Homeଶିକ୍ଷାସୋଆ ଓ କେବିସି ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର: କୃଷି ବାୟୋଟେକ୍ନୋଲୋଜି ଓ ପରିବେଶ ଅନୁକୂଳ ଚାଷକୁ...

ସୋଆ ଓ କେବିସି ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର: କୃଷି ବାୟୋଟେକ୍ନୋଲୋଜି ଓ ପରିବେଶ ଅନୁକୂଳ ଚାଷକୁ ପ୍ରୋତ୍ସାହନ

ଭୁବନେଶ୍ୱର, ଅଗଷ୍ଟ ୫: ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ନୂତନ ଗବେଷଣା, ଜୈବ ଉତ୍ପାଦର ବିକାଶ ଏବଂ କୃଷକଙ୍କ ସ୍ତରରେ ପ୍ରଯୁକ୍ତିର ସଂପ୍ରସାରଣ ପାଇଁ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ କୋଲକାତାର କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ସହଯୋଗୀ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଆଧାରରେ ସୋଆର ସେଣ୍ଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଦ୍ୱାରା ପ୍ରସ୍ତୁତ ଜୈବ ସାର ଓ କୃଷି ଉତ୍ପାଦଗୁଡ଼ିକର କ୍ଷେତ୍ରସ୍ତରୀୟ ପରୀକ୍ଷଣ, ସଚେତନତା, ବିପଣନ ଓ ବଣ୍ଟନ ଦାୟିତ୍ୱ କେବିସି ବହନ କରିବ। ଉଭୟ ସଂସ୍ଥା ମିଳିତ ଭାବେ ବୈଜ୍ଞାନିକ ଓ ବାଣିଜ୍ୟିକ ତଥ୍ୟ ସଂଗ୍ରହ କରି କୃଷକମାନଙ୍କୁ ଜୈବ ପ୍ରଯୁକ୍ତି ଆପଣେଇବା ପାଇଁ ଉତ୍ସାହିତ କରିବେ।

ଏହି ବୁଝାମଣାପତ୍ରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ^ନନ୍ଦ ଏବଂ କେବିସିର ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଶୈବାଲ ମିତ୍ର ସ୍ୱାକ୍ଷର କରିଥିଲେ। ଏଥିସହିତ, କେବିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ରାଇସ୍ କାର୍ବନ୍ ପ୍ରୋଜେକ୍ଟ’ ମାଧ୍ୟମରେ ‘ଅଲ୍ଟରନେଟ୍ ୱେଟିଂ ଆଣ୍ଡ୍ ଡ୍ରାଇଂ’ କୌଶଳ ବ୍ୟବହାର କରି ଧାନ ଚାଷରୁ ମିଥେନ୍ ଗ୍ୟାସ୍ ନିର୍ଗମନ ହ୍ରାସ କରାଯାଉଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨,୫୦୦ ହେକ୍ଟର ଜମିର ୨,୨୦୯ ଜଣ ଚାଷୀ ଏହି ପ୍ରକଳ୍ପରେ ସାମିଲ ହୋଇଥିବା ବେଳେ ପ୍ରତି ଋତୁରେ ହେକ୍ଟର ପିଛା ୧,୦୦୦ ଟଙ୍କା ପ୍ରୋତ୍ସାହନ ପାଉଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାର ୮୦,୦୦୦ ହେକ୍ଟର ଜମିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ କେବିସି ଲକ୍ଷ୍ୟ ରଖିଛି।

ଏହି କାର୍ଯ୍ୟକ୍ରମରେ ସୋଆ ଆଗ୍ରିକଲ୍ଚରାଲ୍ ସାଇନ୍ସେସ୍‌ର ଡୀନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସିଆଇବିଆର ନିର୍ଦ୍ଦେଶକ ପ୍ରଫେସର ଏଚ୍. ଏନ୍. ଥାଟୋଇ, ସେଣ୍ଟର ଫର୍ ବାୟୋଟେକ୍ନୋଲୋଜିର ପ୍ରଫେସର ଇ. ସୁବୁଦ୍ଧି, ସିଆଇବିଆରର ସହକାରୀ ପ୍ରଫେସର ଡକ୍ଟର ମେଘା କବିରାଜ ଏବଂ ସୋଆର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ଉଭୟ ଅନୁଷ୍ଠାନର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments