Monday, February 16, 2026
spot_img
Homeବାଣିଜ୍ୟକର୍ମନିଯୁକ୍ତି ଓ ଆର୍ଥିକ ବିକାଶରେ ପ୍ରତିବନ୍ଧକ ସାଜିଛି ଅବ୍ୟବହୃତ ଖଣିଜ ସମ୍ପଦ

କର୍ମନିଯୁକ୍ତି ଓ ଆର୍ଥିକ ବିକାଶରେ ପ୍ରତିବନ୍ଧକ ସାଜିଛି ଅବ୍ୟବହୃତ ଖଣିଜ ସମ୍ପଦ

ଭବାନୀପାଟଣା : ନିଯୁକ୍ତି, ଜୀବିକା ଓ ଆଂଚଳିକ ସମାନତା ଉପରେ କାର୍ଯ୍ୟ କରୁଥିବା ଏକ ନୀତି-କେନ୍ଦ୍ରିତ ବିକାଶମୂଳକ ସଂସ୍ଥା ପ୍ରହାର ପକ୍ଷରୁ ଭବାନୀପାଟଣାର ହୋଟେଲ ମିଡ୍‌ଟାଉନଠାରେ ‘ସାଉଥ-ୱେଷ୍ଟ ଓଡିଶା: ଇକୋନୋମିକ ଆଣ୍ଡ ଏମ୍ପେ୍ଲାୟମେଂଟ ଗ୍ରୋଥ, ଚ୍ୟାଲେଞ୍ଜ୍‌ସ ଆଣ୍ଡ ଅପର୍‌ଚ୍ୟୁନିଟିଜ୍‌’ ଶୀର୍ଷକ ଏକ ସେମିନାରର ଆୟୋଜନ କରାଯାଇଛି । ଏହି ଆଲୋଚନା ଓଡିଶାରେ ବ୍ୟାପକ ରୂପେ ପ୍ରଚଳିତ ଆନ୍ତଃ-ରାଜ୍ୟ ବିକାଶମୂଳକ ଅସମାନତା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅର୍ଥନୀତିଜ୍ଞ, ବିକାଶ ଅଭ୍ୟାସକାରୀ ଓ ଶିଳ୍ପ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରିଥିଲା । ଓଡିଶାରେ ବିଶେଷ କରି କଳାହାଣ୍ଡି ଓ ରାୟଗଡାର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଣ୍ଡାରଗୁଡିକ ଉତ୍ପାଦନ-ନେତୃତ୍ୱାଧୀନ ଅଭିବୃଦ୍ଧି ପାଇଁ ଏକ ଅଣଉପଯୋଗୀ ସୁଯୋଗର ପ୍ରତିନିଧିତ୍ୱ କରୁଛି ବୋଲି ଏହି ପ୍ୟାନେଲ ଆଲୋକପାତ କରିଛନ୍ତି । ଡାଉନଷ୍ଟ୍ରିମ ଶିଳ୍ପ ଗତିବିଧିରେ ଏଭଳି ଖଣିଜ ସମ୍ପଦଗୁଡିକର ଉନ୍ନତ ଏକତ୍ରିକରଣ ଉଚ୍ଚ ଜିଡିପି ଯୋଗଦାନ, ନିଯୁକ୍ତି ସୃଷ୍ଟି ଓ ଘରୋଇ ଅର୍ଥନୀତି ମଧ୍ୟରେ ଉନ୍ନତ ମୂଲ୍ୟ ବଜାୟ ରଖିବାରେ ସହଯୋଗ କରିପାରିବ ।

ଏହି ସେମିନାରରେ ଜିଏମ ୟୁନିଭର୍ସିଟି ଓ କଳାହାଣ୍ଡି ୟୁନିଭର୍ସିଟିର ଜିଓଗ୍ରାଫି ବିଭାଗର ପୂର୍ବତନ ପ୍ରଫେସର, ଡା. ଅଜୟ ମିଶ୍ର କହିଛନ୍ତି, “ଓଡିଶାରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘରୋଇ ନିବେଶଗୁଡିକ ଦ୍ୱାରା ସମର୍ଥିତ ବିଶ୍ୱର ୨ୟ ସର୍ବବୃହତ ସମୃଦ୍ଧ ବକ୍ସାଇଟ ବେସ୍‌କୁ ଉପଯୋଗ କରିବା ପାଇଁ ଏକ ସ୍ପଷ୍ଟ ସୁଯୋଗ ରହିଛି । ଯଦି ପଛୁଆ ଅଂଚଳଗୁଡିକ ପ୍ରକୃତରେ ଆଗକୁ ବଢିବା ଆବଶ୍ୟକ ତେବେ ନୀତିଗୁଡିକ ନିଶ୍ଚିତ ଭାବେ ଏହି ପରିବର୍ତନକୁ ସ୍ୱୀକୃତି ଦେବା ଉଚିତ ।” ସେହିପରି ପ୍ରହାରର ଅଧ୍ୟକ୍ଷ ଅଭୟ ରାଜ ମିଶ୍ର କହିଛନ୍ତି, “ଓଡିଶା ଆଂଚଳିକ ଅସମାନତାକୁ ଏକ ପାଶ୍ୱର୍ ସମସ୍ୟା ଭାବେ ଗ୍ରହଣ କରିବା ଉଚିତ ନୁହେଁ ବରଂ ଏହାକୁ ଏକ ମୂଳ ବିକାଶ ସମସ୍ୟା ଭାବେ ଦେଖିବା ଉଚିତ ।”

କେବଳ ଅବ୍ୟବହୃତ ବକ୍ସାଇଟ ମାଇନିଙ୍ଗର ଉନ୍ମୋଚନରେ ୧୦,୦୦୦ ଏସଏମଇକୁ ସଶକ୍ତ କରିବାର କ୍ଷମତା ରହିଛି । ଓଡିଶାର ବିକାଶ ବହୁଗୁଣିତ ହୋଇଛି । ଆଲୋଚନାର ତଥ୍ୟ ହାଇଲାଇଟ କରୁଛି ଯେ, କଳାହାଣ୍ଡି ଓ ରାୟଗଡା ଭଳି ଜିଲ୍ଲାଗୁଡିକ ଆୟ ଓ ନିଯୁକ୍ତି ସୂଚକ କ୍ଷେତ୍ରରେ ବହୁମାତ୍ରାରେ ପଛରେ ରହିବା ଜାରି ରଖିଛନ୍ତି । କଳାହାଣ୍ଡିର ମୁଣ୍ଡପିଛା ଆୟ ହାରାହାରି ୩୨୦୦୦ ଟଙ୍କା ରହିଛି ଯାହାକି ରାଜ୍ୟର ହାରାହାରି ପ୍ରାୟ ୧.୮ ଲକ୍ଷ ଟଙ୍କାର ଏକ ପଂଚମାଂଶଠାରୁ କମ୍ ଅଟେ । ସେହିପରି ଦକ୍ଷିଣ-ପଶ୍ଚିମ ଓଡିଶାରେ କର୍ମବଳର ପ୍ରାୟ ୭୦% କୃଷୀ ଉପରେ ନିର୍ଭରଶୀଳ, ଯାହା ଅଂଚଳର ଖଣିଜ ସମ୍ପଦ ସମ୍ପତି ସତ୍ୱେ ଏବଂ ରାଜ୍ୟରେ ବିଶ୍ୱର ଅନ୍ୟତମ ସର୍ବବୃହତ ଆଲୁମିନା ରିଫାଇନାରିର ଘର ହେବା ସତ୍ୱେ ଅଣ-କୃଷି ନିଯୁକ୍ତି ଇଞ୍ଜିନର ଅନୁପସ୍ଥିତିକୁ ପ୍ରତିଫଳନ କରୁଛି । ଏସମ୍ପର୍କରେ ଏନଜିଓ କର୍ତବ୍ୟର ସିଇଓ ଅଶୋକ ପଟ୍ଟନାୟକ କହିଛନ୍ତି, “ଓଡିଶାର ଆହ୍ୱାନ ସମ୍ବଳର ଉପଲବ୍ଧତା ନୁହେଁ ବରଂ ଖଣିଜ ପଦାର୍ଥ ଉତ୍ପାଦନଠାରୁ ଆରମ୍ଭ କରି ସ୍ଥାନୀୟ ଶିଳ୍ପ ଅଭିବୃଦ୍ଧି ପର୍ଯ୍ୟନ୍ତ ଏକ ସୁବ୍ୟବସ୍ଥିତ ମାର୍ଗର ଅଭାବ ।”

ସେହିପରି ସେବା ଜଗତର ପ୍ରତିଷ୍ଠାତା ସଚିବ ସତ୍ୟନାରାୟଣ ପଟ୍ଟନାୟକ, ମା ମାଣିକେଶ୍ୱରୀ ୟୁନିଭର୍ସିଟିର ଇକୋନୋମିକ୍ସ ବିଭାଗର ଆସିଷ୍ଟାଂଟ ପ୍ରଫେସର, ସୀମାଂଚଳ ମିଶ୍ର ପ୍ରମୁଖ ଏହି ଅବସରରେ ନିଜର ମତବ୍ୟକ୍ତ କରିଛନ୍ତି । ପ୍ରହାର ଗୁରୁତ୍ୱ ଦେଉଛି ଯେ, ଓଡିଶାରେ ଦାୟିତ୍ୱପୂର୍ଣ୍ଣ ମାଇନିଂ ମାଧ୍ୟମରେ ଅବ୍ୟବହୃତ ଖଣିଜ ସମ୍ପଦ ଭଣ୍ଡାରଗୁଡିକର ଉପଯୋଗ ମଜବୁତ ପରିବେଶୀୟ ସୁରକ୍ଷା, ସମୁଦାୟ ଅଂଶଗ୍ରହଣ ଓ ଡାଉନ୍‌ଷ୍ଟ୍ରିମ ମାନୁଫ୍ୟାକ୍‌ଚରିଂ ସହ ଜଡିତ ରହିଛି, ଏହାକୁ ଏକ ଜରୁରୀ ଆଂଚଳିକ ବିକାଶ ଭାବେ ଦେଖାଯିବା ଉଚିତ । ଏଭଳି ଏକ ଆଭିମୁଖ୍ୟ ଆନ୍ତଃ-ରାଜ୍ୟ ଜିଡିପି ଅସନ୍ତୁଳନକୁ ଠିକ କରିପାରିବ, ରାଜ୍ୟର ରାଜସ୍ୱକୁ ସୁଦୃଢ କରିପାରିବ, ଦୀର୍ଘାବଧି କଲ୍ୟାଣ ନିର୍ଭରଶୀଳତାକୁ ହ୍ରାସ କରିପାରିବ ଏବଂ ଦକ୍ଷିଣ-ପଶ୍ଚିମ ଓଡିଶାରେ ସ୍ଥାୟୀ ଜୀବିକାକୁ ଆଗକୁ ବଢାଇପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments