Homeବାଣିଜ୍ୟଧାମରା ପୋର୍ଟର 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ: ଧାମରାଇ ମନ୍ଦିରରୁ ୪୬୦ କିଲୋ ବର୍ଜ୍ୟବସ୍ତୁ ସଫା

ଧାମରା ପୋର୍ଟର ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ: ଧାମରାଇ ମନ୍ଦିରରୁ ୪୬୦ କିଲୋ ବର୍ଜ୍ୟବସ୍ତୁ ସଫା

ଧାମରା, ୩ ଅକ୍ଟୋବର ୨୦୨୬: ପରିବେଶ ସୁରକ୍ଷା ଓ ସମାଜ ପ୍ରତି ନିଜର ସାମାଜିକ ଦାୟିତ୍ୱବୋଧକୁ ଆଗକୁ ନେଇ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡିପିସିଏଲ୍) ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ଅଧୀନରେ ଧାମରାଇ ମନ୍ଦିର ପରିସରରେ ଏକ ସାମୂହିକ ସଫେଇ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ସ୍ଥାୟୀ ବିକାଶ ଏବଂ ସାମୂହିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ଏହି ସଫେଇ ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା।

“ସ୍ୱଚ୍ଛତା ମେଁ ସହଭାଗ, ସ୍ୱଚ୍ଛ ଭାରତ, ବିକଶିତ ଭାରତ” ବାର୍ତ୍ତାକୁ ପାଥେୟ କରି ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ “ସାମୂହିକ ପ୍ରୟାସ ଏବଂ ନିରନ୍ତର ଦାୟିତ୍ୱବୋଧ ମାଧ୍ୟମରେ ହିଁ ସ୍ୱଚ୍ଛ ଓ ସୁସ୍ଥ ସମୁଦାୟ ଗଠନ ସମ୍ଭବ” ବୋଲି ସନ୍ଦେଶ ଦିଆଯାଇଥିଲା।

ଏହି ବିଶେଷ ସଫେଇ ଅଭିଯାନରେ ଡିପିସିଏଲ୍‌ର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ଠିକା ଶ୍ରମିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣ ସକ୍ରିୟ ଯୋଗଦାନ କରିଥିଲେ। ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବା ସହିତ ଆବର୍ଜନାର ସଠିକ୍ ପରିଚାଳନା ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ପରିଷ୍କାର ରଖିବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

ସ୍ୱଚ୍ଛତା କେବଳ ଗୋଟିଏ ଦିନର ପାଳନ ନୁହେଁ, ବରଂ ଏହା ଦୈନନ୍ଦିନ ଜୀବନର ଏକ ନିରନ୍ତର ଅଭ୍ୟାସ ଏହି ସଚେତନତା ବାର୍ତ୍ତା ସହ ଅଭିଯାନ ସମୟରେ ମନ୍ଦିର ପରିସରରୁ ପ୍ରାୟ ୪୬୦ କିଲୋଗ୍ରାମ୍ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ନିଷ୍କାସିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବିକାଶ, ପରିବେଶ ଅନୁକୂଳ ପଦକ୍ଷେପ ଏବଂ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ସଦାସର୍ବଦା ଯୋଡ଼ି ହୋଇ ରହିବା ପାଇଁ ଆଦାନୀ ଧାମରା ପୋର୍ଟ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments