
୧. ଇଲନ୍ ମସ୍କ (Elon Musk)
ଇଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି।
ସେ ଯୁକ୍ତରାଷ୍ଟ୍ରର ୫୪ ବର୍ଷ ବୟସର ଜଣେ ଉଦ୍ୟମୀ।
ତାଙ୍କର ମୋଟ ସମ୍ପତ୍ତି ୪୬୦.୪ ବିଲିଅନ୍ ଡଲାର ଅଟେ।
ସେ Tesla ଓ SpaceX ର CEO।
ବିଦ୍ୟୁତ ଗାଡ଼ୀ ବିପ୍ଲବରେ ସେ ବଡ଼ ପରିବର୍ତ୍ତନ ଆଣିଛନ୍ତି।
ସ୍ପେସ୍ ଯାନକୁ ପୁନଃବ୍ୟବହାରଯୋଗ୍ୟ କରିବାରେ ସେ ସଫଳ ହୋଇଛନ୍ତି ।
ସେ Neuralink ଓ Boring Companyର ସ୍ଥାପକ ଏବଂ ନିକଟରେ ସାମାଜିକ ଗଣମାଧ୍ୟମ Xକୁ କ୍ରୟ କରିଛନ୍ତି।
ସେ ମଙ୍ଗଳ ଗ୍ରହ ଉପନିବେଶ ସ୍ୱପ୍ନକୁ ସାକାର କରିବାକୁ କାମ କରୁଛନ୍ତି।
ତାଙ୍କ ପ୍ରଯୁକ୍ତିମୂଳକ ଭାବନା ବିଶ୍ୱକୁ ପ୍ରଭାବିତ କରୁଛି।
ସେ ଆଧୁନିକ ଯୁଗର ସବୁଠାରୁ ପ୍ରଭାବଶାଳୀ ଉଦ୍ୟମୀମାନଙ୍କ ମଧ୍ୟରୁ ଗୋଟିଏ।

୨. ଲେରି ଏଲିସନ୍ (Larry Ellison)
ଲେରି ଏଲିସନ୍ Oracle ର ସହ-ସ୍ଥାପକ।
ସେ ୮୧ ବର୍ଷ ବୟସର ଏକ ଆମେରିକୀୟ ଉଦ୍ୟମୀ।
ତାଙ୍କର ମୋଟ ସମ୍ପତ୍ତି ୨୪୮.୪ ବିଲିଅନ୍ ଡଲାର ଅଟେ।
ସେ ଡାଟାବେସ୍ ପ୍ରଯୁକ୍ତିକୁ ବିଶ୍ୱପ୍ରସିଦ୍ଧ କରିଛନ୍ତି।
Oracle ବିଶ୍ୱର ଶୀର୍ଷ ସଫ୍ଟୱେର୍ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ।
ସେ କ୍ଲାଉଡ୍ ପ୍ରଯୁକ୍ତିରେ ମହତ୍ଵପୂର୍ଣ୍ଣ ନୂତନତା ଆଣିଛନ୍ତି।
ସେ ଚମତ୍କାର ଜୀବନଶୈଳୀ ନିମନ୍ତେ ପ୍ରସିଦ୍ଧ।
ସେ Teslaରେ ମଧ୍ୟ ବହୁତ ନିବେଶ କରିଛନ୍ତି।
ସେ ମହାଶକ୍ତିଶାଳୀ ବ୍ୟବସାୟୀମାନଙ୍କ ମଧ୍ୟରେ ଅନ୍ୟତମ।
ପ୍ରଯୁକ୍ତି ଦୁନିଆଁରେ ତାଙ୍କ ପ୍ରଭାବ ଅସାମାନ୍ୟ।

୩. ଲେରି ପେଜ୍ (Larry Page)
ଲେରି ପେଜ୍ ଗୁଗୁଲ୍ ର ସହ-ସ୍ଥାପକ ଅଟନ୍ତି।
ସେ ୫୨ ବର୍ଷ ବୟସର ଆମେରିକୀୟ ଉଦ୍ୟମୀ।
ତାଙ୍କ ମୋଟ ସମ୍ପତ୍ତି ୨୪୬.୨ ବିଲିଅନ୍ ଡଲାର।
ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ର ମୂଳ ଧାରଣା ତାଙ୍କର ଥିଲା।
ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପ୍ରଯୁକ୍ତିବିଦ୍ମାନଙ୍କ ମଧ୍ୟରୁ ସେ ଜଣେ।
ସେ Alphabet Inc. ର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ମଧ୍ୟ କାମ କରିଛନ୍ତି।
ଏଆଇ, ରୋବଟ୍ ଓ ଉଡନ୍ତା କାର ଭଳି ଭବିଷ୍ୟତ ପ୍ରଯୁକ୍ତିରେ ସେ ନିବେଶ କରନ୍ତି।|
ତାଙ୍କର ଗୁଗୁଲ୍ କୁ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ରହିଛି।
ଗବେଷଣା ଓ ନୂତନ ଧାରଣାରେ ସେ ଅତ୍ୟଧିକ ଗୁରୁତ୍ୱ ଦେଇଥାନ୍ତି।
ସେ ପ୍ରଯୁକ୍ତି ଦୁନିଆଁରେ ଅତୁଳନୀୟ ବ୍ୟକ୍ତିତ୍ୱ।

୪. ଜେଫ୍ ବେଜୋସ୍ (Jeff Bezos)
ଜେଫ୍ ବେଜୋସ୍ ଆମାଜନ କମ୍ପାନୀର ସ୍ଥାପକ।
ସେ ୬୧ ବର୍ଷ ବୟସର ଏକ ଆମେରିକୀୟ ଉଦ୍ୟମୀ।
ତାଙ୍କର ମୋଟ ସମ୍ପତ୍ତି ୨୩୩.୫ ବିଲିଅନ୍ ଡଲାର୍ ଅଟେ।
ସେ ଇ-କମର୍ସ କ୍ଷେତ୍ରରେ ବିପ୍ଲବ ଆଣିଛନ୍ତି।
Amazon Web Services (AWS) ତାଙ୍କର ମୁଖ୍ୟ ସଫଳତା।
ସେ Blue Origin ଦ୍ୱାରା ମହାକାଶ ପ୍ରଯୁକ୍ତିରେ କାମ କରୁଛନ୍ତି।
Amazon କମ୍ପାନୀକୁ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀରେ ପରିଣତ କରିଛନ୍ତି।
ସେ The Washington Postକୁ କ୍ରୟ କରିଛନ୍ତି।
ତାଙ୍କର ବ୍ୟବସାୟ ଚିନ୍ତାଧାରା ବିଶ୍ୱପ୍ରସିଦ୍ଧ।
ସେ ଆଧୁନିକ ବ୍ୟବସାୟ ଜଗତର ଏକ କୀର୍ତ୍ତିମାନ ବ୍ୟକ୍ତି।

୫. ସର୍ଗେଇ ବ୍ରିନ୍ (Sergey Brin)
ସର୍ଗେଇ ବ୍ରିନ୍ ଗୁଗୁଲ୍ ର ସହ-ସ୍ଥାପକ।
ସେ ୫୨ ବର୍ଷ ବୟସର ଅଟନ୍ତି ।
ତାଙ୍କ ମୋଟ ସମ୍ପତ୍ତି ୨୨୮.୩ ବିଲିଅନ୍ ଡଲାର୍।
ସେ ଲାରି ପେଜ୍ ସହ ମିଶି Google ସ୍ଥାପନ କରିଥିଲେ।
ପ୍ରଯୁକ୍ତି ଓ ନବ-ନବୀନତାରେ ସେ ଅଗ୍ରଣୀ ଅଟନ୍ତି।
ସେ Alphabet ର ଅଧକ୍ଷ ଭାବେ କାମ କରିଛନ୍ତି।
ଏଆଇ ଓ ସ୍ବତଃ ଚାଳିତ କାର୍ ଭଳି କ୍ଷେତ୍ରରେ ସେ ବଡ଼ ଭୂମିକା ନେଇଛନ୍ତି।
ସେ ଆଧୁନିକ ବିଶ୍ୱ ପ୍ରଯୁକ୍ତିର ପ୍ରମୁଖ ଚେହେରା।
ସେ ଦାନଶୀଳ କାର୍ଯ୍ୟରେ ମଧ୍ୟ ସକ୍ରିୟ।
ପ୍ରଯୁକ୍ତି ଜଗତରେ ତାଙ୍କ ପ୍ରଭାବ ଉଲ୍ଲେଖନୀୟ।

୬. ମାର୍କ ଜକରବର୍ଗ (Mark Zuckerberg)
ମାର୍କ ଜକରବର୍ଗ Facebook (Meta) ର ସ୍ଥାପକ।
ସେ ମାତ୍ର ୪୧ ବର୍ଷ ବୟସର ଅଟନ୍ତି।
ତାଙ୍କର ମୋଟ ସମ୍ପତ୍ତି ୨୦୪ ବିଲିଅନ୍ ଡଲାର୍।
ସେ ଯୁକ୍ତରାଷ୍ଟ୍ରର ପ୍ରଯୁକ୍ତି ଉଦ୍ୟମୀ।
ସେ ୧୯ ବର୍ଷ ବୟସରେ ଫେସବୁକ ତିଆରି କରିଥିଲେ।
ସୋସିଆଲ୍ ମିଡିଆରେ ଫେସବୁକ, ଇଂଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ ବିପ୍ଲବ ଆଣିଛନ୍ତି।
ମେଟା ଦ୍ୱାରା ସେ ମେଟାଭର୍ସ ଉପରେ ଜୋର ଦେଉଛନ୍ତି।
ସେ ବିଶ୍ୱର ଯୁବତମ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ।
ସେ ଫିଲାନ୍ଥ୍ରପି କାର୍ଯ୍ୟରେ ସକ୍ରିୟ।ପ୍ରଯୁକ୍ତି ବିଶ୍ୱରେ ତାଙ୍କର ପ୍ରଭାବ ଅତୁଳନୀୟ।

୭. ବର୍ନାର୍ଡ ଆର୍ଣ୍ଣୋଲ୍ଟ୍ ଓ ପରିବାର (Bernard Arnault & family)
ବର୍ନାର୍ଡ ଆର୍ଣ୍ଣୋଲ୍ଟ୍ LVMHର ଅଧ୍ୟକ୍ଷ୍ୟ।
ସେ ୭୬ ବର୍ଷ ବୟସର ଫ୍ରାନ୍ସର ନିବାସୀ।
ତାଙ୍କ ପରିବାରର ମୋଟ ସମ୍ପତ୍ତି ୧୮୪.୬ ବିଲିଅନ୍ ଡଲାର୍।
LVMH ବିଶ୍ୱର ସବୁଠାରୁ ବଡ଼ Luxury brand ଗ୍ରୁପ୍।
Louis Vuitton, Dior ଭଳି ବ୍ରାଣ୍ଡ ତାଙ୍କ ଅଧୀନରେ।
ସେ ଫ୍ୟାଶନ୍ ଓ ରିଟେଲ୍ କ୍ଷେତ୍ରର ମହାରଥୀ।
ସେ ଫ୍ରାନ୍ସର ବ୍ୟବସାୟ ଜଗତର ପ୍ରତୀକ।
ସେ ଅନେକ କଳା ଅଧିକାରୀତାରେ ମଧ୍ୟ ସକ୍ରିୟ।
Luxury market ରେ ସେ ବିଶ୍ୱର ଶୀର୍ଷ ନିବେଶକ।
ସେ ଫ୍ୟାଶନ୍ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ପହଞ୍ଚାଇଛନ୍ତି।

୮. ଜେନସେନ୍ ହୁଆଙ୍ (Jensen Huang)
ଜେନସେନ୍ ହୁଆଙ୍, ୬୨ ବର୍ଷୀୟ ଆମେରିକାର NVIDIA କମ୍ପାନୀର ସହ-ସ୍ଥାପକ ଓ ବର୍ତ୍ତମାନର ମୁଖ୍ୟ ନିର୍ବାହୀ ଅଧିକାରୀ ଓ ତାଙ୍କର ମୋଟ ସମ୍ପତ୍ତି ୧୫୫.୪ ବିଲିଅନ ଡଲାର୍ ଅଟେ।
ସେ ୧୯୯୩ ମସିହାରେ NVIDIA ଗଠନ କରି ଏହାକୁ ବିଶ୍ୱବ୍ୟାପୀ ପ୍ରଯୁକ୍ତି ଶକ୍ତିରେ ପରିଣତ କରିଛନ୍ତି।
ଗେମିଂ ଓ ଏଆଇ ପାଇଁ ବ୍ୟବହୃତ ଜିପିୟୁ ପ୍ରଯୁକ୍ତିର ପ୍ରବର୍ତ୍ତକ ଭାବେ ସେ ପରିଚିତ।
ତାଙ୍କ ନେତୃତ୍ୱରେ NVIDIA ଆଧୁନିକ ଏଆଇ ବିପ୍ଳବର ମୁଖ୍ୟ ଚାଳକ ହୋଇଛି।
ସେ ତାଇୱାନରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ଛୋଟବେଳେ ଆମେରିକାରେ ବସବାସ କରିଥିଲେ।
ବର୍ତ୍ତମାନ, ସେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପ୍ରଯୁକ୍ତି ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଗଣନୀୟ।
ତ୍ୱରିତ କମ୍ପ୍ୟୁଟିଂ (accelerated computing) ଧାରଣାକୁ ବ୍ୟବସାୟ ଓ ଶିଳ୍ପରେ ବିପ୍ଳବ ଆଣିଥିଲେ।
ସେ ତାଙ୍କ ବିଶିଷ୍ଟ କଳା ଚମଡ଼ା ଜାକେଟ୍ ଷ୍ଟାଇଲ୍ ପାଇଁ ମଧ୍ୟ ଜଣାଶୁଣା।
ତାଙ୍କ ନେତୃତ୍ୱରେ NVIDIA ର ବଜାର ମୂଲ୍ୟ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି।
ବର୍ତ୍ତମାନ ସେ ଏଆଇ ଯୁଗର ସବୁଠାରୁ ପ୍ରଭାବୀ ପ୍ରବର୍ତ୍ତକମାନଙ୍କ ମଧ୍ୟରୁ ଗଣାଯାଆନ୍ତି।

୯. ୱାରେନ୍ ବଫେଟ୍ (Warren Buffett)
ୱାରେନ୍ ବଫେଟ୍ ବିଶ୍ୱର ସବୁଠାରୁ ସଫଳ ନିବେଶକ।
ସେ ୯୫ ବର୍ଷ ବୟସର ଯୁକ୍ତରାଷ୍ଟ୍ର ନିବାସୀ।
ତାଙ୍କ ମୋଟ ସମ୍ପତ୍ତି ୧୪୯.୪ ବିଲିଅନ୍ ଡଲାର୍।
ସେ Berkshire Hathaway ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଟନ୍ତି।
ବଫେଟ୍ “Oracle of Omaha” ଭାବେ ପ୍ରସିଦ୍ଧ।
ସେ ଦୀର୍ଘକାଳୀନ ନିବେଶ ଦର୍ଶନର ପକ୍ଷପାତୀ।
କମ୍ପାନୀ ଚୟନରେ ତାଙ୍କ ଦୃଷ୍ଟି ଅପୂର୍ବ।
ସେ ବହୁତ ଦାନଶୀଳ ଓ ତାଙ୍କର ଧନର ବହୁତ ଅଂଶ ଦାନ କରନ୍ତି।
ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତରେ ତାଙ୍କର ପ୍ରଭାବ ଅତ୍ୟଧିକ।
ସେ ସରଳ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।

୧୦. ସ୍ଟିଭ୍ ବାଲ୍ମର୍ (Steve Ballmer)
ସ୍ଟିଭ୍ ବାଲ୍ମର ମାଇକ୍ରୋସଫ୍ଟର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଟନ୍ତି।
ସେ ୬୯ ବର୍ଷ ବୟସର ଆମେରିକୀୟ ନିବାସୀ ଅଟନ୍ତି।
ତାଙ୍କର ମୋଟ ସମ୍ପତ୍ତି ୧୪୪ ବିଲିଅନ୍ ଡଲାର୍।
ସେ ବିଲ୍ ଗେଟ୍ସଙ୍କ ପରେ ମାଇକ୍ରୋସଫ୍ଟ କମ୍ପାନୀକୁ ନୂତନ ଉଚ୍ଚତାକୁ ନେଇଗଲେ।
ସେ ବ୍ୟବସାୟିକ ରଣନୀତିରେ ଅପୂର୍ବ କୁଶଳୀ।
ସେ Los Angeles Clippers ବାସ୍କେଟବଲ୍ ଦଳର ମାଲିକ।
ସେ ଉତ୍ସାହପୂର୍ଣ୍ଣ ଏବଂ ଉର୍ଜାବାନ ନେତୃତ୍ବ ଜୀବନଶୈଳୀ ପାଇଁ ପ୍ରସିଦ୍ଧ।
ପ୍ରଯୁକ୍ତି ଜଗତରେ ସେ ଏକ ଶକ୍ତିଶାଳୀ ନାମ।
ସେ ଦାନ ଓ ସାମାଜିକ କାର୍ଯ୍ୟରେ ସକ୍ରିୟ।
ସେ ଆମେରିକୀୟ ବ୍ୟବସାୟ ଦୁନିଆଁରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି।
(Top 10 Ranking Source : https://www.forbes.com )



