁବନେଶ୍ୱରରେ ଏଚସିଏଲଟେକ୍‌ର ଫ୍ଲାଗସିପ ଟେକ୍‌ବି ପ୍ରୋଗ୍ରାମ

ଭୁବନେଶ୍ୱର : ଏକ ଅଗ୍ରଣୀ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଏଚସିଏଲଟେକ୍ ଭୁବନେଶ୍ୱରରେ ଗ୍ରାଜୁଏଟମାନଙ୍କୁ ଏହାର ଟେକ୍‌ବି ୟର୍ଲି କ୍ୟାରିୟର ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ଟେକ୍ନୋଲୋଜି ଶିଳ୍ପରେ କ୍ୟାରିୟର କରିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯୋଜନା ରଖିଛି ।
ଟେକ୍‌ବି ହେଉଛି ଏକ ପରିବର୍ତନଶୀଳ ପଦକ୍ଷେପ ଯାହାକୁ ହାଇସ୍କୁଲ ଗ୍ରାଜୁଏଟଙ୍କ ପାଇଁ ଡିଜାଇନ କରାଯାଇଛି । ଏହା ଏକ ସ୍ୱତନ୍ତ୍ର ‘ୟର୍ଣ୍ଣ ହ୍ୱାଇଲ ୟୁ ଲର୍ଣ୍ଣ’ ମଡେଲ ପ୍ରଦାନ କରୁଛି ଯାହା ଉଚ୍ଚଶିକ୍ଷା ପାଇଁ ପହଂଚ ସହିତ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣକୁ ଏକତ୍ରିତ କରିଥାଏ । ଏହି ପ୍ରୋଗ୍ରାମ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ସହ ସୁସଜ୍ଜିତ କରିଥାଏ ଏବଂ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପାଇଁ ସକ୍ଷମ କରିଥାଏ, ଯାହା ଟେକ୍ନୋଲୋଜି କ୍ଷେତ୍ରରେ ଆନ୍ତର୍ଜାତୀୟ କ୍ୟାରିୟର ପାଇଁ ମୂଳଦୁଆ ସ୍ଥାପନ କରିଥାଏ ।
ଏହି ପ୍ରୋଗ୍ରାମ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ସହ ସହଭାଗିତାରେ ବିକଶିତ ଜେନେରେଟିଭ ଏଆଇ ଓ ସାଇବରସିକ୍ୟୁରିଟି କ୍ଷେତ୍ରରେ ସ୍ପେଶାଲାଇଜ୍‌ଡ ଟ୍ରାକ୍‌ଗୁଡିକର ଶୁଭାରମ୍ଭ କରିବା ପାଇଁ ପ୍ରସ୍ତୁତ ରହିଛି । ଏହି ପଦକ୍ଷେପଗୁଡିକୁ ଭାରତରେ ଉଚ୍ଚମାନର ଟେକ୍ନୋଲୋଜି କ୍ୟାରିୟର ପାଇଁ ପହଂଚକୁ ବିସ୍ତାର କରିବା ଲାଗି ଡିଜାଇନ କରାଯାଇଛି । ଟେକ୍‌ବି ଗ୍ରାଜୁଏଟମାନେ ଏଆଇ ଓ କ୍ଲାଉଡ କମ୍ପ୍ୟୁଟିଂ ଭଳି ଅତ୍ୟାଧୁନିକ କ୍ଷେତ୍ରରେ ପ୍ରଭାବୀ ଯୋଗଦାନ ଦେଉଛନ୍ତି, ଏଚସିଏଲଟେକ୍‌ର ଫର୍ଚ୍ୟୁନ ୫୦୦ କ୍ଲାଏଂଟଙ୍କୁ ସେବା ଯୋଗାଉଛନ୍ତି । ପ୍ରଶିକ୍ଷଣ ସମୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଇପେଣ୍ଡ ଦିଆଯିବା ସହିତ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେବାର କିଛି ମାସ ମଧ୍ୟରେ ନିଜ ପରିବାରକୁ ଆର୍ଥିକ ସହଯୋଗ ଦେବା ଆରମ୍ଭ କରିପାରିବେ ।
ଏସମ୍ପର୍କରେ ଏଚସିଏଲଟେକ୍‌ର ବରିଷ୍ଠ ଉପାଧ୍ୟକ୍ଷ ସୁବାରମଣ ବି କହିଛନ୍ତି, “ଟେକ୍‌ବି ଏକ ଦକ୍ଷତା କାର୍ଯ୍ୟକ୍ରମଠାରୁ ଅଧିକ କିଛି ଅଟେ, ଏହା ଟେକ୍ନୋଲୋଜି କ୍ଷେତ୍ରରେ ସାର୍ଥକ କ୍ୟାରିୟର ଗଠନ କରିବା ପାଇଁ ଉଚ୍ଚାଭିଳାଷୀ ଯୁବପିଢିଙ୍କ ପାଇଁ ଏକ ଲଂଚପ୍ୟାଡ ଅଟେ । ବିଟ୍‌ସ ପିଲାନି, ଆଇଆଇଟି ଗୌହାଟି, ଶାସ୍ତ୍ର ୟୁନିଭର୍ସିଟି, ଆମିଟି ୟୁନିଭର୍ସିଟି ଅନ୍‌ଲାଇନ, ଆଇଆଇଆଇଟି କୋଟ୍ଟାୟାମ ଓ ଆଇଆଇଏମ ସିରମୌର ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକ ସହ ରଣନୈତିକ ସହଭାଗିତା, ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ଥାନୀୟ ରୂପେ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଅନୁମତି ଦେଉଛି, ଯାହା ସ୍ଥାନାନ୍ତରଣ ଖର୍ଚ୍ଚ ହ୍ରାସ କରିବା ସହ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରୁଛି ।”
ଟେକ୍‌ବି ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ମଜବୁତ ଉତ୍‌ପ୍ରେରକ ଭାବେ କାର୍ଯ୍ୟ କରିବା ଜାରି ରଖିଛି, ଯାହା ଶିଳ୍ପ ମାନଦଣ୍ଡଠାରୁ ଉପରେ ବହୁସଂଖ୍ୟକ ପ୍ରଥମ ପିଢିର ଶିକ୍ଷାର୍ଥୀ ଓ ମହିଳା ଅଂଶଗ୍ରହଣକାରୀଙ୍କ ସମେତ ଏକ ବିବିଧ ଗୋଷ୍ଠୀର ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରୁଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପଦକ୍ଷେପଗୁଡିକ ସହ ସମନ୍ୱିତ ରହିଛି ଏବଂ ଭାରତର ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଦୃଷ୍ଟିକୋଣକୁ ସମର୍ଥନ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments