ନୂଆଦିଲ୍ଲୀ, ଅଗଷ୍ଟ ୩, ୨୦୨୬: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ନାମୀ କମ୍ପାନୀ ଲଜିଟେକ (ସିକ୍ସ: ଏଲଓଜିଏନ) (ନାସ୍ଡାକ୍: ଏଲଓଜିଆଇ) ପକ୍ଷରୁ ଭାରତୀୟ ବଜାରରେ ଏହାର ନୂତନ ଏମକେ୨୫୦ (MK250) ବ୍ଲୁଟୁଥ୍ ମାଉସ ଓ କୀବୋର୍ଡ କମ୍ବୋ ଏବଂ କେ୨୫୦ (K250) ବ୍ଲୁଟୁଥ୍ କୀବୋର୍ଡର ଆନୁଷ୍ଠାନିକ ଲଂଚ ଘୋଷଣା କରାଯାଇଛି। ସୁଲଭ ମୂଲ୍ୟ, ନିର୍ଭରଯୋଗ୍ୟତା ଏବଂ ବାଧାମୁକ୍ତ ୱାୟାରଲେସ କାର୍ଯ୍ୟଦକ୍ଷତାକୁ ଏକତ୍ର କରି ପ୍ରଥମ ଥର ୱାୟାରଲେସ ଉପଭୋକ୍ତାଙ୍କ ପାଇଁ ଏହି ଆଧୁନିକ ତଥା କମ୍ପାକ୍ଟ ଟୁଲଗୁଡ଼ିକୁ ଡିଜାଇନ କରାଯାଇଛି। କାର୍ଯ୍ୟକ୍ଷେତ୍ର, ପାଠପଢ଼ା କିମ୍ବା ଦୈନନ୍ଦିନ ବ୍ୟବହାର ପାଇଁ ସହଜ ବ୍ଲୁଟୁଥ୍ କନେକ୍ଟିଭିଟି, ପରିଚିତ ଆରାମ ଏବଂ ସ୍ୱଚ୍ଛ ତଥା ମଜବୁତ୍ ନିର୍ମାଣ ଶୈଳୀ ଏହି ସିରିଜ୍ର ମୁଖ୍ୟ ଆକର୍ଷଣ।

ଏମକେ୨୫୦ କମ୍ବୋରେ କେ୨୫୦ ବ୍ଲୁଟୁଥ୍ କୀବୋର୍ଡ ସହିତ ଏମ୧୯୬ (M196) ୱାୟାରଲେସ ମାଉସକୁ ପେୟାର କରାଯାଇଛି, ଯାହା ସାରାଦିନର ଉତ୍ପାଦକତା ପାଇଁ ଏକ ସମ୍ପୂର୍ଣ୍ଣ ସେଟ୍ଅପ ପ୍ରଦାନ କରେ। ଏଥିରେ ଥିବା ଏମ୧୯୬ ମାଉସକୁ ଉଭୟ ଡାହାଣ ଓ ବାମ ହାତ ବ୍ୟବହାରକାରୀଙ୍କ ପାଇଁ ସୁବିଧାଜନକ ଭାବେ ଡିଜାଇନ କରାଯାଇଛି, ଯାହା ସହଜ ଅପ୍ଟିକାଲ ଟ୍ରାକିଙ୍ଗ ଏବଂ ଫ୍ଲୁଇଡ ଲାଇନ-ବାଏ-ଲାଇନ ସ୍କ୍ରୋଲିଙ୍ଗ ପ୍ରଦାନ କରିଥାଏ। ଏହି କମ୍ବୋର ଉଭୟ ମାଉସ ଓ କୀବୋର୍ଡ ପାଇଁ ୧୨ ମାସର ବ୍ୟାଟେରୀ ଲାଇଫ୍ ମିଳିଥାଏ। ବ୍ୟକ୍ତିଗତ ଷ୍ଟାଇଲ୍ ସହ ମେଳ ଖାଉଥିବା ଗ୍ରାଫାଇଟ, ଅଫ୍-ହ୍ୱାଇଟ ଏବଂ ରୋଜ ଭଳି ଏକାଧିକ ରଙ୍ଗ ବିକଳ୍ପରେ ଏହା ଉପଲବ୍ଧ।
ଅନ୍ୟପଟେ, କେ୨୫୦ ବ୍ଲୁଟୁଥ୍ କୀବୋର୍ଡଟି ୱିଣ୍ଡୋଜ, ମ୍ୟାକ୍ଓଏସ, କ୍ରୋମଓଏସ ଏବଂ କ୍ରୋମବୁକ (WWCB) ସହ କାର୍ଯ୍ୟ କରିବା ପାଇଁ ପ୍ରମାଣିତ। ନ୍ୟୁମେରିକ କୀପ୍ୟାଡ, ଆରୋ କୀ ଏବଂ ପ୍ରି-ଡିଫାଇନ୍ଡ ଏଫ୍-କୀ ସର୍ଟକଟ୍ସ ସହ ଏହାର ଫୁଲ୍-ଫିଚର୍ଡ ଲେଆଉଟ୍ ଦୀର୍ଘ ସମୟ ଟାଇପିଂ ପାଇଁ ଆରାମ ଦେଇଥାଏ। ଏଥିରେ ୭-ଡିଗ୍ରୀ ଟାଇପିଂ ଏଙ୍ଗେଲ ପ୍ରଦାନ କରୁଥିବା ଆଡଜଷ୍ଟେବୁଲ ଟିଲ୍ଟ ଲେଗ୍ ରହିଛି ଏବଂ କୌଣସି ଡୋଙ୍ଗଲ କିମ୍ବା ସଫ୍ଟୱେୟାର ବିନା ବ୍ଲୁଟୁଥ୍ ମାଧ୍ୟମରେ ସେକେଣ୍ଡକ ମଧ୍ୟରେ କନେକ୍ଟ ହୋଇପାରିବ। ଏହା ବ୍ୟତୀତ, ଏଥିରେ ସ୍ପିଲ-ରେଜିଷ୍ଟାଂଟ ଡିଜାଇନ୍, ରିସାଇକେଲ୍ଡ ପ୍ଲାଷ୍ଟିକର ସ୍ଥାୟୀ ନିର୍ମାଣ ଏବଂ ଗୋଟିଏ ବର୍ଷରୁ ଅଧିକ ସମୟର ବ୍ୟାଟେରୀ ଲାଇଫ୍ ମିଳିଥାଏ।

ମୂଲ୍ୟ ଓ ଉପଲବ୍ଧତା ବିଷୟରେ କହିଲେ, ଭାରତରେ Logitech MK250 Bluetooth® କମ୍ବୋର ମୂଲ୍ୟ INR 2,195 ରଖାଯାଇଥିବା ବେଳେ K250 Bluetooth® କୀବୋର୍ଡ (ଗ୍ରାଫାଇଟ ରଙ୍ଗ) INR 1,395 ମୂଲ୍ୟରେ ବଜାରରେ ଉପଲବ୍ଧ ହେବ।



