Homeଶିକ୍ଷାପ୍ଲାଷ୍ଟିନେସନ୍ ଉପରେ ସୋଆ ପ୍ରଫେସର ଡାକ୍ତର ଶିଶିର କୁମାରଙ୍କ ପୁସ୍ତକ ଉନ୍ମୋଚିତ

ପ୍ଲାଷ୍ଟିନେସନ୍ ଉପରେ ସୋଆ ପ୍ରଫେସର ଡାକ୍ତର ଶିଶିର କୁମାରଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ଜୁଲାଇ ୨୦: ମାନବ ଶରୀର ସଂରକ୍ଷଣ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ‘ପ୍ରିଜର୍ଭିଂ ଆନାଟୋମି : ଦି ୱାର୍ଲ୍ଡ ଅଫ୍ ପ୍ଲାଷ୍ଟିନେସନ୍’ ନାମକ ଏକ ପ୍ରମୁଖ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚିତ ହୋଇଛି। ସୋଆ ସଞ୍ଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆନାଟୋମି ବିଭାଗ ପ୍ରଫେସର ଡାକ୍ତର ଶିଶିର କୁମାରଙ୍କ ଦ୍ୱାରା ରଚିତ ଏହି ଗ୍ରନ୍ଥରେ ପ୍ଲାଷ୍ଟିନେସନ୍‌ର ପ୍ରାୟୋଗିକ କୌଶଳ, ବୈଜ୍ଞାନିକ ପ୍ରଣାଳୀ, ମେଡିକାଲ୍ ଶିକ୍ଷାଦାନ ଓ ଗବେଷଣାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଛି। ମେଡିକାଲ୍ ପଢ଼ୁଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଏବଂ ଶରୀର ବିଜ୍ଞାନ କ୍ଷେତ୍ରର ବିଶେଷଜ୍ଞଙ୍କ ପାଇଁ ଏହି ବହିଟି ଏକ ପ୍ରାମାଣିକ ଓ ଅତ୍ୟାବଶ୍ୟକ ସନ୍ଦର୍ଭ ଗ୍ରନ୍ଥ ସାବ୍ୟସ୍ତ ହେବ ବୋଲି ପ୍ରଫେସର ନାୟକ ମତ ପ୍ରକାଶ କରିଛନ୍ତି।

ଏହି ପୁସ୍ତକର ବିଶେଷ ଅଧ୍ୟାୟ ‘ରିସର୍ଚ୍ଚ ଆପ୍ଲିକେସନ୍ ଅଫ୍ ପ୍ଲାଷ୍ଟିନେସନ୍’କୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ରିପ୍ରୋଡକ୍ଟିଭ୍ ମେଡିସିନ୍ ଆଣ୍ଡ ସର୍ଜରୀ ବିଭାଗ ପ୍ରମୁଖ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ଲେଖିଛନ୍ତି, ଯେଉଁଥିରେ ଏହି ଆଧୁନିକ ପ୍ରଯୁକ୍ତିର ବିବିଧ ଗବେଷଣାତ୍ମକ ଦିଗ ଉପରେ ଆଲୋକପାତ କରାଯାଇଛି। ପ୍ରକାଶଥାଉ କି, ଡାକ୍ତର ଶିଶିର କୁମାର ଜର୍ମାନୀର ହାଇଡେଲବର୍ଗସ୍ଥିତ ‘ବାୟୋଡୁର ଜିଏମ୍‌ବିଏଚ୍ ସେଣ୍ଟର ଫର୍ ପ୍ଲାଷ୍ଟିନେସନ୍’ରୁ ଉଚ୍ଚତର ତାଲିମ ନେବା ସହ ଏହି ବିଜ୍ଞାନର ଜନକ ଡା. ଗୁନ୍ଥର ଭନ୍ ହାଗେନ୍ସଙ୍କ ପ୍ରତ୍ୟକ୍ଷ ସହଯୋଗୀମାନଙ୍କଠାରୁ ଗବେଷଣାତ୍ମକ ଶିକ୍ଷା ଗ୍ରହଣ କରିଛନ୍ତି। ଏହି ଉନ୍ମୋଚନ ଉତ୍ସବରେ ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ (କ୍ୟାମ୍ପସ–୩, ବ୍ରହ୍ମପୁର)ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଫେସରମାନେ ସାମିଲ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments