ନୂଆ ଦିଲ୍ଲୀ, ୦୩ ଜୁଲାଇ, ୨୦୨୬: ଭାରତର ଅଗ୍ରଣୀ କ୍ରେଡିଟ୍ କାର୍ଡ କମ୍ପାନୀ ଏସବିଆଇ କାର୍ଡ ଏବଂ ଗୁଗଲ୍ ପେ ମିଳିତ ଭାବେ ଏକ ନୂତନ ଡିଜିଟାଲ୍ କ୍ରେଡିଟ୍ କାର୍ଡ ‘ଗୁଗଲ୍ ପେ ଫ୍ଲେକ୍ସ ଏସବିଆଇ କାର୍ଡ’ ର ଶୁଭାରମ୍ଭ କରିଛନ୍ତି। ଗ୍ରାହକମାନଙ୍କ ଦୈନନ୍ଦିନ ଖର୍ଚ୍ଚକୁ ଅଧିକ ଫଳପ୍ରଦ ଏବଂ କାରୋବାର ପ୍ରକ୍ରିୟାକୁ ସହଜ କରିବା ଲକ୍ଷ୍ୟରେ ଏହି କାର୍ଡ ପ୍ରସ୍ତୁତ କରାଯାଇଛି। ଏସବିଆଇ କାର୍ଡ ର ସୁଦୃଢ଼ ଆର୍ଥିକ ଭିତ୍ତିଭୂମି ଏବଂ ଗୁଗଲ୍ ପେ ର ବ୍ୟାପକ ଡିଜିଟାଲ୍ ସେବାକୁ ଏକତ୍ର କରି ଗ୍ରାହକଙ୍କୁ ଏକ ସୁରକ୍ଷିତ ଏବଂ ଉନ୍ନତ ପେମେଣ୍ଟ ଅଭିଜ୍ଞତା ଯୋଗାଇ ଦିଆଯାଉଛି, ଯେଉଁଥିରେ ପ୍ରତ୍ୟେକ କ୍ରୟ ପାଇଁ ତୁରନ୍ତ ରିୱାର୍ଡ ପଏଣ୍ଟ ମିଳିପାରିବ।
ଏହି କାର୍ଡ ବ୍ୟବହାରକାରୀମାନେ ନିଜର ଦୈନିକ ଖର୍ଚ୍ଚରୁ ବାର୍ଷିକ ୧୮,୦୦୦ ଯାଏଁ ଷ୍ଟାର୍ ପଏଣ୍ଟ ଅର୍ଜନ କରିପାରିବେ। ଅନଲାଇନ୍ ଏବଂ ଅଫଲାଇନ୍ ମାର୍କେଟରେ ଗ୍ରୋସରୀ, ୟୁଟିଲିଟି ବିଲ୍, ଯାତ୍ରା ବୁକିଂ ଏବଂ ସପିଂ ଭଳି ସମସ୍ତ କ୍ଷେତ୍ରରେ ଏହି ରିୱାର୍ଡ ସୁବିଧା ଉପଲବ୍ଧ। ଗ୍ରାହକମାନେ ସେମାନଙ୍କର ବଡ଼ ବକେୟା ବିଲକୁ ସହଜ ଇଏମଆଇ ରେ ମଧ୍ୟ ରୂପାନ୍ତର କରିପାରିବେ। ଗୁଗଲ୍ ପେ ଆପ୍ ମାଧ୍ୟମରେ କାର୍ଡ ପାଇଁ ଆବେଦନ, ପେମେଣ୍ଟ, ରିୱାର୍ଡ ରିଡିମ୍ ଏବଂ ଆକାଉଣ୍ଟ ପରିଚାଳନା ସମ୍ପୂର୍ଣ୍ଣ ଡିଜିଟାଲ୍ ଉପାୟରେ ସମ୍ପାଦିତ ହୋଇପାରିବ।
ଏହି କାର୍ଡ ରୂପେ ଏବଂ ଭିସା ଦୁଇଟିଯାକ ନେଟୱାର୍କରେ ମିଳୁଛି। ରୂପେ କାର୍ଡକୁ ୟୁପିଆଇ ସହିତ ଯୋଡ଼ି ଦେଶର ଲକ୍ଷ ଲକ୍ଷ ବ୍ୟବସାୟୀଙ୍କ ନିକଟରେ ସହଜରେ କାରୋବାର କରାଯାଇପାରିବ। ଏହାସହିତ ଗୁଗଲ୍ ପେ ଆପରେ କାର୍ଡକୁ ଟୋକନାଇଜ୍ କରି ଦୋକାନଗୁଡ଼ିକରେ ‘ଟ୍ୟାପ୍-ଟୁ-ପେ’ ସୁବିଧାର ଫାଇଦା ମଧ୍ୟ ନିଆଯାଇପାରିବ।

ଏହି ସହଭାଗିତା ଅବସରରେ ଏସବିଆଇ କାର୍ଡ ର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ସଲିଲ ପାଣ୍ଡେ କହିଛନ୍ତି ଯେ ଗ୍ରାହକଙ୍କ ପାଇଁ କାରୋବାରକୁ ଅଧିକ ସରଳ, ସୁଗମ ଏବଂ ସୁରକ୍ଷିତ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ, ଏବଂ ଏହି କାର୍ଡ ଦେଶର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଅନ୍ୟପଟେ, ଗୁଗଲ୍ ପେ ର ସିନିୟର ଡାଇରେକ୍ଟର ଶରଥ ବୁଲୁସୁ ପ୍ରକାଶ କରିଛନ୍ତି ଯେ ଏହି କାର୍ଡ ମାଧ୍ୟମରେ କ୍ରେଡିଟ୍ ସେବାକୁ ୟୁପିଆଇ ଭଳି ସାର୍ବଜନୀନ ଏବଂ ସହଜଲବ୍ଧ କରିବା ସହ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସେମାନଙ୍କ ଆର୍ଥିକ ନିଷ୍ପତ୍ତି ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରାଯାଉଛି।
କାର୍ଡଧାରକଙ୍କ ପାଇଁ ₹୧,୦୦୦ ମୂଲ୍ୟର ସ୍ୱାଗତ ଉପହାର ରହିଛି, ଯେଉଁଥିରେ ଗୁଗଲ୍ ପେ ମାଧ୍ୟମରେ ପ୍ରଥମ ପେମେଣ୍ଟରେ ₹୫୦୦ ଏବଂ ଯୋଗଦାନ ଫି ଦେବା ପରେ ଅତିରିକ୍ତ ₹୫୦୦ ମୂଲ୍ୟର ଷ୍ଟାର୍ ପଏଣ୍ଟ ମିଳିବ। କାର୍ଡର ବାର୍ଷିକ ଏବଂ ଯୋଗଦାନ ଫି ₹୪୯୯ (ଟ୍ୟାକ୍ସ ଅଲଗା) ରହିଥିବା ବେଳେ ବର୍ଷକୁ ₹୧,୦୦,୦୦୦ ଖର୍ଚ୍ଚ କଲେ ବାର୍ଷିକ ଫି ଛାଡ଼ ହୋଇଯିବ। ପ୍ରଥମ ଦୁଇଟି ବିଲିଂ ଚକ୍ରରେ ପ୍ରତି ₹୫୦୦ ଖର୍ଚ୍ଚରେ ୨ ଷ୍ଟାର୍, ଗୋଟିଏ ବିଲିଂ ଚକ୍ରରେ ₹୧୫,୦୦୦ ରୁ ଅଧିକ ଖର୍ଚ୍ଚ କଲେ ପ୍ରତି ₹୫୦୦ ରେ ୪ ଷ୍ଟାର୍ ଏବଂ ₹୩୦,୦୦୦ ରୁ ଅଧିକ ଖର୍ଚ୍ଚ କଲେ ପ୍ରତି ₹୫୦୦ ରେ ୮ ଷ୍ଟାର୍ ମିଳିବ। ୧ ଷ୍ଟାର୍ ର ମୂଲ୍ୟ ₹୧ ସହିତ ସମାନ, ଯାହାକୁ ଗୁଗଲ୍ ପେ ଆପରେ ୟୁପିଆଇ ପେମେଣ୍ଟ କିମ୍ବା ଭାଉଚର କ୍ରୟ ସମୟରେ ସାଙ୍ଗେ ସାଙ୍ଗେ ବ୍ୟବହାର କରାଯାଇପାରିବ।



