Homeବାଣିଜ୍ୟସନ୍‌ଫିଷ୍ଟ ମାରୀ ଲାଇଟ୍‌ର ‘ସୂର୍ଯ୍ୟ ବରଦାନ’: ପୁରୀ ରଥଯାତ୍ରାରେ ଭିଟାମିନ୍ ଡି’ ସଚେତନତା ନେଇ ୨-ମିନିଟ୍‌...

ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ‘ସୂର୍ଯ୍ୟ ବରଦାନ’: ପୁରୀ ରଥଯାତ୍ରାରେ ଭିଟାମିନ୍ ଡି’ ସଚେତନତା ନେଇ ୨-ମିନିଟ୍‌ ଆବଶ୍ୟକତା ଯାଞ୍ଚ ଅଭିଯାନ

ଭୁବନେଶ୍ୱର / ପୁରୀ, ୨୧ ଜୁଲାଇ ୨୦୨୬: ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ଭିଟାମିନ ଡି’ର ଅଭାବ ପ୍ରଭାବିତ କରିଚାଲିଛି, ଯାହା ଅନେକ ସମୟରେ ସୀମିତ ସଚେତନତା କାରଣରୁ ଜଣାପଡୁନାହିଁ। ଓଡ଼ିଶାର ସଂସ୍କୃତି ସହିତ ଏହାର ଅର୍ଥପୂର୍ଣ୍ଣ ସଂପୃକ୍ତିକୁ ଜାରି ରଖି ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଏକ ଭିଟାମିନ ଡି’ ସଚେତନତା ପ୍ରୟାସ ‘ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ’ ଆରମ୍ଭ କରିଛି। ଏହି ପ୍ରୟାସ ସୂର୍ଯ୍ୟଙ୍କ ସହିତ ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ଦୀର୍ଘକାଳୀନ ସମ୍ପର୍କ ଏବଂ “ଭିଟାମିନ ଡି’ର ଉତ୍ତମତା” ବିଷୟ ଆଧାରରେ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ଅନ୍ୟତମ ସର୍ବବୃହତ ସାଂସ୍କୃତିକ ସମାବେଶ ଭାବରେ ପୁରୀ ରଥ ଯାତ୍ରା ଭିଟାମିନ ଡି’ ସମ୍ପର୍କରେ ପରିମାଣାତ୍ମକ ଭାବରେ ଏହାର ବାର୍ତ୍ତା ପ୍ରସାର କରିବାରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌କୁ ଏକ ଶକ୍ତିଶାଳୀ ମଞ୍ଚ ଯୋଗାଇ ଦେଇଥିଲା। ‘ହର୍‌ କିରନ୍‌ ମେଁ ଛୁପା ହୈ ଭିଟାମିନ ଡି କା ବରଦାନ’ (ପ୍ରତ୍ୟେକ କିରଣରେ ଲୁଚି ରହିଛି ଭିଟାମିନ ଡି’ର ବରଦାନ) ଚିନ୍ତନକୁ ନେଇ ଏହି ବ୍ରାଣ୍ଡ୍‌ ଭକ୍ତଗଣ ଓ ସେମାନଙ୍କ ପରିବାରବର୍ଗଙ୍କୁ ଭିଟାମିନ ଡି’ ଆବଶ୍ୟକତା ସମ୍ପର୍କରେ ଅଧିକ ସଚେତନ ହେବାକୁ ଉତ୍ସାହିତ କରିଥିଲା।

ଏହି ପ୍ରଚାର ଅଭିଯାନ ସ୍ଥଳଭାଗ ଓ ଅନ୍‌ଲାଇନ ଉପସ୍ଥିତି ଜରିଆରେ ମଜଭୁତ ଭାବରେ ପ୍ରଦର୍ଶିତ ହୋଇଥିଲା। ପୁରୀ ରଥ ଯାତ୍ରାରେ ସୂର୍ଯ୍ୟ ସହାୟକଗଣ ଭକ୍ତଙ୍କ ସହିତ ଭାବ ବିନିମୟ କରିବା ସହିତ ସେମାନଙ୍କୁ ୨- ମିନିଟର ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଆଡକୁ ଅଗ୍ରସର କରାଇଥିଲେ ଏବଂ ଭିଟାମିନ ଡି’ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରିଥିଲେ। ବଛା ବଛା ଅଂଶଗ୍ରହଣକାରୀଙ୍କୁ ମଧ୍ୟ ମାଗଣାରେ ଭିଟାମିନ ଡି’ ଡାକ୍ତରୀ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସଚେତନତା ପ୍ରୟାସକୁ ଅର୍ଥପୂର୍ଣ୍ଣ କାର୍ଯ୍ୟକାରିତାରେ ରୂପାନ୍ତରିତ କରିଥିଲା। ଏହି ପ୍ରଚାର ଅଭିଯାନ ଅନ୍‌ଲାଇନରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା, ଯେଉଁଥିରେ ଉପଭୋକ୍ତାମାନେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା, ଘର ବାହାରେ ନିୟମିତ କାର୍ଯ୍ୟ ଏବଂ ଭିଟାମିନ ଡି’ ସଚେତନତାକୁ ନେଇ ସରଳ ଆଚରଣଗତ ପ୍ରଶ୍ନଗୁଡିକର ଉତ୍ତର ଦେଇ ହ୍ୱାଟସ୍‌ଆପ ଭିତ୍ତିକ ପରୀକ୍ଷା ଦେଇଥିଲେ।

ଆଇଟିସି ଲିମିଟେଡର ବିସ୍କୁଟସ୍‌, ଫୁଡ୍‌ସ୍‌ ଡିଭିଜନ ଭିପି ଓ ହେଡ୍‌ ଅଫ ମାର୍କେଟିଂ ଶ୍ରୀ ସୁରଜ କାଠୁରିଆ କହିଥିଲେ ଯେ ସୂର୍ଯ୍ୟ ସହିତ ଓଡ଼ିଶାର ସ୍ଥାୟୀ ସମ୍ପର୍କ ଭିଟାମିନ ଡି’କୁ ନେଇ ଆଲୋଚନା ଆଗେଇନେବା ନିମନ୍ତେ ଆମକୁ ଏକ ଅର୍ଥପୂର୍ଣ୍ଣ ଆରମ୍ଭ ବିନ୍ଦୁ ଯୋଗାଇ ଦେଇଥିଲା। ସୂର୍ଯ୍ୟ ବରଦାନ ଜରିଆରେ ଭିଟାମିନ ଡି ସଚେତନତାକୁ ଗ୍ରାହକମାନଙ୍କ ନିମନ୍ତେ ସରଳ ଓ ଉପଯୋଗୀ କରି ଗଢିତୋଳିବା ଆମର ପ୍ରୟାସ ହୋଇଛି। ପ୍ରଯୁକ୍ତି, ଗୋଷ୍ଠୀ ନିୟୋଜନତା ଏବଂ ରଥ ଯାତ୍ରାର ପରିମାଣାତ୍ମକ ଦିଗର ସମ୍ମିଶ୍ରଣ କରି ଆମେ ଜନସାଧାରଣଙ୍କୁ ସେମାନଙ୍କର ଭିଟାମିନ ଡି’ ଆବଶ୍ୟକତା ସମ୍ପର୍କରେ ଅଧିକ ଭଲ ଭାବରେ ବୁଝିବା ଏବଂ ସୂର୍ଯ୍ୟ କିରଣରେ ସମୟ ବିତାଇବା ତଥା ଭିଟାମିନ ଡି’ ଥିବା ସନ୍‌ଫିଷ୍ଟ ମାରୀ ଲାଇଟ୍‌କୁ ସେମାନଙ୍କ ପ୍ରତ୍ୟେକ ଦିନ ଚା’ପାନ ସମୟରେ ଏକ ଅଂଶ କରିବା ଭଳି ସେମାନଙ୍କର କଲ୍ୟାଣ ଦିଗରେ ସୂଚିତ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲୁ।

ଖ୍ୟାତିସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଓଡ଼ିଶାରେ ବ୍ରାଣ୍ଡ୍‌ର ଆମ୍ବାସାଡର ଅର୍ଚ୍ଚିତା ସାହୁ କହିଥିଲେ ଯେ ଜଣେ ଓଡ଼ିଆ ଭାବରେ ରଥ ଯାତ୍ରା ମୋ ହୃଦୟର ଅତି ନିକଟତର। ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ସୂର୍ଯ୍ୟ ବରଦାନ ପ୍ରୟାସର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଖୁସି ଅଛି, ଯାହା ଜନସାଧାରଣଙ୍କୁ ସେମାନଙ୍କର ଭିଟାମିନ ଡି’ ଆବଶ୍ୟକତା ବୁଝିବାରେ ଉତ୍ସାହିତ କରିଛି। ପ୍ରତ୍ୟେକ ବ୍ୟକ୍ତି ଏହି ୨- ମିନିଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ କରାଇବାକୁ ମୁଁ ନିବେଦନ କରୁଛି। ସୂର୍ଯ୍ୟ ବରଦାନର ଦ୍ୱିତୀୟ ସଂସ୍କରଣ ସହିତ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଉପଭୋକ୍ତା ସଚେତନତା ନିମନ୍ତେ ସାଂସ୍କୃତିକ ମୁହୂର୍ତ୍ତଗୁଡିକୁ କିଭଳି ଅର୍ଥପୂର୍ଣ୍ଣ ମଞ୍ଚ ଭାବରେ ବ୍ରାଣ୍ଡ୍‌ଗୁଡିକ ରୂପାନ୍ତରିତ କରିପାରିବେ ତାହା ପ୍ରଦର୍ଶନ କରିବା ଜାରି ରଖିବା ସହିତ ଓଡ଼ିଶା ସହିତ ଏହାର ସମ୍ପର୍କକୁ ସୁଦୃଢ କରୁଛି ଏବଂ ସେହି ସମୟରେ ଭିଟାମିନ ଡି’ ଓ ଦୈନନ୍ଦିନ ସୁସ୍ଥତାକୁ ନେଇ ସଚେତନତାକୁ ଉତ୍ସାହିତ କରୁଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments