ଭୁବନେଶ୍ୱର, ୪ ଅଗଷ୍ଟ ୨୦୨୬: ଦେଶର ଛୋଟ ଛୋଟ ସହରରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ସମ୍ପତ୍ତି ସୃଷ୍ଟିର ବାଟକୁ ସହଜ କରିଦେଇଛି ଫୋନପେ ମ୍ୟୁଚୁଆଲ ଫଣ୍ଡ। ‘ସମୟ ଅପେକ୍ଷା ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ’ – ଏହି ନୀତିକୁ ନେଇ କାର୍ଯ୍ୟ କରୁଥିବା ଫୋନପେର ଦୈନିକ ଏସଆଇପି ସୁବିଧା ଶୁଭାରମ୍ଭର ମାତ୍ର ଛଅ ମାସ ମଧ୍ୟରେ ୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡ଼ିପାରିଛି। ଦିନକୁ ମାତ୍ର ₹୧୦ ରୁ ଆରମ୍ଭ ହେଉଥିବା ଏହି କ୍ଷୁଦ୍ର-ବିନିଯୋଗ ବ୍ୟବସ୍ଥା ଭାରତୀୟ ସଞ୍ଚୟକାରୀଙ୍କ ମାନସିକତାରେ ଏକ ବଡ଼ ଧରଣର ସ୍ୱଚ୍ଛ ପରିବର୍ତ୍ତନ ଆଣିଛି।
୨୦୨୫ ଡିସେମ୍ବରରେ ଆରମ୍ଭ ହୋଇଥିବା ଏହି ସୁବିଧା ୨୦୨୬ ମସିହାର ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ପ୍ରାୟ ୫ ଗୁଣ ବୃଦ୍ଧି ହାସଲ କରିଛି। ଦୈନିକ ହାରାହାରି ₹୫୦ ଟଙ୍କା ବିନିଯୋଗ ମାଧ୍ୟମରେ ସାଧାରଣ ଲୋକମାନେ ନିଜର ଦୀର୍ଘକାଳୀନ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିପାରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିନିଯୋଗ ପ୍ରକ୍ରିୟାରେ ଟାୟାର-୨, ଟାୟାର-୩ ଏବଂ ଛୋଟ ସହରଗୁଡ଼ିକରୁ ୭୭% ଯୋଗଦାନ ରହିଛି। ପ୍ରତିଦିନ ନଗଦ କାରବାର କରୁଥିବା ଦୋକାନୀ, ମର୍ଚାଣ୍ଟ ଓ ସ୍ୱୟଂ ନିୟୋଜିତ ବ୍ୟକ୍ତିମାନେ ମାସିକ ଏସଆଇପି ବଦଳରେ ନିଜ ପ୍ରତିଦିନର ରୋଜଗାରରୁ ଅଳ୍ପ ଅଳ୍ପ ବିନିଯୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ସେହିପରି ଦେଶର ଯୁବବର୍ଗ ଏହି ଅଭିଯାନରେ ଆଗରେ ରହିଛନ୍ତି। ମୋଟ ଦୈନିକ ଏସଆଇପି ନିବେଶକଙ୍କ ମଧ୍ୟରୁ ୧୮ରୁ ୨୯ ବର୍ଷ ବୟସର ଯୁବ ବିନିଯୋଗକାରୀ ୫୮% ଥିବାବେଳେ ୩୦ରୁ ୪୫ ବର୍ଷର ନିବେଶକ ୩୭% ରହିଛନ୍ତି। ବଜାରର ସ୍ୱଳ୍ପକାଳୀନ ଅସ୍ଥିରତାରୁ ସୁରକ୍ଷା, ଦୈନନ୍ଦିନ ନଗଦ ପ୍ରବାହ ସହ ସହଜ ସମନ୍ୱୟ ଏବଂ ଯେକୌଣସି ସମୟରେ ବିନା କୌଣସି ଜୋରିମାନାରେ ଏସଆଇପି ବନ୍ଦ କରିବାର ନମନୀୟତା ଯୋଗୁଁ ଏହି ସୁବିଧା ସାଧାରଣ ନିବେଶକଙ୍କ ମନ ଜିଣିପାରିଛି।
ଏହି ଆକର୍ଷଣୀୟ ଅଭିବୃଦ୍ଧି ସମ୍ପର୍କରେ ଫୋନପେ ମ୍ୟୁଚୁଆଲ ଫଣ୍ଡର ମୁଖ୍ୟ ନୀଲେଶ ଡି. ନାଏକ କହିଛନ୍ତି, “ଭାରତରେ ସମ୍ପତ୍ତି ସୃଷ୍ଟିର ଯାତ୍ରା ନିଜ ସୁବିଧା ଅନୁସାରେ ବିନିଯୋଗ କରିବାଠାରୁ ନିରନ୍ତର ବିନିଯୋଗ ଦିଗକୁ ଅଗ୍ରସର ହେଉଛି। ପ୍ରତିଟି ଭାରତୀୟଙ୍କ ପାଇଁ ସମ୍ପତ୍ତି ସୃଷ୍ଟିକୁ ଏକ ନିରବଚ୍ଛିନ୍ନ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ହେଉଛି ଫୋନପେ ମ୍ୟୁଚୁଆଲ ଫଣ୍ଡରେ ଆମର ଲକ୍ଷ୍ୟ। ଆପଣ ବିନିଯୋଗ ଆରମ୍ଭ କରୁଥିବା ଜଣେ ଯୁବ ପେଶାଦାର ହୋଇଥାନ୍ତୁ, ଦୈନନ୍ଦିନ ନଗଦ ପ୍ରବାହ ଥିବା ଜଣେ ବ୍ୟବସାୟୀ ହୋଇଥାନ୍ତୁ କିମ୍ବା ସ୍ୱଳ୍ପକାଳୀନ ବଜାର ଅସ୍ଥିରତାକୁ ଏଡାଇବାକୁ ଚାହୁଁଥିବା ଜଣେ ବ୍ୟକ୍ତିବିଶେଷ ହୋଇଥାନ୍ତୁ, ଦୈନିକ ଏସଆଇପି ସୁବିଧା ଆପଣଙ୍କ ଆର୍ଥିକ ଲକ୍ଷ୍ୟପ୍ରାପ୍ତି ନିମନ୍ତେ ଏକ ଅନୁକୂଳ ତଥା ଫଳପ୍ରଦ ମାଧ୍ୟମ ପ୍ରଦାନ କରିଥାଏ। ଆମର ଦୈନିକ ଏସଆଇପି କାରବାରରେ ଦେଖାଦେଇଥିବା ଅଭୂତପୂର୍ବ ଅଭିବୃଦ୍ଧି ବିନିଯୋଗକାରୀଙ୍କ ଆଚରଣରେ ଏକ ବ୍ୟାପକ ପରିବର୍ତ୍ତନକୁ ଦର୍ଶାଉଛି, ଯାହା ପ୍ରମାଣ କରୁଛି ଯେ ଯେତେବେଳେ କ୍ଷୁଦ୍ର ବିନିଯୋଗ ଏହିପରି ଦ୍ରୁତଗତିରେ ବିସ୍ତାରଲାଭ କରେ, ସେତେବେଳେ ବିନିଯୋଗର ପରିମାଣ ଭଳି ନିରନ୍ତରତା ମଧ୍ୟ ସମାନଭାବରେ ଶକ୍ତିଶାଳୀ ହୋଇଯାଏ।”



