Monday, December 15, 2025
spot_img
Homeଆଂଚଳିକ ଖବରଆଗାମୀ ଜୁନ ୫ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା...

ଆଗାମୀ ଜୁନ ୫ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଅନୁଷ୍ଠିତ ହେବ ମାନବ ଶୁଙ୍ଖଳ( Human Chain)

     ଝାରସୁଗୁଡା ତାରିଖ ୧/୬/୨୦୨୫ ଦିନ ଝାରସୁଗୁଡା ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମପଞ୍ଚାୟତର ଆମଦରହ ଗ୍ରାମଠାରେ ଆଗାମୀ ଜୁନ ୫ ବିଶ୍ୱ ପରିବେଶ ଦିବସ ଆୟୋଜନ ଉପଲକ୍ଷେ ଶ୍ରୀ ବୁଧୁରାମ ନାଏକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ଅନନ୍ତ ଯୋଗଦାନ କରି କହିଥିଲେ ଯେ, ସରକାରଙ୍କ ପୁଞ୍ଜିବାଦୀ ବିକାଶ ନୀତି ଯୋଗୁଁ ଜଳ, ଜମି, ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦର ଅନ୍ଧାଧୁନ୍ଦ ବିନାଶ ଫଳରେ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱତାପମାନ ବୃଦ୍ଧି ଏକ ବୃହତ ସଙ୍କଟ ଭାବରେ ଉଭା ହେଇଛି। ବର୍ଷାର ଅନିୟମିତତା ସଙ୍ଗେ ସଙ୍ଗେ ବସନ୍ତ ଋତୁ ଗାୟବ ହୋଇ ଗଲାଣି। ବର୍ଷା ଦିନ ବ୍ୟତୀତ ନଦୀ ,ନାଳ , ପୋଖରୀ, ବନ୍ଧ ସବୁ ଶୁଖିଲା ପଡୁଛି। ସବୁଠାରୁ ବଡ ବିପଦ ହେଲା ନଦୀ ସବୁ ମରିମରି ଯାଉଛି। ପ୍ରକାଶଯୋଗ୍ୟ ଯେ ବୃହତ ଶିଳ୍ପାୟନ, ଖଣି ଖାଦାନ ଯୋଗୁଁ ଝାରସୁଗୁଡା ଏକ ଉଦାହରଣ ଅଟେ।   ଶିଳ୍ପାୟନର ପ୍ରଭାବରେ ମହାନଦୀ, ଇବ, ଭେଡେନ ପ୍ରଭୃତି ଶୁଖିଲା ରହୁଥିବା ସଙ୍ଗେ ପ୍ରଦୂଷିତ ହୋଇସାରିଛି। ଝାରସୁଗୁଡା ଜିଲ୍ଲାରେ ଏକଦା ଭୌଗଳିକ ଅଞ୍ଚଳର ୩୩ ପ୍ରତିଶତ ଆଚ୍ଛାଦିତ ଥିବା ଜଙ୍ଗଲ ବର୍ତ୍ତମାନ ୧୪ ପ୍ରତିଶତକୁ ଖସି ଆସିଛି। ଝାରସୁଗୁଡା ଜିଲ୍ଲାରେ ଉତ୍କଟ ପ୍ରଦୂଷଣ ଭୟଙ୍କର ରୁପ ଧାରଣ କରି ସାରିଛି। ଏଣୁ ମହାନଦୀ କୋଇଲାଖଣି ଦ୍ୱାରା ୩ ନମ୍ବର କୋଇଲାଖଣି ପାଇଁ  ଆମଦରହ ଏବଂ ଜୁନାନିମୁଣ୍ଡା ଗ୍ରାମର ଜଙ୍ଗଲକୁ ଧ୍ବଂସ କରିବା ଯୋଜନା ସମଗ୍ର ଝାରସୁଗୁଡା ଜିଲ୍ଲା ପାଇଁ ବିପଦ ହେବ। ଝାରସୁଗୁଡା ଫରେଷ୍ଟ ଡିଭିଜନର