ଭୁବନେଶ୍ୱର, ୩୦ ସେପ୍ଟେମ୍ବର ୨୦୨୬: ଓପୋ ଇଣ୍ଡିଆ ପକ୍ଷରୁ ଭାରତୀୟ ବଜାରରେ ଏହାର ନୂଆ ସ୍ମାର୍ଟଫୋନ୍ ‘ଓପୋ କେ୧୪ ପ୍ଲସ’ ଲଞ୍ଚ କରାଯାଇଛି। ‘ଦମଦାର୍ କାର୍ଯ୍ୟଦକ୍ଷତା, ଦୀର୍ଘସ୍ଥାୟୀ ଗଠନ’ ଲକ୍ଷ୍ୟକୁ ନେଇ ନିର୍ମିତ କେ-ସିରିଜର ଏହି ଫୋନ୍ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା, ମନୋରଞ୍ଜନ, ଉନ୍ନତ ଫଟୋଗ୍ରାଫି ଏବଂ ଦୀର୍ଘସ୍ଥାୟୀ ବ୍ୟାଟେରୀର ଅପୂର୍ବ ସମନ୍ୱୟ ପ୍ରଦାନ କରେ।
ଏହି ସ୍ମାର୍ଟଫୋନର ୬ଜିବି+୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୨୯,୯୯୯ ଟଙ୍କା, ୮ଜିବି+୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୩୨,୯୯୯ ଟଙ୍କା ଏବଂ ୮ଜିବି+୨୫୬ଜିବି ଭାରିଆଣ୍ଟର ମୂଲ୍ୟ ୩୫,୯୯୯ ଟଙ୍କା ରଖାଯାଇଛି। ଆସନ୍ତା ୮ ଅକ୍ଟୋବର ୨୦୨୬ ମଧ୍ୟରାତ୍ରି ୧୨ଟାରୁ ଫ୍ଲିପକାର୍ଟର ‘ବିଗ୍ ବିଲିୟନ ଡେଜ୍’ ସେଲ୍ ଏବଂ ଓପୋ ଇଣ୍ଡିଆ ଇ-ଷ୍ଟୋରରେ ଏହା ବିକ୍ରି ପାଇଁ ଉପଲବ୍ଧ ହେବ। ଗ୍ରାହକମାନେ ଏହାକୁ ସୋଲାର୍ ଅରେଞ୍ଜ୍ ଏବଂ ଷ୍ଟାର୍ ହ୍ୱାଇଟ୍ – ଏହି ଦୁଇଟି ଆକର୍ଷଣୀୟ ରଙ୍ଗରେ କିଣିପାରିବେ। ସେଲ୍ର ପ୍ରଥମ ଦିନରେ ପ୍ରମୁଖ ବ୍ୟାଙ୍କ କାର୍ଡ ଜରିଆରେ ୪,୦୦୦ ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ ରିହାତି ଏବଂ ୬ ମାସର ନୋ-କଷ୍ଟ ଇଏମଆଇ ସୁବିଧା ମିଳିବ, ଯାହା ଫଳରେ ଏହାର ପ୍ରାରମ୍ଭିକ ମୂଲ୍ୟ କ୍ରମାନ୍ୱୟରେ ୨୫,୯୯୯ ଟଙ୍କା, ୨୮,୯୯୯ ଟଙ୍କା ଏବଂ ୩୧,୯୯୯ ଟଙ୍କା ହୋଇଯିବ।
ଏହି ଲଞ୍ଚିଂ ଅବସରରେ ଓପୋ ଇଣ୍ଡିଆର ଯୋଗାଯୋଗ ମୁଖ୍ୟ ଗୋଲ୍ଡି ପଟ୍ଟନାୟକ କହିଛନ୍ତି ଯେ, ଗ୍ରାହକଙ୍କ ପାଇଁ ନିତିଦିନିଆ ଜୀବନରେ ଫୋନର ଶକ୍ତି କିପରି କାମରେ ଆସୁଛି ଏବଂ କେତେ ଦିନ ପର୍ଯ୍ୟନ୍ତ ନିର୍ଭରଯୋଗ୍ୟ ରହୁଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଚିନ୍ତାଧାରାରୁ କେ୧୪ ପ୍ଲସ ନିର୍ମାଣ କରାଯାଇଛି। ଅନ୍ୟପଟେ, ଓପୋ ଇଣ୍ଡିଆର ଇ-କମର୍ସ ମୁଖ୍ୟ ଅଂଶୁମାନ ଭଟ୍ଟ କହିଛନ୍ତି ଯେ, ଫ୍ଲିପକାର୍ଟର ବିଗ୍ ବିଲିୟନ ଡେଜ୍ ମାଧ୍ୟମରେ ଏହି ପାର୍ବଣ ଋତୁରେ ଅନେକ ଗ୍ରାହକଙ୍କ ନିକଟରେ ଏକ ଶକ୍ତିଶାଳୀ ଫୋନ୍ ପହଞ୍ଚାଇବା ପାଇଁ କମ୍ପାନୀ ଉତ୍ସାହିତ ଅଛି।
କାର୍ଯ୍ୟଦକ୍ଷତା ପାଇଁ ଓପୋ କେ୧୪ ପ୍ଲସରେ ୪ ନାନୋମିଟର ପ୍ରସେସରେ ତିଆରି ମିଡିଆଟେକ୍ ଡାଇମେନସିଟି ୭୩᱖୦ ମ୍ୟାକ୍ସ ଅକ୍ଟା-କୋର୍ ଚିପସେଟ୍ ଦିଆଯାଇଛି, ଯେଉଁଥିରେ ଆର୍ମ ମାଲି-ଜି୬୧୫ ଜିପିୟୁ ସହାୟତା କରେ। ଏହି ଚିପସେଟ୍ ପୂର୍ବ ପିଢ଼ି ତୁଳନାରେ ସିପିୟୁ କାର୍ଯ୍ୟଦକ୍ଷତାରେ ୩୦% ଏବଂ ଜିପିୟୁରେ ୩୫% ଅଧିକ ଦ୍ରୁତତା ପ୍ରଦାନ କରେ। ଅନ୍ତୁତୁ ବେଞ୍ଚମାର୍କ (ଭର୍ସନ ୧୨)ରେ ଏହାର ୮ଜିବି+୨୫୬ଜିବି ଭାରିଆଣ୍ଟ ୧୦ ଲକ୍ଷରୁ ଅଧିକ ସ୍କୋର ହାସଲ କରିଛି। ଏଥିରେ ଏଲପିଡିଡିଆର୪ଏକ୍ସ ର୍ୟାମ୍ ଏବଂ ୟୁଏଫଏସ୍ ୩.୧ ଷ୍ଟୋରେଜ୍ ସହ ୮ଜିବି ଭାରିଆଣ୍ଟରେ ୧୬ଜିବି ପର୍ଯ୍ୟନ୍ତ ର୍ୟାମ୍ ବଢ଼ାଇବାର ସୁବିଧା ରହିଛି। ଫୋନ୍ ଗରମ ନହେବା ପାଇଁ ୫୦୦୦ ବର୍ଗ ମିଲିମିଟରର ସୁପରକୁଲ୍ ଭେପର ଚାମ୍ବର ଏବଂ ୧୯,୯୮୯ ବର୍ଗ ମିଲିମିଟରର ଗ୍ରାଫାଇଟ୍ ସିଟ୍ ଦିଆଯାଇଛି। ଗେମିଂ ପାଇଁ ଏଥିରେ ଏଆଇ ଗେମବୁଷ୍ଟ ୩.୦ ରହିଛି।
ଏହି ସ୍ମାର୍ଟଫୋନରେ ୬ ବର୍ଷ ପର୍ଯ୍ୟନ୍ତ ଚାଲିପାରୁଥିବା ୮୦୦୦ଏମଏଏଚ୍ର ବିଶାଳ ବ୍ୟାଟେରୀ ସହ ୪୫ୱାଟ୍ ସୁପରଭୁକ୍ ଚାର୍ଜିଂ, ବାଇପାସ୍ ଚାର୍ଜିଂ ଏବଂ ୧୦ୱାଟ୍ ରିଭର୍ସ ୱାୟାର୍ଡ ଚାର୍ଜିଂ ସୁବିଧା ଦିଆଯାଇଛି। ଓପୋ ଲ୍ୟାବ୍ ଅନୁଯାୟୀ, ଦିନକୁ ଥରେ ଚାର୍ଜ କଲେ ୬ ବର୍ଷ (୧,୮୦୦ ଚାର୍ଜ ସାଇକେଲ) ପରେ ବି ଏହା ୮୦%ରୁ ଅଧିକ କ୍ଷମତା ବଜାୟ ରଖିପାରିବ। ସଫ୍ଟୱେୟାର୍ କ୍ଷେତ୍ରରେ ୨୫୬ଜିବି ଭାରିଆଣ୍ଟରେ ୬ ବର୍ଷ ଏବଂ ୧୨୮ଜିବି ଭାରିଆଣ୍ଟରେ ୫ ବର୍ଷର ସ୍ମୁଥନେସ୍ ପ୍ରୋଟେକ୍ସନ ମିଳିଥାଏ। ଫୋନର ସୁରକ୍ଷା ପାଇଁ ଡ୍ୟାମେଜ୍-ପ୍ରୁଫ୍ ୩୬୦° ଆର୍ମର ବଡି, ଆଲୁମିନିୟମ୍ ଆଲୟ ଫ୍ରେମ୍ ଏବଂ ଆଇପି୬୯କେ, ଆଇପି୬୯, ଆଇପି୬୮ ଓ ଆଇପି୬୬ ୱାଟର-ଡଷ୍ଟ ପ୍ରୁଫ୍ ରେଟିଂ ଦିଆଯାଇଛି।
ଫଟୋଗ୍ରାଫି ପାଇଁ ପଛପଟେ ଓଆଇଏସ୍, f/1.8 ଆପର୍ଚର ବିଶିଷ୍ଟ ୫୦ ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ରହିଛି, ଯାହା ୪କେ ଭିଡିଓ ରେକର୍ଡିଂ, ୪କେ ଅଲଟ୍ରା-ଷ୍ଟେଡି ଭିଡିଓ ଏବଂ ସ୍ଲୋ-ମୋସନ୍ ରେକର୍ଡିଂକୁ ସପୋର୍ଟ କରେ। ଏଥିରେ ଏଆଇ ନାଇଟ୍ ମୋଡ୍, ଟର୍ବୋ ର ମଲ୍ଟି-ଫ୍ରେମ୍, ଭାରତୀୟ ସ୍କିନ୍-ଟୋନ୍ ଟ୍ୟୁନିଂ ଏବଂ ଏକ ବିଶେଷ ଅଣ୍ଡରୱାଟର ଫଟୋଗ୍ରାଫି ମୋଡ୍ ରହିଛି। ସେଲ୍ଫି ପାଇଁ ୧୬ ମେଗାପିକ୍ସେଲର ସୋନି IMX480 କ୍ୟାମେରା ଦିଆଯାଇଛି।
ଡିସପ୍ଲେ ବିଷୟରେ କହିଲେ, ଏଥିରେ ୧୭.୨୨ ସେଣ୍ଟିମିଟରର ୧.୫କେ ଆମୋଲେଡ୍ ଡିସପ୍ଲେ ରହିଛି, ଯାହା ୧୪୪ହର୍ଟ୍ଜ ଆଡାପ୍ଟିଭ୍ ରିଫ୍ରେସ୍ ରେଟ୍, ୩୬୦୦ ନିଟ୍ସ ପିକ୍ ବ୍ରାଇଟନେସ୍, ୨୧୬୦ହର୍ଟ୍ଜ PWM ଡିମିଂ ଏବଂ ୯୩.୬% ସ୍କ୍ରିନ୍-ଟୁ-ବଡି ଅନୁପାତ ପ୍ରଦାନ କରେ। ଏହାର ଓଜନ ପ୍ରାୟ ୨୦୭ ଗ୍ରାମ୍।
ଏହି ଫୋନ୍ କଲର୍ ଓଏସ୍ ୧୬ରେ ଚାଲେ, ଯେଉଁଥିରେ ନୂଆ ଟ୍ରିନିଟି ଇଞ୍ଜିନ୍, ଏଆଇ ଅଲଟ୍ରା-କ୍ଲିୟର ଡକ୍ୟୁମେଣ୍ଟସ୍, ଏଆଇ ଲିଙ୍କବୁଷ୍ଟ ୪.୦, ଏଆଇ କଲ୍ ଗାର୍ଡ, ଓ+କନେକ୍ଟ ଏବଂ ଏକ୍ସଟେଣ୍ଡେଡ୍ ୟୁଜ୍ କେୟାର ୨.୦ ଭଳି ଆଧୁନିକ ଫିଚର ରହିଛି।



