Saturday, December 13, 2025
spot_img
Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟାଲାଳ ଦ୍ୱାରା ହୃଦପାତ(Heart Failure) ପରୀକ୍ଷା—ଏକ ନୂତନ ଆବିଷ୍କାର

ଲାଳ ଦ୍ୱାରା ହୃଦପାତ(Heart Failure) ପରୀକ୍ଷା—ଏକ ନୂତନ ଆବିଷ୍କାର

ରକ୍ତ ବଦଳରେ ଲାଳ ବା ସାଲାଇବାରୁ ହୃଦପାତ ଚିହ୍ନଟ କରିପାରୁଥିବା ଏକ ନୂତନ ପରୀକ୍ଷା ଚିକିତ୍ସା ସେବାକୁ ନୂତନ ଦିଗରେ ନେଇଯାଇପାରେ। ଅଷ୍ଟ୍ରେଲିଆର ଗବେଷକମାନେ ଏକ ଏମିତି ବାୟୋସେନ୍ସର୍ ବିକାଶ କରିଛନ୍ତି ଯାହା ହୃଦରୋଗ ସମ୍ବନ୍ଧୀୟ ପ୍ରମୁଖ ବାୟୋମାର୍କର୍‌କୁ ଦ୍ରୁତ, ସଠିକ୍ ଏବଂ ଅଣାକ୍ରାମକ ପ୍ରକ୍ରିୟାରେ ଚିହ୍ନଟ କରିପାରିବ।


ସରଳ ହୃଦପାତ ପରୀକ୍ଷା ପାଇଁ ନୂତନ ଦିଗ

ହୃଦପାତରେ ବିଶ୍ୱରେ ୬.୪ କୋଟିରୁ ଅଧିକ ଲୋକ ପୀଡ଼ିତ, କିନ୍ତୁ ଅନେକ ସମୟରେ ରୋଗ ବେଳକୁ ଚିହ୍ନଟ ହୋଇପାରିନଥାଏ, ଫଳରେ ଚିକିତ୍ସା ପ୍ରଭାବୀ ହୁଏନାହିଁ। ବର୍ତ୍ତମାନର ଚିହ୍ନଟ ପ୍ରଣାଳୀରେ ରକ୍ତ ପରୀକ୍ଷା, ଚିକିତ୍ସାଳୟ ଆଧାରିତ ପ୍ରତିବିମ୍ବ ଏବଂ ଜଟିଳ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ—ଯାହା ବ୍ୟୟବହୁଳ, ସମୟସାପେକ୍ଷ ଏବଂ ଗ୍ରାମୀଣ ଅଞ୍ଚଳରେ ଅପ୍ରାପ୍ୟ ଅଟେ।

ଏହି ନୂତନ ଲାଳ ଆଧାରିତ ପରୀକ୍ଷାକୁ ଏପରି ଭାବେ ତିଆରି କରାଯାଇଛି ଯେଉଁଥିରେ ଚିହ୍ନଟ ଦ୍ରୁତ, ଶସ୍ତା ଏବଂ ସହଜରେ ଉପଲବ୍ଧ ହେବ।

ଡାକ୍ତର ରକ୍ସାନ୍ ମୁଟ୍ସଲର୍ (Queensland University of Technology) କହିଛନ୍ତି,
“ପ୍ରାରମ୍ଭିକ ଲକ୍ଷଣ ଅନେକ ସମୟରେ ଅସ୍ପଷ୍ଟ ଓ ଅବହେଳିତ ହୋଇଯାଏ। ମାତ୍ର ରୋଗୀମାନେ ସାଧାରଣତଃ ରୋଗ ବଢ଼ିଗଲାପରେ ଚିକିତ୍ସା ପାଇଁ ଆସନ୍ତି।”
ଲାଳ ଆଧାରିତ ଏହି ବାୟୋସେନ୍ସର୍ ସେହି ଶୂନ୍ୟତାକୁ ପୂରଣ କରି, ରୋଗ ଗୁରୁତର ହେବା ପୂର୍ବରୁ ଚିହ୍ନଟକୁ ସମ୍ଭବ କରିପାରିବ।


ନୂତନ ହୃଦପାତ ପରୀକ୍ଷା କିପରି କାମ କରେ

ପ୍ରଫେସର୍ ଚାମିନ୍ଡି ପୁନ୍ୟଦୀରା (Griffith University)ଙ୍କ ନେତୃତ୍ୱରେ ଗବେଷକମାନେ ଚିହ୍ନଟ କରିଛନ୍ତି ଯେ S100A7 ନାମକ ପ୍ରୋଟିନ୍ ବାୟୋମାର୍କର୍ ହୃଦପାତ ରୋଗୀଙ୍କ ଲାଳରେ ଅଧିକ ପରିମାଣରେ ଥାଏ। ଏକ ନୂତନ mRNA display technique ବ୍ୟବହାର କରି ସେମାନେ ଏମିତି ଚିହ୍ନଟ ଯନ୍ତ୍ର(detector) ତିଆରି କରିଛନ୍ତି ଯାହା ଏହି ବାୟୋମାର୍କର୍‌କୁ ଖୁବ ସଠିକ୍ ଭାବରେ ଠାବ କରିପାରେ।

୩୧ ଜଣ ର୍ହୃଦପାତ ରୋଗୀଙ୍କ ଉପରେ ପରୀକ୍ଷା କରାଗଲା ବେଳେ—

  • ବାଯୋସେନ୍ସର୍ ୮୧% ସମୟରେ ପରମ୍ପରାଗତ ପରୀକ୍ଷା ସହ ମେଳ ଦେଉଥିଲା
  • ପାରମ୍ପରିକ ପଦ୍ଧତି ଯେଉଁଠାରେ କେବଳ ୫୨% ଘଟଣାରେ ରୋଗକୁ ନିଶ୍ଚିତ ଭାବରେ ବାଦ କରିପାରୁଥିଲା, ସେଠାରେ ନୂଆ ପ୍ରଣାଳୀ ୮୨% ଘଟଣାରେ ରୋଗକୁ ସଠିକ୍ ଭାବରେ ନିର୍ବାରଣ (rule out) କରିଦେଇଥିଲା।

ଅର୍ଥାତ୍—ଏହି ନୂତନ ପରୀକ୍ଷା ଭୁଲ ପଜିଟିଭ୍‌କୁ ଏଡାଇବାରେ ଅଧିକ ସଠିକ୍ ଏବଂ ଅତ୍ୟନ୍ତ ଦ୍ରୁତ ଭାବରେ ଫଳପ୍ରଦ ରହିଛି।


ଭବିଷ୍ୟତ ସମ୍ଭାବନା ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରଭାବ

ଯଦିଓ ଏହା ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ଅଛି, ଗବେଷକମାନେ ବିଶ୍ୱାସ କରୁଛନ୍ତି ଯେ ଏହି ଲାଳ ଆଧାରିତ ପରୀକ୍ଷା—

  • ଚିକିତ୍ସାଳୟ ଓ ପରୀକ୍ଷାଗାର ଭାର ହ୍ରାସ କରିବାରେ ସହାୟକ ହେବ।
  • ପ୍ରାରମ୍ଭିକ ଚିହ୍ନଟ ଦ୍ୱାରା ରୋଗୀମାନଙ୍କ ଆରୋଗ୍ୟତା ଫଳାଫଳ ଉନ୍ନତ କରିବ
  • ସେହି ପ୍ରଯୁକ୍ତିବିଦ୍ୟା ଲକ୍ଷ୍ୟରେ ବାୟୋମାର୍କର୍ ବଦଳାଇ ଅନ୍ୟ ରୋଗ ଚିହ୍ନଟ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

ଏହା ଭବିଷ୍ୟତରେ କ୍ଷୁଦ୍ର, ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷା—କ୍ଲିନିକ୍‌ରେ ଏବଂ ଘରେ ମଧ୍ୟ ସମ୍ଭବ କରିପାରିବ।


(Source: https://www.emjreviews.com/cardiology/news/groundbreaking-saliva-test-for-detecting-heart-failure/)

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments