Homeରାଜ୍ୟ ଖବରଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀଙ୍କୁ କିଟ୍‍ ଓ କିସ୍‍ର ସମ୍ବର୍ଦ୍ଧନା: ଅଚ୍ୟୁତ ସାମନ୍ତ ଦେଲେ ୫...

ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀଙ୍କୁ କିଟ୍‍ ଓ କିସ୍‍ର ସମ୍ବର୍ଦ୍ଧନା: ଅଚ୍ୟୁତ ସାମନ୍ତ ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର

ଭୁବନେଶ୍ୱର, ୨୭ ଜୁଲାଇ: ଇଣ୍ଡିଆନ୍ ଆଇଡଲ୍ ସିଜନ୍‌-୧୬ର ମୁକୁଟ ପିନ୍ଧି ପ୍ରଥମ ଓଡ଼ିଆ ଭାବେ ଇତିହାସ ସୃଷ୍ଟି କରିଥିବା କିଟ୍‍ର ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ବିରାଟ ଶୋଭାଯାତ୍ରାରେ କ୍ୟାମ୍ପସ୍‍କୁ ନିଆଯାଇ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ସେ କିଟ୍‍ର ବିଭିନ୍ନ କ୍ୟାମ୍ପସ ଏବଂ କିସ୍‍ ପରିଦର୍ଶନ କରିବା ପରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ତାଙ୍କୁ ବିଶେଷ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟୀଙ୍କ ବାପା ଚକ୍ରଧର ନାୟକ, ମାଆ ଗୌରୀ ନାୟକ, ଓଲିଉଡ୍‍ ତାରକା ବୁଦ୍ଧାଦିତ୍ୟ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ କିଟ୍‍, କିସ୍‍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଶୁଭ ଅବସରରେ ଶ୍ରୀ ସାମନ୍ତ ଜ୍ୟୋତିର୍ମୟୀଙ୍କ ଅସାଧାରଣ ସଙ୍ଗୀତ ସାଧନା ଓ ସଫଳତା ପାଇଁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ପ୍ରଥମ ଓଡ଼ିଆ ଭାବେ ଏହି ଜାତୀୟ ପ୍ରତିଯୋଗିତା ଜିତି ସେ ସମଗ୍ର ଓଡ଼ିଶା, କିଟ୍‍, କିସ୍‍ ଓ କିମ୍ସ ପରିବାର ପାଇଁ ଅପାର ଗୌରବ ଆଣିଛନ୍ତି ବୋଲି କହିଥିଲେ। ସେହିପରି ଜ୍ୟୋତିର୍ମୟୀ ନିଜର ପ୍ରତିକ୍ରିୟାରେ କିଟ୍‍-କିସ୍‍ ପରିବାର, ଅଚ୍ୟୁତ ସାମନ୍ତ, ନିଜର ଗୁରୁ, ପିତାମାତା ଓ ବନ୍ଧୁମାନଙ୍କ ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ସମସ୍ତଙ୍କ ଭଲପାଇବା ତାଙ୍କୁ ସ୍ୱପ୍ନ ପୂରଣ କରିବାକୁ ସଦାବେଳେ ପ୍ରେରଣା ଦେଇଛି ବୋଲି ପ୍ରକାଶ କରିଥିଲେ। ଏହି ସମାରୋହରେ ସେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ସୁମଧୁର କଣ୍ଠରେ ସଂଗୀତ ପରିବେଷଣ କରିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୦ ମାସ ଧରି ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍‍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ନିଜର ଅପୂର୍ବ ସଙ୍ଗୀତ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଜ୍ୟୋତିର୍ମୟୀ ଗ୍ରାଣ୍ଡ ଫିନାଲେରେ ଚାମ୍ପିଅନ୍ ହୋଇପାରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments