ଭୂବନେଶ୍ବର, ଅଗଷ୍ଟ ୦୬, ୨୦୨୬: ବନ୍ଧନ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ ଆଜି ‘ବନ୍ଧନ କଣ୍ଟ୍ରା ଫଣ୍ଡ’ର ଶୁଭାରମ୍ଭ କରାଯାଇଛି। ଏହା ଏକ ଖୋଲା-ଏଣ୍ଡେଡ୍ ଇକ୍ୱିଟି ସ୍କିମ୍, ଯାହା ବିପରୀତ ନିବେଶ ଶୈଳୀକୁ ଆପଣାଇଥାଏ। ଅସ୍ଥାୟୀ ସମସ୍ୟା, କ୍ଷେତ୍ରଗତ ଆହ୍ୱାନ, ମାଇକ୍ରୋ-ଇକୋନୋମିକ୍ ଅନିଶ୍ଚିତତା କିମ୍ବା ବଜାରର ନକାରାତ୍ମକ ମନୋଭାବ ଯୋଗୁଁ ଯେଉଁ ସୁଦୃଢ଼ ବ୍ୟବସାୟିକ ଭିତ୍ତିଭୂମି ଥିବା କମ୍ପାନୀଗୁଡ଼ିକ କମ୍ ମୂଲ୍ୟରେ ଉପଲବ୍ଧ ହୋଇଥାନ୍ତି, ସେଗୁଡ଼ିକୁ ଚିହ୍ନଟ କରିବା ଏହି ଫଣ୍ଡର ପ୍ରାଥମିକ ଲକ୍ଷ୍ୟ। ପରବର୍ତ୍ତୀ ସମୟରେ ବଜାରର ଧାରଣା ଏବଂ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସେଗୁଡ଼ିକର ମୂଲ୍ୟାୟନ ବୃଦ୍ଧି ପାଇବାର ସମ୍ଭାବନା ରହିଥାଏ।
ଏହି ‘ନିଉ ଫଣ୍ଡ ଅଫର୍’ ଆସନ୍ତା ସୋମବାର, ୧୦ ଅଗଷ୍ଟ ୨୦୨୬ ରୁ ଆରମ୍ଭ ହୋଇ ସୋମବାର, ୨୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ନିବେଶ ପାଇଁ ଖୋଲା ରହିବ। ନିବେଶକମାନେ ନିଜର ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ୍ ଫଣ୍ଡ ବିତରକ, ବିଭିନ୍ନ ଅନ୍ଲାଇନ୍ ପ୍ଲାଟଫର୍ମ କିମ୍ବା ସିଧାସଳଖ ଅଫିସିଆଲ୍ ୱେବସାଇଟ୍ https://bandhanmutual.com/nfo/bandhan-contra-fund ପୋର୍ଟାଲ୍ ଜରିଆରେ ଏଥିରେ ଆବେଦନ କରିପାରିବେ।
ଏହି ଶୁଭାରମ୍ଭ ଅବସରରେ ବନ୍ଧନ ଏଏମସିର ସିଇଓ ବିଶାଳ କପୁର ପ୍ରକାଶ କରିଛନ୍ତି ଯେ, “ବର୍ତ୍ତମାନ ସମୟରେ ବଜାରର ଅନେକ କ୍ଷେତ୍ରରେ ମୂଲ୍ୟାଙ୍କନ ବେଶ୍ ଉଚ୍ଚ ସ୍ତରରେ ପହଞ୍ଚିଛି, ଯାହା ଚୟନିତ ବିପରୀତ ନିବେଶ ରଣନୀତି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି। ଅନେକ ସୁଦୃଢ଼ ବ୍ୟବସାୟ ମଡେଲ, ଆୟର ସ୍ପଷ୍ଟ ଦୃଶ୍ୟମାନତା ଏବଂ ମଜବୁତ ବାଲାନ୍ସ ସିଟ୍ ଥିବା କମ୍ପାନୀଗୁଡ଼ିକ ନିଜ ଦୀର୍ଘକାଳୀନ ପ୍ରକୃତ କ୍ଷମତା ତୁଳନାରେ କମ୍ ମୂଲ୍ୟରେ ମିଳୁଛନ୍ତି। ସାଧାରଣ ବଜାର ସହମତିଠାରୁ ହଟି ନୂତନ ସୁଯୋଗ ସନ୍ଧାନରେ ଥିବା ନିବେଶକଙ୍କ ପାଇଁ ଏହା ଅତ୍ୟନ୍ତ ଫଳପ୍ରଦ ହେବ। ବନ୍ଧନ କଣ୍ଟ୍ରା ଫଣ୍ଡକୁ ଏପରି ଏକ ଶୃଙ୍ଖଳିତ ବିପରୀତ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି, ଯାହା କମ୍ପାନୀଗୁଡ଼ିକର ମୌଳିକ ସୁଧାର, ରୋଜଗାର ପୁନରୁଦ୍ଧାର ଏବଂ ବଜାରର ପୁନଃ-ମୂଲ୍ୟାୟନରୁ ଲାଭ ବୃଦ୍ଧି କରିବାରେ ସାହାଯ୍ୟ କରିବ।”
ଯେଉଁ ନିବେଶକମାନେ ନିଜର ପାରମ୍ପରିକ ଅଭିବୃଦ୍ଧି ଏବଂ ମୂଲ୍ୟ ଆବଣ୍ଟନକୁ ପରିପୂରକ କରିବା ପାଇଁ ଏକ ଭିନ୍ନ ଧରଣର ଇକ୍ୱିଟି ରଣନୀତି ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଫଣ୍ଡ ଡିଜାଇନ୍ କରାଯାଇଛି। ଦୀର୍ଘକାଳୀନ ନିବେଶ ଲକ୍ଷ୍ୟ ରଖିଥିବା ଏବଂ ବଜାରର ବିଭିନ୍ନ ଚକ୍ର ମାଧ୍ୟମରେ ନିବେଶିତ ରହି ପରିବର୍ତ୍ତନଶୀଳ ଅବସ୍ଥାରୁ ଲାଭ ଉଠାଇବାକୁ ଚାହୁଁଥିବା ନିବେଶକଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଉପଯୁକ୍ତ।



