Homeବାଣିଜ୍ୟଜିଓର ୧୦ ବର୍ଷ ପୂର୍ତ୍ତି ଅବସରରେ ଡିଜିଟାଲ୍ ବିପ୍ଲବ: ମାଗଣା ୬ ମାସର ସେବା ସହ...

ଜିଓର ୧୦ ବର୍ଷ ପୂର୍ତ୍ତି ଅବସରରେ ଡିଜିଟାଲ୍ ବିପ୍ଲବ: ମାଗଣା ୬ ମାସର ସେବା ସହ ଜିଓଭାରତ ୪ଜି ଫୋନ୍ ଉନ୍ମୋଚିତ

ମୁମ୍ବାଇ, ସେପ୍ଟେମ୍ବର ୩୦, ୨୦୨୬: ନିଜ ସେବାର ଦଶମ ବାର୍ଷିକୀ ଅବସରରେ ଦେଶକୁ ୨ଜି-ମୁକ୍ତ କରିବା ଲକ୍ଷ୍ୟରେ ଜିଓ ପକ୍ଷରୁ ଏକ ଆକର୍ଷଣୀୟ ଗ୍ରାହକ ଅଫର୍ ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ୧,୪୯୯ ଟଙ୍କା ମୂଲ୍ୟରେ ଜିଓଭାରତ ୪ଜି ଫୋନ୍ କ୍ରୟ କଲେ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ୬ ମାସ ପାଇଁ ମାଗଣା ରିଚାର୍ଜ ସୁବିଧା ମିଳିବ। ଏହି ବୋନସ୍ ରିଚାର୍ଜ ଅବଧି ମଧ୍ୟରେ ପ୍ରତି ମାସରେ ୧୪ ଜିବି ହାଇସ୍ପିଡ ଡାଟା ଏବଂ ଅସୀମିତ ଏଚଡି ଭଏସ୍ କଲିଂର ସୁବିଧା ଅନ୍ତର୍ଭୁକ୍ତ ରହିଛି, ଯାହା ଫଳରେ କ୍ରୟ କରିବାର ଆଗାମୀ ଛଅ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ପୁନର୍ବାର ରିଚାର୍ଜ କରିବାକୁ ପଡ଼ିବ ନାହିଁ।

ଏହି ସ୍ୱତନ୍ତ୍ର ଅଫରଟି ମୁଖ୍ୟତଃ ଦେଶର ବର୍ତ୍ତମାନର ୨ଜି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କୁ ଉଚ୍ଚମାନର ୪ଜି ନେଟୱର୍କକୁ ଆଣିବା ପାଇଁ ପ୍ରସ୍ତୁତ କରାଯାଇଛି। ସାଧାରଣତଃ ଜଣେ ୨ଜି ବ୍ୟବହାରକାରୀ ୬ ମାସରେ ରିଚାର୍ଜ ବାବଦରେ ଅତି କମରେ ୧,୨୦୦ ଟଙ୍କା (ମାସକୁ ପ୍ରାୟ ୧୯୯ ଟଙ୍କା) ଖର୍ଚ୍ଚ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଜିଓଭାରତ ଫୋନ୍ ଏବଂ ୬ ମାସର ମାଗଣା ରିଚାର୍ଜ ୧,୪୯ନା ଟଙ୍କାରେ ଉପଲବ୍ଧ ହେଉଥିବାରୁ, ୨ଜି ରୁ ୪ଜି ପ୍ରଯୁକ୍ତିବିଦ୍ୟାକୁ ଅପଗ୍ରେଡ୍ ହେବା ପାଇଁ ଗ୍ରାହକଙ୍କୁ କେବଳ ୨୯୯ ଟଙ୍କାର ଅତିରିକ୍ତ ପ୍ରଭାବୀ ମୂଲ୍ୟ ଦେବାକୁ ପଡ଼ିବ, ଯଦିଓ କିଣିବା ବେଳେ ଏକକାଳୀନ ୧,୪୯ନା ଟଙ୍କା ଦେବା ଆବଶ୍ୟକ।

ନୂତନ ଜିଓଭାରତ ୪ଜି ଫୋନରେ ଇଣ୍ଟରନେଟ୍ ସହ ଅନେକ ଅତ୍ୟାଧୁନିକ ଡିଜିଟାଲ୍ ସେବା ମଧ୍ୟ ଉପଲବ୍ଧ ରହିଛି। ଗ୍ରାହକମାନେ ଜିଓଟିଭି ମାଧ୍ୟମରେ ୫୦୦ରୁ ଅଧିକ ଚ୍ୟାନେଲ୍, ଜିଓହଟଷ୍ଟାର ଜରିଆରେ କ୍ରିକେଟ୍ ଓ ଚଳଚ୍ଚିତ୍ର ସମେତ ବିବିଧ ମନୋରଞ୍ଜନ, ସଙ୍ଗୀତ ଏବଂ ଜିଓ-ପେ ମାଧ୍ୟମରେ ସହଜ UPI ପେମେଣ୍ଟର ସୁବିଧା ପାଇପାରିବେ।

ଏହି ସ୍ମାର୍ଟ ଫିଚର ଫୋନଗୁଡ଼ିକରେ ୨.୪ ଇଞ୍ଚର ସ୍ପଷ୍ଟ ଡିସପ୍ଲେ ଏବଂ ୨୦୦୦ ଏମଏଏଚ୍ କ୍ଷମତାସମ୍ପନ୍ନ ବ୍ୟାଟେରୀ ରହିଛି। ଏହି ଦଶମ ବାର୍ଷିକୀ ସ୍ୱତନ୍ତ୍ର ଅଫରଟି ଜିଓଭାରତର ପ୍ରମୁଖ ମଡେଲଗୁଡ଼ିକ ଯଥା— ଜିଓଭାରତ ଏ-ୱାନ, ବି-ୱାନ, ବି-ଟୁ ଏବଂ ବି-ଥ୍ରୀ ପାଇଁ ଉପଲବ୍ଧ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments