Homeବାଣିଜ୍ୟରଥଯାତ୍ରା ୨୦୨୬: ମୋଶନ ସେନ୍ସିଙ୍ଗ ଟେକ୍ନୋଲୋଜି ସହ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ‘ଭକ୍ତି ର...

ରଥଯାତ୍ରା ୨୦୨୬: ମୋଶନ ସେନ୍ସିଙ୍ଗ ଟେକ୍ନୋଲୋଜି ସହ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ‘ଭକ୍ତି ର ଡୋରୀ’ କ୍ୟାମ୍ପେନ ଲଞ୍ଚ

ଭୁବନେଶ୍ୱର, ୨୦ ଜୁଲାଇ ୨୦୨୬: ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଉଜ୍ଜୀବନ ଏସଏଫବି) ଓଡ଼ିଶାର ପବିତ୍ର ରଥଯାତ୍ରା ଉପଲକ୍ଷେ ଏହାର ଫ୍ଲାଗସିପ କ୍ୟାମ୍ପେନ ‘ଭକ୍ତି ର ଡୋରୀ’ର ୩ୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛି। ଜୁଲାଇ ୨୦ ତାରିଖରୁ ୨୪ ତାରିଖ ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫ ଦିନିଆ ଅଭିଜ୍ଞତାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଉଦ୍ଦେଶ୍ୟ, ଦିଗ ଓ ଆର୍ଥିକ ପ୍ରଗତିର ପ୍ରତୀକ ସ୍ୱରୂପ ଏକ ଭର୍ଚୁଆଲ ରଥ ଟାଣିବାର ଅପୂର୍ବ ସୁଯୋଗ ପାଇବେ। ଚଳିତ ବର୍ଷ ବ୍ୟାଙ୍କ ପକ୍ଷରୁ ଏକ ଆଧୁନିକ ମୋଶନ-ସେନ୍ସିଙ୍ଗ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି, ଯାହା ଶ୍ରଦ୍ଧାଳୁ ଓ ଗ୍ରାହକମାନଙ୍କୁ ଏକ ବ୍ୟକ୍ତିଗତ ଡିଜିଟାଲ ରଥଯାତ୍ରା-ଦଉଡି ଟାଣିବା ଅନୁଭୂତିର କେନ୍ଦ୍ରରେ ସ୍ଥାନିତ କରିବ। ସାଂସ୍କୃତିକ ପରମ୍ପରା ସହ ପ୍ରଯୁକ୍ତିବିଦ୍ୟାର ଏହି ମିଶ୍ରଣ ପ୍ରତ୍ୟେକ ପିଢ଼ିର ଲୋକଙ୍କ ପାଇଁ ଏକ ସ୍ମରଣୀୟ ଅନୁଭବ ସୃଷ୍ଟି କରିବା ସହ ଓଡ଼ିଶାର ସମୁଦାୟଗୁଡ଼ିକ ସହିତ ଗଭୀର ସଂଯୋଗ ସ୍ଥାପନ କରିବ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଲୋକଙ୍କ ଆକାଂକ୍ଷାକୁ ସଶକ୍ତ କରିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ସମୁଦାୟ ସହ ଆସାଥୀପଣ ବୃଦ୍ଧି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓଡ଼ିଶାର ୬ଟି ପ୍ରମୁଖ ଉଜ୍ଜୀବନ ଏସଏଫବି ଶାଖାରେ ଆୟୋଜିତ ହେଉଛି। ସେଗୁଡ଼ିକ ହେଲା ଭୁବନେଶ୍ୱରର ସହିଦ ନଗର ବ୍ରାଂଚ, ସାମନ୍ତରାପୁର ବ୍ରାଂଚ, ଚନ୍ଦ୍ରଶେଖରପୁର ବ୍ରାଂଚ ସମେତ କଟକ ବ୍ରାଂଚ, ଚୌଦ୍ୱାର ବ୍ରାଂଚ ଏବଂ ଅନ୍ୟାନ୍ୟ ପ୍ରମୁଖ ଶାଖା। ଗତବର୍ଷ ଇଇଜି ନ୍ୟୁରୋ-ସେନ୍ସିଙ୍ଗ ଟେକ୍ନୋଲୋଜି ଆଧାରିତ ‘ମନ୍ କୀ ରଥ’ କାର୍ଯ୍ୟକ୍ରମକୁ ମିଳିଥିବା ମଜବୁତ ପ୍ରତିକ୍ରିୟା ଏବଂ ୧୦୦୦ରୁ ଉର୍ଦ୍ଧ୍ୱ ପରିଦର୍ଶକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ଏଥର ଆହୁରି ଉନ୍ନତ ମୋଶନ-ସେନ୍ସିଙ୍ଗ ଟେକ୍ନୋଲୋଜି ଆଣିଛି ବ୍ୟାଙ୍କ, ଯାହା ରଥ ଦଉଡ଼ି ଟାଣିବା ଅନୁଭୂତିକୁ ଆହୁରି ନିମଜ୍ଜିତ, ଆକର୍ଷଣୀୟ ଓ ବ୍ୟକ୍ତିଗତ କରିବା ପାଇଁ ପ୍ରତିଶ୍ରୁତି ଦିଏ। ଏହି ଅଭିଯାନ ସମ୍ପର୍କରେ ମତ ରଖି ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଧିକାରୀ ଲକ୍ଷବଚ୍ଚ ଭେଲାୟୁଥମ କହିଛନ୍ତି ଯେ ଗତବର୍ଷ ଗ୍ରାହକଙ୍କଠାରୁ ମିଳିଥିବା ହୃଦୟସ୍ପର୍ଶୀ ପ୍ରତିକ୍ରିୟା ବ୍ୟାଙ୍କକୁ ଏଥର ଅଧିକ ବ୍ୟକ୍ତିଗତ ସଂଯୋଗ ଯୋଡ଼ିବାକୁ ପ୍ରେରଣା ଦେଇଛି। ସାଂସ୍କୃତିକ ବାସ୍ତବତା ଓ ଟେକ୍ନୋଲୋଜିର ମିଶ୍ରଣ ମାଧ୍ୟମରେ କେବଳ ଆର୍ଥିକ କାରବାର ନୁହେଁ, ବରଂ ଗ୍ରାହକଙ୍କ ସହ ବିଶ୍ୱାସର ଏକ ନୂତନ ଅଧ୍ୟାୟ ଯୋଡ଼ି ରଥଯାତ୍ରା ପାଳନ କରିବା ହେଉଛି ବ୍ୟାଙ୍କର ମୁଖ୍ୟ ପ୍ରୟାସ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments