Thursday, April 2, 2026
spot_img
Homeରାଜନୀତିବିଜୁବାବୁଙ୍କୁ ଅପମାନ: ଆଇଟି କମିଟିରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ପ୍ରଦାନ

ବିଜୁବାବୁଙ୍କୁ ଅପମାନ: ଆଇଟି କମିଟିରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ପ୍ରଦାନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଶୋଭନୀୟ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। ଏହାର ପ୍ରତିବାଦ ସ୍ୱରୂପ ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଡ. ସସ୍ମିତ ପାତ୍ର ସଂସଦୀୟ ‘ଯୋଗାଯୋଗ ଏବଂ ଆଇଟି କମିଟି’ରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି।

ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ସାଂସଦ ନିଶିକାନ୍ତ ଦୁବେ ବିଜୁବାବୁଙ୍କ ବିଷୟରେ ମିଥ୍ୟା, ଭିତ୍ତିହୀନ ଏବଂ ଅପମାନଜନକ ବୟାନ ଦେଇଛନ୍ତି। ବିଜୁବାବୁ କେବଳ ଓଡ଼ିଶାର ନେତା ନଥିଲେ, ବରଂ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ଜନନାୟକ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିଆ ନାଗରିକଙ୍କୁ ସାହାଯ୍ୟ କରିବା ହେଉ କିମ୍ବା ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବା, ତାଙ୍କର ବୀରତ୍ୱ ପାଇଁ ସେ ବିଶ୍ୱବ୍ୟାପୀ ସମ୍ମାନିତ। ଏଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ନିମ୍ନସ୍ତରର ସନ୍ଦର୍ଭ ସହ ଯୋଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପାତ୍ର କହିଛନ୍ତି ଯେ, ବିଜେପି ନେତାମାନେ ଗୋଟିଏ ପଟେ ‘ଓଡ଼ିଆ ଅସ୍ମିତା’ କଥା କହୁଥିବା ବେଳେ ଅନ୍ୟପଟେ ଓଡ଼ିଶାର ଗର୍ବ ବିଜୁବାବୁଙ୍କ ବିରୋଧରେ ଏଭଳି ମନଗଢ଼ା ବୟାନ ଦେଉଛନ୍ତି। ଏହି ଅପମାନକୁ ସହ୍ୟ ନକରି ସେ ତୁରନ୍ତ ଆଇଟି କମିଟିରୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେଡି ପକ୍ଷରୁ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments