Homeରାଜ୍ୟ ଖବରଶ୍ରୀବାଣୀକ୍ଷେତ୍ରରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ: ମହିଳାମାନେ ଟାଣିଲେ ମା’ ସୁଭଦ୍ରାଙ୍କ ରଥ, ଆସନ୍ତାକାଲି ମହାପ୍ରଭୁଙ୍କ...

ଶ୍ରୀବାଣୀକ୍ଷେତ୍ରରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ: ମହିଳାମାନେ ଟାଣିଲେ ମା’ ସୁଭଦ୍ରାଙ୍କ ରଥ, ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ

ଭୁବନେଶ୍ୱର, ୨୪ ଜୁଲାଇ: ଦୀର୍ଘ ନଅ ଦିନର ଗୁଣ୍ଡିଚା ଘର ଯାତ୍ରା ଶେଷ କରି ଶ୍ରୀବାଣୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ସମ୍ପାଦିତ ହୋଇଯାଇଛି। ପୂର୍ବାହ୍ନ ସମୟରେ ମଙ୍ଗଳ ଆରତୀ, ମଙ୍ଗଳମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଏବଂ ପହଣ୍ଡି ବିଜେ ପରି ପ୍ରମୁଖ ନୀତିକାନ୍ତି ଶାସ୍ତ୍ରୀୟ ପରମ୍ପରା ଅନୁସାରେ ଶେଷ ହେବା ପରେ, ଅପରାହ୍ନ ୩ଟାରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ।

ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା, ଯେଉଁଥିରେ ଶ୍ରୀବାଣୀକ୍ଷେତ୍ରର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ ମାତା ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ଶ୍ରଦ୍ଧାଳୁମାନେ ଟାଣି ନେଇଥିଲେ। ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଏହି ଯାତ୍ରାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗଦେଇ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥକୁ ଟାଣିବା ସହ ଶ୍ରୀଜୀଉଙ୍କ ଦୈବୀ ଆଶୀର୍ବାଦ ଲାଭ କରିଥିଲେ। ଘଣ୍ଟ, ମର୍ଦ୍ଦଳ ଓ ହୁଳହୁଳି ଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଥିବା ବେଳେ ବାହୁଡ଼ା ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଅତି ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କିସ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ବ୍ୟବସ୍ଥା କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments