ଭୁବନେଶ୍ୱର, ୭ ଅକ୍ଟୋବର, ୨୦୨୬: ଭାରତରେ ନିଜର ଲୋକପ୍ରିୟ ଏଫ୍ ସିରିଜର ୧୦ ବର୍ଷ ପୂରଣ କରିବା ଅବସରରେ ପ୍ରସିଦ୍ଧ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଓପୋ ପକ୍ଷରୁ ନୂତନ ‘ଓପୋ ଏଫ୍୩୫ ସିରିଜ୍’ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ସିରିଜ୍ ଅଧୀନରେ ଓପୋ ଏଫ୍୩୫ ପ୍ରୋ ୫ଜି ଏବଂ ଓପୋ ଏଫ୍୩୫ ୫ଜି ଭାରତୀୟ ବଜାରରେ ପ୍ରବେଶ କରିଛନ୍ତି। ବିଗତ ଦଶନ୍ଧି ମଧ୍ୟରେ ପ୍ରଥମ ପିଢ଼ିର ଏଫ୍୧ ସହିତ ‘ସେଲ୍ଫି ଏକ୍ସପର୍ଟ’ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ସିରିଜ୍ ଏବେ ନୂଆ ଏଫ୍୩୫ ସିରିଜ୍ ସହିତ ‘ଗ୍ରୁପ୍ ସେଲ୍ଫି ଏକ୍ସପର୍ଟ’ ଭାବେ ବିକଶିତ ହୋଇଛି, ଯାହା ଗ୍ରାହକମାନଙ୍କର ନିଜର ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିବା, ବାଣ୍ଟିବା ଏବଂ ଅନୁଭବ କରିବାର ବଦଳୁଥିବା ଶୈଳୀକୁ ପ୍ରତିଫଳିତ କରୁଛି।
ଏହି ନୂତନ ସିରିଜ୍ ଗୁଡ଼ିକର ମୂଲ୍ୟ ଓ ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଓପୋ ଏଫ୍୩୫ ପ୍ରୋ ୫ଜିର ୬ ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୪୫,୯୯୯ ଟଙ୍କା, ୮ ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୪୯,୯୯୯ ଟଙ୍କା ଏବଂ ୮ ଜିବି + ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୫୪,୯୯୯ ଟଙ୍କା ରଖାଯାଇଛି; ସେହିପରି ଓପୋ ଏଫ୍୩୫ ୫ଜିର ୬ ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୩୮,୯୯୯ ଟଙ୍କା ଏବଂ ୮ ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୪୨,୯୯୯ ଟଙ୍କା ରହିଛି। ଏହି ସିରିଜ୍ ଆସନ୍ତା ୧୧ ଅକ୍ଟୋବର ୨୦୨୬ରୁ ପ୍ରମୁଖ ଖୁଚୁରା ଦୋକାନ, ଓପୋ ଇଣ୍ଡିଆ ଇ-ଷ୍ଟୋର୍, ଫ୍ଲିପକାର୍ଟ ଏବଂ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହେବ।