ବ୍ରଜରାଜନଗର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଏହି ଅଂଚଳରେ ଘନ ଜଙ୍ଗଲ ଆଚ୍ଛାଦିତ ହୋଇ ରହିଛି। ଏହି ଜଙ୍ଗଲରେ ରେଙ୍ଗାଳ, କେନ୍ଦୁ, ଚାର, ମହୁଲ, ଅଇଁଲା, ବାହାଡ଼ା, ହରିଡା, କରଲା, ଜାମ, ବାଉଁଶ, ଆମ୍ବ, ଜାମୁନ, ବୁରୋକଲି, ସାହାଜ, ଶଗୁଆନ, ତେନ୍ତୁଳି, ବେଲ, ନିମ୍ବ, ଗମ୍ଭେର, ଫଳସା, କୁରଡୁ, ମାକରକେନ୍ଦୁ, ବରଗଛ, ପିପଲ, କୁସୁମ, ଡୁମେର ସହିତ ଅନେକ ଔଷଧୀୟ ବୃକ୍ଷ ରହିଥିବାବେଳେ ଋତୁ ଭିତ୍ତିକ ଛତୁ, ରୁଗୁଡା, ବିଭିନ୍ନ ପ୍ରକାରର ସାଗ ମିଳିଥାଏ। ଏହା ସହିତ ଅନେକ ଜଙ୍ଗଲୀ ଜୀବଜନ୍ତୁ, ସରୀସୃପ ତଥା ଝରଣା,ଜଳାଶୟ, ପୋଖରୀ, ବନ୍ଧ ପ୍ରଭୃତି ଥିବା ଏହି ଜଙ୍ଗଲ ଧ୍ୱଂସ ହେଲେ ସ୍ଥାନୀୟ ବସିନ୍ଦାଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିବା ସହ ପରିବେଶ ଏବଂ ଜୈବବିବିଧତା ନଷ୍ଟ ହେବ। 
 ଏଣୁ ଏହାର ସୁରକ୍ଷା ପାଇଁ ଆସନ୍ତା ୫ ଜୁନ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆମଦରହ ଗ୍ରାମର ( ବଘରାଚକା ଠାରୁ ଆମଦରହ ରାସ୍ତା ପାର୍ଶ୍ଵ) କୁଲୁଥିଆ ଡୁଙ୍ଗୁରି ସନ୍ନିକଟ ଜଙ୍ଗଲରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇ ପ୍ରସ୍ତାବିତ କୋଇଲାଖଣିକୁ ବାତିଲ କରିବା ପାଇଁ ସରକାରଙ୍କୁ ସନ୍ଦେଶ ଦିଆଯିବା ସହ ଜଳ, ଜମି, ଜଙ୍ଗଲ, ପ୍ରାକୃତିକ ସମ୍ବଳ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ  ସଂକଳ୍ପ ନିଆଯିବା ପାଇଁ ଏହି ସଭାରେ ନିଷ୍ପତ୍ତି ହେଲା। ଆଜିର ଏହି ସଭାରେ ଗ୍ରାମର ବିପିନ ଏକ୍କା, ଘନଶ୍ୟାମ ମାଝୀ, ବିରଞ୍ଚି ଖଡ଼ିଆ, ବୁଲୁ ପିଙ୍ଗ, ନକୁଳ ଖଡ଼ିଆ, ଧ୍ରୁବ ମାଝୀ, ମଧୁ ଖଡ଼ିଆ, ଲାଲମଣି ଖଡ଼ିଆ, ପରମେଶ୍ବର ଲୁହୁରା,ବିପିନ ଲାକ୍ରା,  ଶୁସମା କୁମୁରା, ରଞ୍ଜିତା ପିଙ୍ଗ, ଶଶୀମତି ମାଝୀ, ଗୋଲାପୀ ଖଡ଼ିଆ ତାମିନି ଖଡ଼ିଆ ପ୍ରଭୃତି ନେତୃବୃନ୍ଦଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ
RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments