ପୁରୀ / ଭୁବନେଶ୍ୱର, ୨୧ ଜୁଲାଇ ୨୦୨୬: ଶ୍ରୀକ୍ଷେତ୍ରର ପବିତ୍ର ରଥଯାତ୍ରା ସହ ନିଜର ଦୀର୍ଘଦିନର ସାଂସ୍କୃତିକ ଆତ୍ମୀୟତାକୁ ଆଉ ଗୋଟିଏ ପାହାଚ ଆଗକୁ ନେଇଛି ଦେଶର ଶୀର୍ଷ ପ୍ୟାକେଜଡ୍ ଅଟା ବ୍ରାଣ୍ଡ୍ ‘ଆଶୀର୍ବାଦ’ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣର ମୁଖ୍ୟ ଶିଳ୍ପୀ ‘ବିଶ୍ୱକର୍ମା ମହାରଣା ସମୁଦାୟ’ଙ୍କ ବଂଶାନୁକ୍ରମିକ ନିଷ୍ଠା ଓ ନିଖୁଣ କାରିଗରୀକୁ ସମ୍ମାନ ଜଣାଇ ବ୍ରାଣ୍ଡ୍ ପକ୍ଷରୁ ଏକ ଅଭିନବ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଗୁଣାତ୍ମକ ପରମ୍ପରା’ର ଶୁଭାରମ୍ଭ କରାଯାଇଛି । ପିଢ଼ି ପରେ ପିଢ଼ି ଧରି ଅତୁଟ ରହିଥିବା ଏହି କୁଶଳତା ଓ କାରିଗରୀର ମହାନତାକୁ ପାଳନ କରିବା ସହ ନିଜର ‘କ୍ୱାଲିଟି କି ଗ୍ୟାରେଣ୍ଟି’ ପ୍ରତିଶ୍ରୁତିକୁ ଆଶୀର୍ବାଦ ସମସ୍ତଙ୍କ ସାମ୍ନାରେ ଜୀବନ୍ତ ଭାବେ ଉପସ୍ଥାପନ କରିଛି ।
ଓଡ଼ିଶାର ଶତାବ୍ଦୀ ପୁରାତନ ଐତିହ୍ୟରେ ସମୃଦ୍ଧ ଏହି ଅନୁଭୂତି ରଥ ନିର୍ମାଣର ପବିତ୍ର ଶିଳ୍ପକଳାରୁ ପ୍ରେରଣା ଲାଭ କରିଛି । ପ୍ରତିବର୍ଷ ବିଶ୍ୱକର୍ମା ମହାରଣାମାନଙ୍କ ଅସାଧାରଣ ଉତ୍ସର୍ଗୀକୃତ ଭାବ ଯୋଗୁଁ ରଥ ନିର୍ମାଣର ପରମ୍ପରା ସୁରକ୍ଷିତ ହୋଇ ରହିଆସିଛି । ଗୁଣବତ୍ତା ଓ ନିଖୁଣତା ପ୍ରତି ସେମାନଙ୍କର ଏହି ନିଷ୍ଠା ଆଶୀର୍ବାଦର କୋଟି କୋଟି ଭାରତୀୟ ପରିବାରକୁ ଶ୍ରେଷ୍ଠ ଗୁଣବତ୍ତା ଯୋଗାଇଦେବାର ସଙ୍କଳ୍ପ ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ଏହି କାର୍ଯ୍ୟକ୍ରମରେ ରଥ ଚକ ଏବଂ ପାରମ୍ପରିକ ପଥର ଚକ୍କି ମଧ୍ୟରେ ଥିବା ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କକୁ ଦର୍ଶାଯାଇଛି, ଯେଉଁଥିରେ ଗୋଟିଏ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାର ବାହକ ହୋଇଥିବା ବେଳେ ଅନ୍ୟଟି ପରିବାରଗୁଡ଼ିକର ଗୁଣାତ୍ମକ ପରିପୋଷଣର ପ୍ରତୀକ ସାଜିଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଉପସ୍ଥିତିରେ ଏହି ସାଂସ୍କୃତିକ ଆୟୋଜନର ଉଦ୍ଘାଟନ ହୋଇଥିଲା । ସେ ବିଶ୍ୱକର୍ମା ମହାରଣା ସମୁଦାୟ ଓ ଭକ୍ତମାନଙ୍କ ସହ ସୀଧାସଳଖ ଭାବବିନିମୟ କରିବା ସହ ଏହି ସ୍ୱଶ୍ରଦ୍ଧ ସ୍ଥାପନାର ଅନୁଭୂତି ନେଇଥିଲେ । ନିଜର ଭାବବ୍ୟକ୍ତ କରି ଏଲିନା କହିଥିଲେ ଯେ, ଦେଶର ନିୟୁତ ନିୟୁତ ପରିବାରର ବିଶ୍ୱାସ ଜିତିପାରିଥିବା ଆଶୀର୍ବାଦ ଭଳି ଗୁଣାତ୍ମକ ବ୍ରାଣ୍ଡ୍ ସହ ଯୋଡ଼ିହେବା ଅତ୍ୟନ୍ତ ଆନନ୍ଦର ବିଷୟ । ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ରଥ ଶିଳ୍ପୀଙ୍କ ଅତୁଲନୀୟ ଶିଳ୍ପକଳାକୁ ସମ୍ମାନ ଜଣାଉଥିବା ଏହି ‘ଗୁଣାତ୍ମକ ପରମ୍ପରା’ ଅଭିଯାନ ସତରେ ହୃଦୟସ୍ପର୍ଶୀ ହୋଇଛି ।
ଆଇଟିସି ଲିମିଟେଡର ଫୁଡ୍ସ ଡିଭିଜନ (ଷ୍ଟାପଲସ ବ୍ୟବସାୟ)ର ଚିଫ୍ ଏକ୍ଜିକ୍ୟୁଟିଭ୍ ଶ୍ରୀ ଅନୁଜ ରୁସ୍ତଗୀ ଏହି ପ୍ରୟାସ ସମ୍ପର୍କରେ କହିଛନ୍ତି ଯେ, ଆଶୀର୍ବାଦ ସଦାସର୍ବଦା ବିଶ୍ୱାସ, ଗୁଣବତ୍ତା ଓ ପରିପୋଷଣର ପ୍ରତୀକ ହୋଇ ରହିଛି । ‘ଗୁଣାତ୍ମକ ପରମ୍ପରା’ ଜରିଆରେ ବିଶ୍ୱକର୍ମା ମହାରଣା ସମୁଦାୟଙ୍କ ପବିତ୍ର ସେବା ଓ ନିଖୁଣ କାରିଗରୀକୁ ସମ୍ମାନିତ କରିବା ଆମ ପାଇଁ ଗୌରବର ବିଷୟ । ସେମାନଙ୍କର ଏହି ନିଷ୍ଠାରୁ ପ୍ରେରଣା ନେଇ ଆଶୀର୍ବାଦ ନିଜର ‘କ୍ୱାଲିଟି କି ଗ୍ୟାରେଣ୍ଟି’ ପ୍ରତିଶ୍ରୁତିକୁ ଅଧିକ ସୁଦୃଢ଼ କରୁଛି ।
ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାତ୍ମିକତା ସହ ଯୋଡ଼ିବା ପାଇଁ ଏଠାରେ ଏକ ୩୬୦-ଡିଗ୍ରୀ ହେମିସ୍ପିୟରିକ ପ୍ରୋଜେକ୍ସନ ଡୋମ୍ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ରଥ ନିର୍ମାଣର ନୈସର୍ଗିକ ଯାତ୍ରା ଓ କାରିଗରଙ୍କ କାହାଣୀ ପ୍ରଦର୍ଶିତ ହେଉଛି । ପରିଦର୍ଶକମାନେ ରଥ ସୃଷ୍ଟିରେ ପ୍ରତୀକାତ୍ମକ ଯୋଗଦାନ ଦେବା ପରେ ଗୁଣାତ୍ମକ ପରମ୍ପରା ମାଧ୍ୟମରେ ମହାପ୍ରଭୁଙ୍କ କରୁଣାମୟ ଆଖିକୁ ଦର୍ଶନ କରିବା ସହ ‘ଜୟ ଜଗନ୍ନାଥ’ ଧ୍ୱନିର ଆଧ୍ୟାତ୍ମିକ ଅନୁଭବ ଲାଭ କରୁଛନ୍ତି । ଏହି ବିଶେଷ ଆୟୋଜନ ମାଧ୍ୟମରେ ଆଶୀର୍ବାଦ ଓଡ଼ିଶାର ମାଟି ଓ ଜନସାଧାରଣଙ୍କ ସହ ନିଜର ନିବିଡ଼ ସମ୍ପର୍କକୁ ପୁଣି ଥରେ ଦୋହରାଇଛି ।