ରଙ୍ଗ ବିକଳ୍ପ ଦୃଷ୍ଟିରୁ ଓପୋ ଏଫ୍୩୫ ପ୍ରୋ ୫ଜି ତିନୋଟି ଆକର୍ଷଣୀୟ ରଙ୍ଗ ସନରାଇଜ୍ ଅରେଞ୍ଜ, ୱେଭ୍ ବ୍ଲୁ ଏବଂ ଟ୍ୱାଇଲାଇଟ୍ ବ୍ରାଉନ୍ରେ ମିଳିବ; ସେହିପରି ଓପୋ ଏଫ୍୩୫ ୫ଜି ୱେଭ୍ ବ୍ଲୁ, ଟାଇଟାନିୟମ୍ ଗ୍ରେ ଏବଂ ମିଷ୍ଟ ପିଙ୍କ୍ ରଙ୍ଗରେ ଉପଲବ୍ଧ ହେବ। ଏହାସହିତ ଗ୍ରାହକମାନେ ୧୦% ପର୍ଯ୍ୟନ୍ତ ତତକ୍ଷଣାତ୍ କ୍ୟାସବ୍ୟାକ୍, ବିନା ସୁଧରେ ଇଏମଆଇ ସୁବିଧା, ୧୦% ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ଏବଂ ଜିରୋ ଡାଉନ୍ ପେମେଣ୍ଟ ଯୋଜନା ସହିତ କିଛି ନିର୍ଦ୍ଦିଷ୍ଟ ଓପୋ ଉତ୍ପାଦ ଓ ସେବା ଉପରେ ଅତିରିକ୍ତ ପାର୍ବଣ ଅଫରର ଲାଭ ମଧ୍ୟ ଉଠାଇପାରିବେ।
ଏହି ଶୁଭାରମ୍ଭ ଅବସରରେ ଓପୋ ଇଣ୍ଡିଆର କମ୍ୟୁନିକେସନ୍ସ ମୁଖ୍ୟ ଶ୍ରୀ ଗୋଲ୍ଡି ପଟ୍ଟନାୟକ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଭାରତର ଗ୍ରାହକମାନେ ନିଜ ଜୀବନର ମୁହୂର୍ତ୍ତଗୁଡ଼ିକୁ କଏଦ କରିବା, ଯୋଡ଼ିହେବା ଏବଂ ବାଣ୍ଟିବାର ବଦଳୁଥିବା ଧାରା ସହିତ ଏଫ୍ ସିରିଜ୍ ବିକଶିତ ହୋଇଆସିଛି। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ବଜାରରେ, ପ୍ରତ୍ୟେକ ଅଞ୍ଚଳର ଏକାଠି ହେବା ଏବଂ ଉତ୍ସବ ପାଳନ କରିବାର ନିଜସ୍ୱ ଶୈଳୀ ରହିଛି; ଆଉ ପରିବାର, ପର୍ବପର୍ବାଣି ତଥା ମିଳିମିଶି ଖୁସି ବାଣ୍ଟିବାର ସମୃଦ୍ଧ ସଂସ୍କୃତି ଥିବା ଓଡ଼ିଶା ହେଉଛି ଏହି ଭାବନାର ଏକ ଉତ୍କୃଷ୍ଟ ଉଦାହରଣ। ଏଫ୍୩୫ ସିରିଜ୍ ଏହି ବିକାଶ ଧାରାକୁ ନିଜର ୫୦ ମେଗାପିକ୍ସେଲ୍ ଅଲ୍ଟ୍ରା-ୱାଇଡ୍ ନ୍ୟାଚୁରାଲ୍ ସେଲ୍ଫି କ୍ୟାମେରା ଏବଂ ୧୦୦ ଡିଗ୍ରୀ ଫିଲ୍ଡ ଅଫ୍ ଭ୍ୟୁ ସହିତ ଆଗକୁ ନେଉଛି, ଯାହା ପ୍ରତିଟି ଫ୍ରେମରେ ଅଧିକ ଲୋକଙ୍କୁ ଏବଂ ସେହି ମୁହୂର୍ତ୍ତର ଅଧିକ ଅଂଶକୁ ସାମିଲ କରେ। ଗ୍ରୁପ୍ ସେଲ୍ଫି ଏକ୍ସପର୍ଟ ସହିତ, ଓପୋ ଏଫ୍ ସିରିଜର ଏହି ଦଶନ୍ଧି ଧରି ଚାଲିଆସିଥିବା କ୍ୟାମେରା ପରମ୍ପରାକୁ ଆଗକୁ ବଢ଼ାଉଛି।
ଭାରତରେ ୩ କୋଟିରୁ ଅଧିକ ଏଫ୍ ସିରିଜ୍ ସ୍ମାର୍ଟଫୋନ୍ ବିକ୍ରି ହୋଇସାରିଥିବା ବେଳେ ଏହା ସ୍ମାର୍ଟଫୋନ୍ ଫଟୋଗ୍ରାଫିର କ୍ରମବିକାଶ ଏବଂ ଭାରତୀୟ ଗ୍ରାହକଙ୍କ ବଦଳୁଥିବା ଆକାଂକ୍ଷାକୁ ଦର୍ଶାଉଛି। ଓପୋର ଏହି ସଫଳତା ପ୍ରମୁଖ ଗବେଷଣା ସଂସ୍ଥାଗୁଡ଼ିକର ତଥ୍ୟରୁ ମଧ୍ୟ ସ୍ପଷ୍ଟ ହୋଇଛି। ଆଇଡିସିର ୱାର୍ଲ୍ଡୱାଇଡ୍ କ୍ୱାର୍ଟରଲି ମୋବାଇଲ୍ ଫୋନ୍ ଟ୍ରାକର୍ (୨୦୨୬ ପ୍ରଥମ ତ୍ରୈମାସିକ) ଅନୁସାରେ, ଓପୋ ବାର୍ଷିକ ଭିତ୍ତିରେ ୨୨% ଅଭିବୃଦ୍ଧି ହାସଲ କରିଛି, ଯାହା ଶୀର୍ଷ ପାଞ୍ଚଟି ବ୍ରାଣ୍ଡ୍ ମଧ୍ୟରେ ସର୍ବାଧିକ; ସେହିପରି ଏହାର ବଜାର ଅଂଶଧନ ଗତ ବର୍ଷର ୧୨.୦% ରୁ ବୃଦ୍ଧି ପାଇ ୧୫.୩% ରେ ପହଞ୍ଚିଛି। ଅପରପକ୍ଷରେ, ଆଇଡିସି ଇଣ୍ଡିଆ ସ୍ମାର୍ଟଫୋନ୍ ବଜାର ତଥ୍ୟ ଅନୁଯାୟୀ, ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ସେଗମେଣ୍ଟରେ ବୃଦ୍ଧି ଯୋଗୁଁ ଓପୋ ୧୩.୮% ବଜାର ଅଂଶଧନ ସହିତ ତୃତୀୟ ସ୍ଥାନରେ ରହିଛି।
ଗ୍ରାହକ ସେବା କ୍ଷେତ୍ରରେ, ଓଡ଼ିଶା ସର୍ବଦା ଓପୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇ ରହିଆସିଛି। ସମଗ୍ର ଓଡ଼ିଶାରେ କମ୍ପାନୀର ୨୪ଟି ସ୍ୱତନ୍ତ୍ର ସର୍ଭିସ୍ ସେଣ୍ଟର ରହିଛି। ଏହା ଓପୋ ଇଣ୍ଡିଆର ସମଗ୍ର ଦେଶରେ ଥିବା ବିସ୍ତୃତ ନେଟୱାର୍କର ଅଂଶବିଶେଷ, ଯେଉଁଥିରେ ୫୦0ରୁ ଅଧିକ ସହରରେ ୬୨୦ରୁ ଅଧିକ ସର୍ଭିସ୍ ସେଣ୍ଟର ରହିଛି ଏବଂ ଏହା ୧୯ଟି ଭାଷାରେ ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରୁଛି। ଗ୍ରାହକଙ୍କ ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ଓପୋ ସାରା ଭାରତରେ ନିଜର ପରବର୍ତ୍ତୀ ପିଢ଼ିର ‘ସର୍ଭିସ୍ ସେଣ୍ଟର ୩.୦ ପ୍ରୋ’ ନେଟୱାର୍କକୁ ସମ୍ପ୍ରସାରିତ କରୁଛି। ୩.୦ ପ୍ରୋ ଅନୁଭୂତି ଅଧୀନରେ ୬୦ରୁ ଅଧିକ ପ୍ରିମିୟମ୍ ସର୍ଭିସ୍ ସେଣ୍ଟର ପୂର୍ବରୁ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୨୦୨୬ ମଧ୍ୟରେ ସମଗ୍ର ଭାରତରେ ୧୫୦ରୁ ଅଧିକ ନୂଆ ସର୍ଭିସ୍ ସେଣ୍ଟର ୩.୦ ପ୍ରୋ କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି। ଏଥିରେ ଡିଜିଟାଲ୍ ଚେକ୍-ଇନ୍, ରିଅଲ୍-ଟାଇମ୍ ଲାଇନ୍ ଅପଡେଟ୍, ଡାଇନାମିକ୍ ଡିଜିଟାଲ୍ ସାଇନେଜ୍, ଉନ୍ନତ ବସିବା ବ୍ୟବସ୍ଥା ଏବଂ ଇଣ୍ଟରାକ୍ଟିଭ୍ ସେବା ଉପାଦାନ ଅନ୍ତର୍ଭୁକ୍ତ।
ଫୋନର ବୈଷୟିକ ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ, ଓପୋ ଏଫ୍୩୫ ସିରିଜର ମୁଖ୍ୟ ଆକର୍ଷଣ ହେଉଛି ୧୦୦ ଡିଗ୍ରୀ ଫିଲ୍ଡ ଅଫ୍ ଭ୍ୟୁ ସହିତ ଏହାର ୫୦ ମେଗାପିକ୍ସେଲ୍ ଅଲ୍ଟ୍ରା-ୱାଇଡ୍ ନ୍ୟାଚୁରାଲ୍ ସେଲ୍ଫି କ୍ୟାମେରା, ଯାହା ଗୋଟିଏ ଫ୍ରେମରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନିର୍ମିତ। ବଡ଼ ଦଳର ଫଟୋ ସହଜରେ ଉଠାଇବା ପାଇଁ ଏଥିରେ ‘ଏଆଇ ଅଟୋ ୱାଇଡ୍-ଆଙ୍ଗେଲ୍ ସୁଇଚ୍’ ରହିଛି। ଓପୋ ଏଫ୍୩୫ ପ୍ରୋ ୫ଜିରେ ‘ନ୍ୟାଚୁରାଲ୍ ଟୋନ୍ ୨.୦’ ଏବଂ ଓଆଇଏସ୍ ଯୁକ୍ତ ୫୦ ମେଗାପିକ୍ସେଲ୍ ମୁଖ୍ୟ କ୍ୟାମେରା ସହ ୮ ମେଗାପିକ୍ସେଲ୍ ଅଲ୍ଟ୍ରା-ୱାଇଡ୍ ପଛ କ୍ୟାମେରା ଦିଆଯାଇଛି। ଭିଡିଓ କ୍ରିଏଟରଙ୍କ ପାଇଁ ଏଥିରେ ଉଭୟ ଆଗ ଓ ପଛ କ୍ୟାମେରାରେ ୪କେ ଭିଡିଓ ରେକର୍ଡିଂ, ‘ଅଲ୍ଟ୍ରା-ଷ୍ଟେଡି’ ମୋଡ୍, ଏକାସାଙ୍ଗରେ ରେକର୍ଡିଂ ପାଇଁ ‘ଡୁଆଲ୍-ଭ୍ୟୁ ଭିଡିଓ’, ‘ଏଆଇ ପପ୍-ଆଉଟ୍’ ଏବଂ ‘ଏଆଇ ରିମିକ୍ସ କୋଲାଜ୍’ ଭଳି ଫିଚର ରହିଛି। ଅନ୍ୟପଟେ ଓପୋ ଏଫ୍୩୫ ୫ଜିରେ ମଧ୍ୟ ୧୦୦ ଡିଗ୍ରୀ ଫିଲ୍ଡ ଅଫ୍ ଭ୍ୟୁ ସହିତ ୫୦ ମେଗାପିକ୍ସେଲ୍ ଅଲ୍ଟ୍ରା-ୱାଇଡ୍ ସାମ୍ନା କ୍ୟାମେରା ଏବଂ ୫୦ ମେଗାପିକ୍ସେଲ୍ ମୁଖ୍ୟ ପଛ କ୍ୟାମେରା ଦିଆଯାଇଛି।
ଦୀର୍ଘକାଳୀନ ବ୍ୟବହାର ପାଇଁ ଉଭୟ ମୋଡେଲ୍ରେ ‘୬-ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ରହୁଥିବା ୮୦୦୦ ଏମ୍ଏଏଚ୍ ବ୍ୟାଟେରୀ’ ଏବଂ ‘୮୦ ୱାଟ୍ ସୁପରଭୁକ୍ ଫ୍ଲାସ୍ ଚାର୍ଜ’ ସୁବିଧା ରହିଛି, ଯାହା ୧,୮୦୦ ଥର ଚାର୍ଜ ଚକ୍ର ପରେ ମଧ୍ୟ ନିଜର ମୂଳ କ୍ଷମତାର ୮୦% ରୁ ଅଧିକ ବଜାୟ ରଖିପାରିବ। ସୁରକ୍ଷା ପାଇଁ ଏଥିରେ ଆଇପି୬୯କେ, ଆଇପି୬୯, ଆଇପି୬୮ ଏବଂ ଆଇପି୬୬ ଜଳ ଓ ଧୂଳି ପ୍ରତିରୋଧକ କ୍ଷମତା ସହ ‘ରେନଷ୍ଟର୍ମ ଟଚ୍’ ଏବଂ ‘ମିଲିଟାରୀ-ଗ୍ରେଡ୍ ଶକ୍ ପ୍ରତିରୋଧକ’ ସୁବିଧା ସାମିଲ ଅଛି। ଏହି ସିରିଜ୍ ‘କଲରଓଏସ୍ ୧୬’ରେ ଚାଲିଥାଏ, ଯେଉଁଥିରେ ଏଆଇ ରେକର୍ଡିଂ, ଏଆଇ ଅଲ୍ଟ୍ରା-କ୍ଲିଅର୍ ଡକ୍ୟୁମେଣ୍ଟସ୍, ଏଆଇ କଲ୍ ଗାର୍ଡ, ୱାନ୍-ଟ୍ୟାପ୍ ସିକ୍ୟୁରିଟି ଗାର୍ଡ, ‘ଟ୍ରିନିଟି ଇଞ୍ଜିନ୍’ ଏବଂ ଛଅ ବର୍ଷର ସ୍ମୁଥ୍ନେସ୍ ସୁରକ୍ଷା ଦେଉଥିବା ‘ଏକ୍ସଟେଣ୍ଡେଡ୍ ୟୁଜ୍ କେୟାର୍ ୨.୦’ ରହିଛି। କାର୍ଯ୍ୟଦକ୍ଷତା କ୍ଷେତ୍ରରେ, ଓପୋ ଏଫ୍୩୫ ପ୍ରୋ ୫ଜିରେ ମିଡିଆଟେକ୍ ଡାଇମେନସିଟି ୭୩᱖୦ ମ୍ୟାକ୍ସ ପ୍ରୋସେସର୍, ୫୦୦୦ ବର୍ଗ ମିଲିମିଟରର ‘ସୁପରକୁଲ୍ ଭିସି ସିଷ୍ଟମ୍’ ଏବଂ ୧୭.୨୨ ସେଣ୍ଟିମିଟରର ୧.୫କେ ୧୪୪ ହର୍ଟଜ୍ ଆମୋଲେଡ୍ ଡିସପ୍ଲେ ରହିଛି; ସେହିପରି ଏଫ୍୩୫ରେ ୧୬.୬୯ ସେଣ୍ଟିମିଟରର ଏଫ୍ଏଚ୍ଡି+ ୧୨୦ ହର୍ଟଜ୍ ଆମୋଲେଡ୍ ଡିସପ୍ଲେ ପ୍ରଦାନ କରାଯାଇଛି।



