Monday, February 16, 2026
spot_img
HomeUncategorizedମଣିପୁରର ସାମ୍ପ୍ରଦାୟିକ ହିଂସାରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ମଣିପୁରର ସାମ୍ପ୍ରଦାୟିକ ହିଂସାରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ମଣିପୁରର ଘଟଣା ବହୁଳତା ଓ ସେଠାରେ ଚାଲିଥିବା ହିଂସାର ତଦନ୍ତ ପାଇଁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାର ଅନୁଶୀଳନ ପରେ ମତାମତ ପ୍ରକାଶ କରିଛି | ଅନେକ ବିଭିନ୍ନତା ସତ୍ତ୍ୱେ ଉଭୟ ମାଇତି ଓ କୁକି ସମ୍ପ୍ରଦାୟ ରାଜ୍ୟରେ ଚାଲିଥିବା ସାମ୍ପ୍ରଦାୟିକ ହିଂସାରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସମାନ ମତାମତ ପୋଷଣ କରିଛନ୍ତି ବୋଲି ସେହି କମିଟି ଦର୍ଶାଇଛି | ଏହି କମିଟି ମଣିପୁର ହିଂସାର ପୁଙ୍ଖାନୁପୁଙ୍ଖ କାରଣ ଅନୁଧ୍ୟାନ ପୂର୍ବକ ଜଣାଇଛି ଯେ ମାଇତି ସମ୍ପ୍ରଦାୟ ମଣିପୁରର ପୁରାତନ ଅଧିବାସୀ ଏବଂ କୁକି ସମ୍ପ୍ରଦାୟ ପରବର୍ତ୍ତୀ ସମୟରେ ସେଠାରେ ବସବାସ କରିଆସିଛନ୍ତି | ମାଇତି ସମ୍ପ୍ରଦାୟର ସଂଖ୍ୟା ଗରିଷ୍ଠତା ହେତୁ କୁକି ଜାତିର ଅନୁସୂଚିତ ଜନଜାତି ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀ ପ୍ରାପ୍ତ ହେବାର ପୂର୍ବରୁ ମାଇତି ଗୋଷ୍ଠୀର କିଛି ଅନ୍ଧ ରାଷ୍ଟ୍ରବାଦୀ ଏହି ପୂର୍ବ ନିର୍ଦ୍ଧାରିତ ହିଂସାକୁ ତ୍ୱରାନ୍ୱିତ କରିଛନ୍ତି ବୋଲି କୁକି ସମ୍ପ୍ରଦାୟର ଜନସାଧାରଣ ମତ ଦିଅନ୍ତି | ଅନ୍ୟପକ୍ଷରେ ମାଇତି ସମ୍ପ୍ରଦାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରୁଥିବା ବେଳେ କୁକି ସମ୍ପ୍ରଦାୟ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି | ଫଳତଃ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ଙ୍କ ଇସ୍ତଫା ଦାବି ଜୋର ଧରିଛି | କମିଟି ଦ୍ୱାରା ଲିଖିତ ରିପୋର୍ଟ ଅନୁଯାୟୀ ମାଇତି ସମ୍ପ୍ରଦାୟ ମଣିପୁରର ଆଞ୍ଚଳିକ ଅଖଣ୍ଡତା, କୁକି ଜାତିର ଲୋକ ମାନଙ୍କ ଦ୍ଵାରା ବନ ଅତିକ୍ରମଣ ଏବଂ କୁକି ଚାଷୀ ମାନଙ୍କ ଦ୍ୱାରା ନିଶା ଜାତୀୟ ଦ୍ରବ୍ୟ ଉତ୍ପାଦନ ବନ୍ଦ କରିବାକୁ ଦାବି କରୁଥିବା ବେଳେ କୁକି ସମ୍ପ୍ରଦାୟ ଏକ ସମୁର୍ଣ୍ଣ ଭିନ୍ନ ପ୍ରଶାସନ ଦାବି କରୁଛନ୍ତି | ଏହି ହିଂସା ଆରମ୍ଭ ଠାରୁ ଲଗାତର ତିନି ମାସ ଏବଂ ଅଧିକ ଯାଏ ଜାରି ରହିବା ସହ ମଣିପୁରର ଅଖଣ୍ଡତା କ୍ଷୁର୍ଣ୍ଣ କରିଛି | ମଣିପୁରର ଶାନ୍ତି ଏବଂ ସୌହାର୍ଦ୍ଧ ଫେରିପାଇବା ବାଞ୍ଚନୀୟ ବୋଲି ମତ ଦେଇ ମଣିପୁର ଏହି ଅବସ୍ଥା ଏବଂ ଘଟଣା ପାଇଁ ବିଜେପିର ଡବଲ ଇଂଜିନ ସରକାର ତଥା ଦି ପାଖିଆ ନୀତିକୁ ଦାୟୀ କରିଛି ଏହି ଆଠ ଜଣିଆ ତଥ୍ୟ ସଂଗ୍ରହକାରୀ ଦଳ |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments