ନୂଆଦିଲ୍ଲୀ, ୦୭ ଅକ୍ଟୋବର, ୨୦୨୬: ଭାରତୀୟ ଅଟୋମୋବାଇଲ୍ ବଜାରରେ ଗ୍ରାହକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ‘ନୂଆ ହୋଣ୍ଡା ଏଲିଭେଟ୍’ ଏସୟୁଭିର ସ୍ୱଦେଶୀ ଉନ୍ମୋଚନ କରାଯାଇଛି । ନୂଆ ଯୁଗର ଗ୍ରାହକଙ୍କ ପାଇଁ ‘ଅଲ୍ ନ୍ୟୁ, ଅଲ୍ ବୋଲ୍ଡ’ ଆଭିମୁଖ୍ୟରେ ତିଆରି ହୋଇଥିବା ଏହି ମିଡ୍-ସାଇଜ୍ ଏସୟୁଭି ସାରା ବିଶ୍ୱ ମଧ୍ୟରେ ସର୍ବପ୍ରଥମେ ଭାରତୀୟ ବଜାରରେ ପ୍ରବେଶ କରିଛି । ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଦ୍ୱାରା ଯୋଜନା କରାଯାଇଥିବା ଛଅଟି ଗାଡ଼ି ଶୁଭାରମ୍ଭ ମଧ୍ୟରେ ଏହା ହେଉଛି ତୃତୀୟ ପ୍ରଡକ୍ଟ । ଏହି ନୂତନ ଏଲିଭେଟ୍ର ଦିଲ୍ଲୀ ଏକ୍ସ-ଶୋ’ରୁମ୍ ମୂଲ୍ୟ ମାନୁଆଲ୍ ଟ୍ରାନ୍ସମିସନ୍ ବିକଳ୍ପରେ ୧୧,୮୦,୦୦୦ ଟଙ୍କାରୁ ୧୬,୯୦,୦୦୦ ଟଙ୍କା ଏବଂ ସିଭିଟି ଅଟୋମେଟିକ୍ ବିକଳ୍ପରେ ୧୩,୭୯,୦୦୦ ଟଙ୍କାରୁ ୧୮,୪୦,୦୦୦ ଟଙ୍କା ମଧ୍ୟରେ ରହିଛି । କମ୍ପାନୀ ଏହାକୁ ମାନୁଆଲ୍ରେ ଏସଭି, ଭି, ଭିଏକ୍ସ, ଜେଡ୍ଏକ୍ସ, ଜେଡ୍ଏକ୍ସ+ ତଥା ଜେଡ୍ଏକ୍ସ+ ବ୍ଲାକ୍ ଏବଂ ସିଭିଟିରେ ଭି, ଭିଏକ୍ସ, ଜେଡ୍ଏକ୍ସ, ଜେଡ୍ଏକ୍ସ+ ତଥା ଜେଡ୍ଏକ୍ସ+ ବ୍ଲାକ୍ ଗ୍ରେଡ୍ରେ ବଜାରକୁ ଆଣିଛି ।
ବାହ୍ୟ ଗଠନରେ ନୂଆ ଏଲିଭେଟ୍କୁ ଏକ ଶକ୍ତିଶାଳୀ ତଥା ଆଧୁନିକ ଲୁକ୍ ଦିଆଯାଇଛି । ଗାଡ଼ିର ଆଗ ପାଖରେ ଗ୍ଲସ୍ ବ୍ଲାକ୍ ଅପର୍-ମୋଲ୍ଡିଂ ବୋଲ୍ଡ ମେଶ୍ ଗ୍ରିଲ୍, ପୁନଃସ୍ଥାପିତ ହୋଣ୍ଡା “ଏଚ୍” ଲୋଗୋ, ଟ୍ରାଇ-ବାର୍ ସିଗ୍ନେଚର୍ ଏଲ୍ଇଡି ପୋଜିସନ୍ ଲାଇଟ୍ ଏବଂ ପଛରେ ସମ୍ପୂର୍ଣ୍ଣ ଚଉଡ଼ାରେ ଯୋଡ଼ି ହୋଇଥିବା ସିଗ୍ନେଚର୍ ଏଲ୍ଇଡି ଟେଲ୍ ଲ୍ୟାମ୍ପ ରହିଛି । ଏହା ସହିତ ଗ୍ଲସ୍-ବ୍ଲାକ୍ ଟ୍ରିଟମେଣ୍ଟ ଯୁକ୍ତ ଆଗ, ପଛ ତଥା ପାର୍ଶ୍ୱ ବମ୍ପର୍ ଗାର୍ନିସ୍, ନୂଆ ରୁଫ୍ ରେଲ୍ ଏବଂ ୧୭-ଇଞ୍ଚ ଡୁଆଲ୍-ଟୋନ୍ ମିଲିଂ ଆଲୟ ହୁଇଲ୍ସ ଗାଡ଼ିଟିକୁ ଆହୁରି ସ୍ପୋର୍ଟି କରିତୋଳିଛି । ୪,୩୧୨ ମିମି ଲମ୍ବ, ୧,୭୯୦ ମିମି ପ୍ରସ୍ଥ, ୧,୬୫୦ ମିମି ଉଚ୍ଚତା, ୨,୬୫୦ ମିମି ହୁଇଲବେସ୍ ଏବଂ ୨୨୦ ମିମି ଗ୍ରାଉଣ୍ଡ କ୍ଲିୟରାନ୍ସ ସହ ଆସୁଥିବା ଏହି ଗାଡ଼ିଟିରେ ‘ନର୍ଡିକ୍ ଫରେଷ୍ଟ ପର୍ଲ’ ନାମକ ନୂଆ ରଙ୍ଗ ଯୋଡ଼ାଯାଇଛି । ଏହା ବ୍ୟତୀତ ଓବସିଡିଆନ୍ ବ୍ଲୁ, ରେଡିଆଣ୍ଟ ରେଡ୍, ଲୁନାର୍ ସିଲଭର୍, ପ୍ଲାଟିନମ୍ ହ୍ୱାଇଟ୍, ମେଟିଓରଏଡ୍ ଗ୍ରେ ଏବଂ କ୍ରିଷ୍ଟାଲ୍ ବ୍ଲାକ୍ ଆଦି ୭ଟି ସିଙ୍ଗଲ୍ ଓ ଡୁଆଲ୍ ଟୋନ୍ ରଙ୍ଗ ବିକଳ୍ପରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।
ଇଣ୍ଟିରିୟର୍ରେ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଆକ୍ଟିଭ୍ ଏବଂ ପ୍ରିମିୟମ୍ କ୍ୟାବିନ୍ ପ୍ରସ୍ତୁତ କରାଯାଇଛି । ସଫ୍ଟ ଟଚ୍ ଫିନିସ୍ ସହ ଡୁଆଲ୍-ଟୋନ୍ ଆଇଭୋରୀ-ବ୍ଲାକ୍ ଇଣ୍ଟିରିୟର୍, ଆକ୍ଟିଭ୍ ଅରେଞ୍ଜ ଆମ୍ବିଏଣ୍ଟ ଲାଇଟିଂ, ପ୍ରିମିୟମ୍ ଲେଦର ସିଟ୍, ଆଗ ଓ ପଛ ଭେଣ୍ଟିଲେଟେଡ୍ ସିଟ୍, ୮-ପ୍ରକାର ଆଡଜଷ୍ଟେବଲ୍ ଡ୍ରାଇଭର୍ ସିଟ୍ ଏବଂ ୱାନ୍-ଟଚ୍ ଇଲେକ୍ଟ୍ରିକ୍ ସନ୍ରୁଫ୍ କ୍ୟାବିନ୍ ଅନୁଭୂତିକୁ ବହୁଗୁଣିତ କରିଥାଏ । ଯାତ୍ରାକୁ ସହଜ କରିବା ପାଇଁ ୩୬୦° ସରାଉଣ୍ଡ ଭିଜନ୍ କ୍ୟାମେରା, ଫ୍ରଣ୍ଟ ଓ ରିୟର୍ ପାର୍କିଂ ସେନ୍ସର୍, ୭-ଇଞ୍ଚ ଟିଏଫ୍ଟି ଡିଜିଟାଲ୍ ମିଟର୍, ୧୦.୨୫-ଇଞ୍ଚ ଏଚଡି ଟଚ୍ସ୍କ୍ରିନ୍, ୱାୟାରଲେସ୍ ଆପଲ୍ କାର୍ପ୍ଲେ ଓ ଆଣ୍ଡ୍ରଏଡ୍ ଅଟୋ, ୮-ସ୍ପିକର୍ ପ୍ରିମିୟମ୍ ଅଡିଓ ସିଷ୍ଟମ୍, ୟୁଏସବି ଟାଇପ୍-ସି ଚାର୍ଜିଂ ପୋର୍ଟ ଏବଂ ପିଏମ ୨.୫ ଏୟାର ଫିଲ୍ଟରେସନ୍ ସିଷ୍ଟମ୍ ଏଥିରେ ସାମିଲ ରହିଛି ।
ଏହି ଏସୟୁଭିରେ ହୋଣ୍ଡାର ବିଶ୍ୱସ୍ତ ୧.୫-ଲିଟର ଆଇ-ଭିଟେକ୍ ଡିଓଏଚ୍ସି ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି, ଯାହା ୧୨୧ ପିଏସ ପାୱାର୍ ଏବଂ ୧୪୫ ଏନଏମ ଟର୍କ ପ୍ରଦାନ କରେ । ଏହା ୬-ସ୍ପିଡ୍ ମାନୁଆଲ୍ରେ ୧୫.୩୧ କିମି/ଲିଟର ଏବଂ ୭-ସ୍ପିଡ୍ ସିଭିଟି ଅଟୋମେଟିକ୍ରେ ୧୬.୬୧ କିମି/ଲିଟର ମାଇଲେଜ୍ ଦେଇଥାଏ । ସୁରକ୍ଷା ବ୍ୟବସ୍ଥାରେ ୬ଟି ଏୟାରବ୍ୟାଗ୍, ଅଲ୍-ହୁଇଲ୍ ଡିସ୍କ ବ୍ରେକ୍, ଏବିଏସ୍, ଇବିଡି, ଭେହିକିଲ୍ ଷ୍ଟାବିଲିଟି ଆସିଷ୍ଟ, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍, ଆଇସୋଫିକ୍ସ ସିଟ୍ ଏବଂ ହୋଣ୍ଡାର ଆଡଭାନ୍ସଡ୍ ଏସିଇ ବଡି ଷ୍ଟ୍ରକ୍ଚର ରହିଛି । ଏହା ସହିତ କଲିଜନ୍ ମିଟିଗେସନ୍, ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍ ତଥା ସିଭିଟି ମଡେଲ୍ରେ ‘ଲୋ-ସ୍ପିଡ୍ ଫଲୋ’ ଭଳି ସୁବିଧା ଥିବା ‘ହୋଣ୍ଡା ସେନ୍ସିଂ’ ଏଡାସ୍ ପ୍ରଯୁକ୍ତିବିଦ୍ୟା ମିଳୁଛି । କ୍ରେତାଙ୍କ ସୁବିଧା ପାଇଁ କମ୍ପାନୀ ୩-ବର୍ଷ/ଅସୀମିତ କିଲୋମିଟର ଷ୍ଟାଣ୍ଡାର୍ଡ ୱାରେଣ୍ଟି ସହ ୭ ବର୍ଷ ଏକ୍ସଟେଣ୍ଡେଡ୍ ୱାରେଣ୍ଟି ଏବଂ ୧୦ ବର୍ଷ/୧,୨୦,୦୦୦ କିମି ଏନିଟାଇମ୍ ୱାରେଣ୍ଟି ସୁବିଧା ମଧ୍ୟ ପ୍ରଦାନ କରୁଛି ।



