Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟାଆଇଭିଏଫ୍‌ରେ କମ୍‌ ଡିମ୍ବାଣୁ ତିଆରି ହେଉଛି କି? ଜାଣନ୍ତୁ ନିମ୍ନ-ପ୍ରତିକ୍ରିୟା ଚକ୍ର ପରେ ଡାକ୍ତରମାନେ କିଭଳି...

ଆଇଭିଏଫ୍‌ରେ କମ୍‌ ଡିମ୍ବାଣୁ ତିଆରି ହେଉଛି କି? ଜାଣନ୍ତୁ ନିମ୍ନ-ପ୍ରତିକ୍ରିୟା ଚକ୍ର ପରେ ଡାକ୍ତରମାନେ କିଭଳି ବଦଳାନ୍ତି ଚିକିତ୍ସା ପଦ୍ଧତି

ଭୁବନେଶ୍ୱର, ୨୮ ଜୁଲାଇ, ୨୦୨୬: ଆଇଭିଏଫ୍ ଷ୍ଟିମୁଲେସନ୍‌ ଚାଲିଥିବା ସମୟରେ ଆଶା ଅନୁସାରେ ଡିମ୍ବାଣୁ ଗଠନ ନହେବା ବା ‘ଦୁର୍ବଳ ଡିମ୍ବାଶୟ ପ୍ରତିକ୍ରିୟା’ ଏକ ସାଧାରଣ ସମସ୍ୟା, ଯାହା ପ୍ରାୟ ୯ ରୁ ୨୫ ପ୍ରତିଶତ ମହିଳାଙ୍କଠାରେ ଦେଖାଯାଇଥାଏ । ତେବେ ଏହି ସାଇକେଲ୍‌କୁ କେବଳ ଏକ ବିଫଳତା ନଭାବି, ଏଥିରୁ ମିଳୁଥିବା ସୂଚନାକୁ ଆଧାର କରି ପରବର୍ତ୍ତୀ ଚିକିତ୍ସା ଯୋଜନା କରିବା ଉଚିତ ବୋଲି ଭୁବନେଶ୍ୱରସ୍ଥିତ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ର ବିଶେଷଜ୍ଞ ଡାକ୍ତର ଅମ୍ରିତା ନନ୍ଦ ସୂଚନା ଦେଇଛନ୍ତି ।

ଡାକ୍ତରଙ୍କ ଅନୁସାରେ, ଚିକିତ୍ସା ପୂର୍ବରୁ କରାଯାଉଥିବା ଏଏମ୍‌ଏଚ୍, ତୃତୀୟ ଦିନର ଏଫ୍‌ଏସ୍‌ଏଚ୍ ଏବଂ ଆନ୍‌ଟ୍ରାଲ୍ ଫଲିକିଲ୍ କାଉଣ୍ଟ ପରୀକ୍ଷା କେବଳ ଓଭାରିଆନ୍ ରିଜର୍ଭର ପ୍ରାରମ୍ଭିକ ଧାରଣା ଦେଇଥାଏ । କିନ୍ତୁ ପ୍ରକୃତ ଷ୍ଟିମୁଲେସନ୍ ସମୟରେ ହିଁ ଡିମ୍ବାଶୟର ବାସ୍ତବ ସ୍ଥିତି ସ୍ପଷ୍ଟ ହୋଇଥାଏ । ଫଲିକିଲ୍‌ଗୁଡ଼ିକର ବୃଦ୍ଧି ହାର, ସେଗୁଡ଼ିକର ବିକାଶ ଶୈଳୀ, ଔଷଧ ପ୍ରତି ପ୍ରତିକ୍ରିୟା, ସଂଗୃହିତ ଡିମ୍ବାଣୁ ସଂଖ୍ୟା ଏବଂ ସେଗୁଡ଼ିକର ପରିପକ୍ୱତାକୁ ଗଭୀର ଭାବେ ଅନୁଧ୍ୟାନ କରାଯାଏ । ଏହା ସହିତ ମହିଳାଙ୍କ ବୟସ, ପୂର୍ବ ଗର୍ଭାଶୟ ଅସ୍ତ୍ରୋପଚାର, ଏଣ୍ଡୋମେଟ୍ରିଓସିସ୍ ଓ ଅଟୋଇମ୍ୟୁନ୍ ସମସ୍ୟା ଭଳି କାରଣ ଯୋଗୁଁ ସମାନ ଏଏମ୍‌ଏଚ୍‌ ଥିବା ଦୁଇଜଣ ମହିଳାଙ୍କ କ୍ଷେତ୍ରରେ ବି ଭିନ୍ନ ଭିନ୍ନ ଚିକିତ୍ସା ପ୍ରୋଟୋକଲ୍ ବ୍ୟବହାର କରାଯାଏ ।

ପ୍ରଥମ ସାଇକେଲ୍‌ରେ ନିମ୍ନ ପ୍ରତିକ୍ରିୟା ଦେଖାଦେଲେ କେବଳ ଔଷଧର ମାତ୍ରା ବଢ଼ାଇବା ସବୁବେଳେ କାର୍ଯ୍ୟକାରୀ ହୋଇନଥାଏ । ଡିମ୍ବାଶୟ କେବଳ ସେହି ଚକ୍ରରେ ଉପଲବ୍ଧ ଫଲିକିଲ୍‌କୁ ହିଁ ପ୍ରତିକ୍ରିୟା ଦିଏ, ତେଣୁ ଅତ୍ୟଧିକ ଔଷଧ ଦ୍ୱାରା ଡିମ୍ବାଣୁ ସଂଖ୍ୟା କିମ୍ବା ଆଇଭିଏଫ୍ ସଫଳତା ବୃଦ୍ଧି ପାଏନାହିଁ । ଏହି କାରଣରୁ ଡାକ୍ତରମାନେ ପରବର୍ତ୍ତୀ ସାଇକେଲ୍‌ରେ ଔଷଧର ଏକ ଭିନ୍ନ ସଂଯୋଜନା ପ୍ରୟୋଗ କରନ୍ତି ।

ଏଥିପାଇଁ ଆଣ୍ଟାଗୋନିଷ୍ଟ ବଦଳରେ ଫ୍ଲେୟାର-ଅପ୍ ପ୍ରୋଟୋକଲ୍ ଆପଣାଯାଇପାରେ । ସେହିପରି ସାଧାରଣ ଋତୁସ୍ରାବ ଦିନଗୁଡ଼ିକ ପରିବର୍ତ୍ତେ ଚକ୍ରର ଦ୍ୱିତୀୟାର୍ଦ୍ଧରେ ‘ଲ୍ୟୁଟିଅଲ୍-ଫେଜ୍ ଷ୍ଟିମୁଲେସନ୍’ ଦିଆଯାଇପାରେ, ଯାହା ବିଶେଷ କରି ଏଗ୍ ବା ଏମ୍ବ୍ରିଓ ଫ୍ରିଜିଂ ପାଇଁ ଉପଯୋଗୀ । ରିଜର୍ଭ ବହୁତ କମ୍ ଥିଲେ, ଏକାଧିକ ସାଇକେଲ୍‌ରୁ ଭ୍ରୂଣ ସଂଗ୍ରହ କରି ‘ଏମ୍ବ୍ରିଓ ପୁଲିଂ’, ଗୋଟିଏ ଫଲିକିଲ୍ ପାଇଁ ‘ନ୍ୟାଚୁରାଲ୍-ସାଇକେଲ୍ ଆଇଭିଏଫ୍’ କିମ୍ବା ଆବଶ୍ୟକ ସ୍ଥଳେ ‘ଡୋନର୍ ଏଗ୍ସ’ର ପରାମର୍ଶ ଦିଆଯାଏ । ତେବେ ପ୍ରତ୍ୟେକ ଦମ୍ପତି ଆଗାମୀ ସାଇକେଲ୍ ଆରମ୍ଭ କରିବା ପୂର୍ବରୁ ସେମାନଙ୍କର ନିର୍ଦ୍ଦିଷ୍ଟ ଶରୀର ଓ ଚିକିତ୍ସା ଇତିହାସ ଅନୁଯାୟୀ ଏହି ପରିବର୍ତ୍ତନଗୁଡ଼ିକୁ ବିଶେଷଜ୍ଞଙ୍କ ସହ ସ୍ପଷ୍ଟ ଭାବେ ଆଲୋଚନା କରିବା ଜରୁରୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments