Homeଶିକ୍ଷାସୋଆ କ୍ୟାମ୍ପସ୍‌-୫ରେ ଏନ୍‌ଏସ୍‌ଏସ୍‌ ଦିବସ: ବୃକ୍ଷରୋପଣ ଜରିଆରେ ସବୁଜ ପରିବେଶର ବାର୍ତ୍ତା

ସୋଆ କ୍ୟାମ୍ପସ୍‌-୫ରେ ଏନ୍‌ଏସ୍‌ଏସ୍‌ ଦିବସ: ବୃକ୍ଷରୋପଣ ଜରିଆରେ ସବୁଜ ପରିବେଶର ବାର୍ତ୍ତା

ଭୁବନେଶ୍ୱର, ଅକ୍ଟୋବର ୧: ସିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ସାଇନ୍ସେସ୍‌ (ଏସ୍‌ପିଏସ୍‌) ପକ୍ଷରୁ ଏନ୍‌ଏସ୍‌ଏସ୍‌ ଦିବସ ପାଳନ ଅବସରରେ କ୍ୟାମ୍ପସ୍-୫ ଷ୍ଟାଡିୟମ୍‌ଠାରେ ଗୁରୁବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। “ଏକ ପେଡ୍‌ ମା’ କେ ନାମ୍‌” ବାର୍ତ୍ତାକୁ ଭିତ୍ତି କରି ଆୟୋଜିତ ଏହି ସମାରୋହକୁ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହ, ଏସ୍‌ପିଏସ୍‌ର ଡିନ୍‌ ପ୍ରଫେସର ଦେବଜ୍ୟୋତି ଦାସ ଏବଂ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍‌‌ କୋ-ଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ନିଜେ ବୃକ୍ଷରୋପଣ କରିଥିଲେ।

ଏହି ଅବସରରେ ଅତିଥି ଶ୍ରୀ କୁଶୱାହ ପରିବେଶର ସୁରକ୍ଷା, ନିୟମିତ ବୃକ୍ଷରୋପଣ ଏବଂ ରୋପିତ ଚାରାଗୁଡ଼ିକର ସଠିକ୍‌ ଯତ୍ନ ନେବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ପରିବେଶ ସୁରକ୍ଷା, ସବୁଜିମା ଭରା ବାତାବରଣ ସୃଷ୍ଟି କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। “ଏକ ପେଡ୍‌ ମା’ କେ ନାମ୍‌” ବାର୍ତ୍ତା ଜରିଆରେ ସମାଜର ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇ ତା’ର ଯତ୍ନ ନେବା ପାଇଁ ଆହ୍ୱାନ ଦିଆଯିବା ସହ ସବୁଜ କ୍ୟାମ୍ପସ୍‌‌ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡେପୁଟି ଡିନ୍‌ ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ସୁଧୀର କୁମାର ପାଣିଗ୍ରାହୀ, କ୍ଲାସ୍‌‌ କୋ-ଅର୍ଡିନେଟର ଡକ୍ଟର ରୁଦ୍ର ନାରାୟଣ ସାହୁ ଏବଂ ଏନ୍‌ଏସ୍‌‌ଏସ୍‌ ପ୍ରୋଗ୍ରାମ୍‌ ଅଫିସର ଡକ୍ଟର ରାକେଶ 스ୱାଇଁ ଉପସ୍ଥିତ ଥିଲେ। ଏଥିସହିତ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments