Homeବାଣିଜ୍ୟବ୍ରାଣ୍ଡ୍‌ ଚେହେରା ବଦଳାଇଲା ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ: ନୂଆ ରୂପ ସହ ଆସିଲା 'ହର କଲ୍‌...

ବ୍ରାଣ୍ଡ୍‌ ଚେହେରା ବଦଳାଇଲା ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ: ନୂଆ ରୂପ ସହ ଆସିଲା ‘ହର କଲ୍‌ ଆସାନ୍’ ଟ୍ୟାଗ୍‌ଲାଇନ୍‌

ଓଡ଼ିଶା, ଅକ୍ଟୋବର ୨୦୨୬: ଭାରତର ଅଗ୍ରଣୀ ଜୀବନ ବୀମା ପ୍ରଦାନକାରୀ ସଂସ୍ଥା ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ ଏବେ ‘ଆଇସିଆଇସିଆଇ ଲାଇଫ୍ ଇନସୁରାନ୍ସ ଲିମିଟେଡ୍’ ଭାବେ ନୂତନ ବ୍ରାଣ୍ଡ ପରିଚୟ ଏବଂ ‘ହର କଲ୍ ଆସାନ୍’ ଟ୍ୟାଗ୍‌ଲାଇନ୍‌ ଘୋଷଣା କରିଛି। ଆଗାମୀ କାଲିର ଭବିଷ୍ୟତକୁ ଆଜିଠାରୁ ଅଧିକ ସହଜ, ସରଳ, ସ୍ୱଚ୍ଛ ଓ ନମନୀୟ କରିବା ଲକ୍ଷ୍ୟ ନେଇ ସଂସ୍ଥା ଏହି ବ୍ୟାପକ ବ୍ରାଣ୍ଡ୍ ପରିବର୍ତ୍ତନ କରିଛି।

ଏହି ଶୁଭାରମ୍ଭ ସମ୍ପର୍କରେ ଆଇସିଆଇସିଆଇ ଲାଇଫ୍ ଇନସୁରାନ୍ସର ମାର୍କେଟିଂ, ଡିଜିଟାଲ୍ ଏବଂ ବ୍ୟାଙ୍କାସ୍ୟୁରାନ୍ସ ମୁଖ୍ୟ ଶ୍ରୀ ଶ୍ରୀନିବାସ ବାଲାସୁବ୍ରମଣ୍ୟନ ପ୍ରକାଶ କରିଛନ୍ତି ଯେ, ବିଶ୍ୱାସ ଓ ନିର୍ଭରଯୋଗ୍ୟତାର ପ୍ରତୀକ ପାଲଟିଥିବା ଆଇସିଆଇସିଆଇ ଗତ ୨୫ ବର୍ଷ ମଧ୍ୟରେ ୨୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ସ୍ୱପ୍ନ ଓ ସୁରକ୍ଷା ସହ ଯୋଡ଼ି ହୋଇରହିଛି। ଏହି ସମୟ ମଧ୍ୟରେ ଦେଶର ବିକାଶ ସହ ଲୋକଙ୍କ ଆଶା, ଆକାଂକ୍ଷା ଓ ଆର୍ଥିକ ପ୍ରାଥମିକତାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି।

ଆଜିର ଆହ୍ୱାନପୂର୍ଣ୍ଣ ଓ ଦ୍ରୁତଗାମୀ ଜୀବନଶୈଳୀରେ ବୀମା ଗ୍ରହଣ କରିବା ପ୍ରକ୍ରିୟା ପାରମ୍ପରିକ ଭାବେ ଜଟିଳ ମନେହେଉଥିବା ବେଳେ, କମ୍ପାନୀ ନିଜ ଗ୍ରାହକଙ୍କୁ ସ୍ପଷ୍ଟତା, ଆତ୍ମବିଶ୍ୱାସ ଓ ମାନସିକ ଶାନ୍ତି ଦେବାକୁ ବଦ୍ଧପରିକର। ଏହି ନୂତନ ଆଭିମୁଖ୍ୟ କେବଳ ନାମ ବଦଳାଇବାରେ ସୀମିତ ନୁହେଁ, ବରଂ ‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ର ଜାତୀୟ ଲକ୍ଷ୍ୟକୁ ସାକାର କରିବା ସହ ‘ହର କଲ୍ ଆସାନ୍’ ପ୍ରତିଶ୍ରୁତି ମାଧ୍ୟମରେ ସମସ୍ତଙ୍କ ଭବିଷ୍ୟତ ନିଷ୍ପତ୍ତିକୁ ସହଜ ଓ ସୁବିଧାଜନକ କରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments