ପୁରୀ/ଭୁବନେଶ୍ୱର, ୨୪ ଜୁଲାଇ, ୨୦୨୬: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ୨୦୨୬ ଅବସରରେ ଭକ୍ତମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ପାଇଁ ଆଗେଇ ଆସିଛି ସିପ୍ଲା ହେଲଥ୍ ଲିମିଟେଡ୍। ନଅ ଦିନ ଧରି ଚାଲିବାକୁ ଥିବା ଏହି ପବିତ୍ର ଉତ୍ସବରେ ପ୍ରାୟ ୮୫,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଶାରୀରିକ ଯନ୍ତ୍ରଣାରୁ ଉପଶମ ଏବଂ ନିର୍ଜଳନରୁ ରକ୍ଷା କରିବା ପାଇଁ କମ୍ପାନୀ ତାର ଦୁଇଟି ଅଗ୍ରଣୀ ବ୍ରାଣ୍ଡ୍ ‘ଓମ୍ନିଜେଲ୍’ ଏବଂ ‘ପ୍ରୋଲାଇଟ୍ ଓଆରଏସ୍’ ମାଧ୍ୟମରେ ସ୍ୱେଚ୍ଛାକୃତ ସେବା କ୍ୟାମ୍ପ୍ ଆୟୋଜନ କରିଛି। ବୃହତ୍ ଗୋଷ୍ଠୀ ସମାବେଶଗୁଡ଼ିକରେ ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସମାଧାନ ସହଜରେ ଉପଲବ୍ଧ କରାଇବା ପ୍ରତି ସିପ୍ଲାର ଯେଉଁ ନିରବଚ୍ଛିନ୍ନ ନିଷ୍ଠା ରହିଛି, ଏହା ତାହାର ପ୍ରମାଣ ଦିଏ।
ଜଗନ୍ନାଥ ରଥଯାତ୍ରା ଭାରତର ସବୁଠାରୁ ଆଧ୍ୟାତ୍ମିକ ଓ ଗୁରୁତ୍ୱପୂର୍ଣ୍ଣ ଉତ୍ସବଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ତେବେ ଦୀର୍ଘ ସମୟ ଧରି ଖୋଲା ଆକାଶ ତଳେ ଚାଲିବା, ଠିଆ ହେବା ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭକ୍ତମାନେ ଶାରୀରିକ କ୍ଲାନ୍ତି ଓ ଜଳାଭାବ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଭକ୍ତଙ୍କ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ ଆବଶ୍ୟକତାକୁ ଅନୁଭବ କରି ସିପ୍ଲା ହେଲଥ୍ ପକ୍ଷରୁ ସେମାନଙ୍କର ଏହି ପବିତ୍ର ଆଧ୍ୟାତ୍ମିକ ଯାତ୍ରାକୁ ଅଧିକ ସୁଖଦ ଓ ନିରାମୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହି ସେବା ଅଭିଯାନ ଅନ୍ତର୍ଗତ, ‘ପ୍ରୋଲାଇଟ୍ ଓଆରଏସ୍’ ପକ୍ଷରୁ ସମଗ୍ର ଉତ୍ସବ ସମୟରେ କାର୍ଯ୍ୟକ୍ଷମ ରହିବା ପାଇଁ ଏକ ସମର୍ପିତ ହାଇଡ୍ରେସନ୍ ଷ୍ଟଲ୍ ପ୍ରତିଷ୍ଠା କରାଯାଇଛି। ଏହି ଆକ୍ଟିଭେସନ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୭୦,୦୦୦ରୁ ଅଧିକ ପ୍ରୋଲାଇଟ୍ ଓଆରଏସ୍ ୟୁନିଟ୍ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇସାରିଛି। ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରଖିବା ଏବଂ କ୍ଲାନ୍ତି ଦୂର କରିବା ପାଇଁ ଏହି ଓଆରଏସ୍ ବହୁତ ସହାୟକ ପ୍ରମାଣିତ ହେଉଛି।
ସେହିପରି ଦୀର୍ଘ ପଥ ଅତିକ୍ରମ କରିବା ଯୋଗୁଁ ଯେଉଁ ଭକ୍ତମାନେ ମାଂସପେଶୀ ବିନ୍ଧାବିନ୍ଧି, ଗୋଡ଼ ଯନ୍ତ୍ରଣା ଏବଂ ଶାରୀରିକ କ୍ଲାନ୍ତି ଅନୁଭବ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ପାଇଁ ‘ଓମ୍ନିଜେଲ୍’ ପକ୍ଷରୁ ଏକ ବିଶେଷ ସେବା ଷ୍ଟଲ୍ ପ୍ରତିଷ୍ଠା କରାଯାଇଛି। ବ୍ରାଣ୍ଡର ଆପ୍ତବାକ୍ୟ ‘ଆପକି ଭକ୍ତି କୋ ଦର୍ଦ କି ନଜର ନା ଲଗେ’ ରୁ ପ୍ରେରଣା ନେଇ ଓମ୍ନିଜେଲ୍ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏହାପୂର୍ବରୁ କୁମ୍ଭମେଳା, କାନ୍ୱାର ଯାତ୍ରା ଏବଂ ରଥଯାତ୍ରାର ଗତ ସଂସ୍କରଣଗୁଡ଼ିକରେ ମଧ୍ୟ ଓମ୍ନିଜେଲ୍ ସଫଳତାର ସହ ଏହିପରି ସେବା ଯୋଗାଇ ଆସିଛି।
ସାମୂହିକ ସୁସ୍ଥତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସିପ୍ଲାର ୱାନ୍ ଇଣ୍ଡିଆ ବିଜନେସ୍ର ସିଇଓ ଶ୍ରୀ ଶିବମ୍ ପୁରୀ କହିଛନ୍ତି, “ଭାରତର ଆସ୍ଥା ଓ ଭକ୍ତି-ଆଧାରିତ ମହାସମାବେଶଗୁଡ଼ିକ ଏକତାର ଏକ ବଡ଼ ସଙ୍କେତ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ। ଏଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସିପ୍ଲା ହେଲଥ୍ରେ ଆମେ ପ୍ରତ୍ୟେକ ତୀର୍ଥଯାତ୍ରାକୁ କେବଳ ଏକ ଆଧ୍ୟାତ୍ମିକ ଅନୁଭୂତି ନୁହେଁ, ବରଂ ଏକ ଶାରୀରିକ ଯାତ୍ରା ଭାବେ ମଧ୍ୟ ଗ୍ରହଣ କରୁ। ଭକ୍ତମାନଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବୁଝି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ। ଆମର ଏହି ପ୍ରୟାସ ଦ୍ୱାରା ଭକ୍ତମାନେ ଶାରୀରିକ କଷ୍ଟରୁ ମୁକ୍ତ ହୋଇ ସେମାନଙ୍କର ଆଧ୍ୟାତ୍ମିକ ସାଧନା ଓ ଦର୍ଶନରେ ସମ୍ପୂର୍ଣ୍ଣ ମନୋନିବେଶ କରିପାରିବେ।”
ସିପ୍ଲା ହେଲଥ୍ର ଏହି ପ୍ରୟାସ ପ୍ରମାଣିତ କରେ ଯେ, ଲୋକଙ୍କ ଆସ୍ଥା ଓ ଅନୁଭୂତିକୁ ସୁଗମ ଓ ଆରାମଦାୟକ କରିବାରେ ପ୍ରାସଙ୍ଗିକ ସ୍ୱାସ୍ଥ୍ୟସେବାର ଏକ ପ୍ରମୁଖ ଭୂମିକା ରହିଛି।



